ପରିବେଶପ୍ରେମୀ ପକ୍ଷୀଙ୍କ ପାଇଁ ବସା ବାନ୍ଧିଲେ

ମହାକାଳପଡ଼ା,୩୧ା୧୨(ଡି.ଏନ.ଏ.): ଜଳବାୟୁର ପରିବର୍ତ୍ତନ, ମଣିଷକୃତ ଶିଳ୍ପାୟନର ପ୍ରଭାବ, ସରକାରୀ ସ୍ତରରେ ଇଚ୍ଛାଶକ୍ତିର ଅଭାବ, ଦିନକୁ ଦିନ ବଢୁଥିବା ପ୍ରଦୂଷଣ ପ୍ରଭାବରେ ହଜାର ହଜାର ବର୍ଷ ତଳର ଜୀବଜନ୍ତୁ, ପକ୍ଷୀ, କିଟ ପତଙ୍ଗ ଓ ବିଭିନ୍ନ ସାମୁଦ୍ରିକ ପ୍ରାଣୀ ପ୍ରଭୃତି ଲୁପ୍ତ ହେବାକୁ ବସିଲେଣି। ଏହି ସମୟରେ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ବଂଶ ବିସ୍ତାର ଓ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ଯୁବ ପରିବେଶପ୍ରମୀ ସମରେନ୍ଦ୍ର ମାହାଳି ନିଜସ୍ବ ଉଦ୍ୟମରେ ପକ୍ଷୀଙ୍କ ପାଇଁ ଗଛରେ ବସା ବନ୍ଧାର ଅଭିନବ ପ୍ରୟାସ ଜାରି ରଖିଛନ୍ତି।

ଶୀତଋତୁ ଆଗମନରେ କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ବିସ୍ତୀର୍ଣ୍ଣ ହେନ୍ତାଳବଣ, ବଙ୍ଗୋପସାଗର ନୀଳ ଜଳରାଶି ଢେଉରେ ବିଭିନ୍ନ ପ୍ରଜାତିର ବଦେଶାଗତ ପକ୍ଷୀ ଖେଳୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ଏମାନଙ୍କ ଅସ୍ଥାୟୀ ରହଣି ପାଇଁ ପକ୍ଷୀ ବସା ତିଆରି କରିବାକୁ ଆବଶ୍ୟକ ସରଂଜାମ ନଡିଆକତା, କୁଟା କାଠି, ନାଳିଆା, ପିମ୍ପୁଳା, ସୁତୁଲି, ଘାସ ଆଦିକୁ ନେଇ ବସାଗୁଡିକ ତିଆରି କରି ଗଛ ଅଗ୍ର ଭାଗରେ ମାହାଳି ବାନ୍ଧୁଛନ୍ତି। ଦେଶବିଦେଶରୁ ପକ୍ଷୀମାନେ ଯୋଜନ ଯୋଜନ ପଥ ଅତିକ୍ରମ କରି ଉପକୂଳ ଅଞ୍ଚଳରେ ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ ଓ ସମୁଦ୍ର କୂଳିଆ ନଦୀ ନାଳରେ ମିଳୁଥିବା ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇ ଛୁଟି ଆସିଥାନ୍ତି। ଏହି ସ୍ଥାନକୁ ପକ୍ଷୀମାନେ ସୁରକ୍ଷିତ ଭାବି ନିଜର ବଂଶ ବିସ୍ତାର କରିଥାନ୍ତି। ଏଠାରେ ସୁରକ୍ଷିତ ଭାବେ ବାସ କରି ଅଣ୍ଡାଦାନ କରିବା ଓ ଛୁଆ ଫୁଟିବା ପର୍ଯ୍ୟନ୍ତ ବସା ଯଥେଷ୍ଟ ସହାୟକ ହୋଇଥାଏ। ବୁଧବାର ମହକାଳପଡା ବ୍ଲକର ଗୋବରୀ ନଦୀର ତ୍ରିକୋଣଭୂମି ଅଞ୍ଚଳ ଚଟକା ପାଶ୍ୱବର୍ତ୍ତୀ ଜଙ୍ଗଲଗୁଡିକରେ ପକ୍ଷୀମାନଙ୍କ ସ୍ବଳ୍ପ ରହଣି ପାଇଁ ସମରେନ୍ଦ୍ର ନିଜସ୍ବ ଉଦ୍ୟମରେ ବସା ତିଆରି କରି ଗଛଗୁଡିକରେ ବାନ୍ଧୁଥିବା ଦେଖିବାକୁ ମିଳିଛି। ଜମ୍ବୁ ଅଞ୍ଚଳର ସେଚ୍ଛାସେବୀ ନିଠୁଲ ସର୍ଜନ, ସୁବାସ ସ୍ବାଇଁ ପ୍ରମୁଖ ବସାବନ୍ଧା କାର୍ଯ୍ୟରେ ଅଂଶଗ୍ରହଣ କରି ସମରେନ୍ଦ୍ରଙ୍କୁ ଉତ୍ସାହିତ କରିଥିଲେ। ପରିବେଶପ୍ରେମୀ ସମରେନ୍ଦ୍ରଙ୍କ କହିବା କଥା, ପକ୍ଷୀମାନଙ୍କ ବ୍ୟତୀତ ଅଞ୍ଚଳରେ ବ୍ୟାପକ ପରିମାଣର ଜଙ୍ଗଲ ସୃଷ୍ଟି କରିବା, ସାମୁଦ୍ରିକ ଓ ବଣ୍ୟ ଜୀବଜନ୍ତୁଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ଉଦ୍ୟମ ଜାରି ରହିଥିଲା। ଗୀଷ୍ମ ଋତୁରେ ଜଙ୍ଗଲି ପଶୁ ଓ ପକ୍ଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ଆଗକୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri