ପରିବେଶପ୍ରେମୀ ପକ୍ଷୀଙ୍କ ପାଇଁ ବସା ବାନ୍ଧିଲେ

ମହାକାଳପଡ଼ା,୩୧ା୧୨(ଡି.ଏନ.ଏ.): ଜଳବାୟୁର ପରିବର୍ତ୍ତନ, ମଣିଷକୃତ ଶିଳ୍ପାୟନର ପ୍ରଭାବ, ସରକାରୀ ସ୍ତରରେ ଇଚ୍ଛାଶକ୍ତିର ଅଭାବ, ଦିନକୁ ଦିନ ବଢୁଥିବା ପ୍ରଦୂଷଣ ପ୍ରଭାବରେ ହଜାର ହଜାର ବର୍ଷ ତଳର ଜୀବଜନ୍ତୁ, ପକ୍ଷୀ, କିଟ ପତଙ୍ଗ ଓ ବିଭିନ୍ନ ସାମୁଦ୍ରିକ ପ୍ରାଣୀ ପ୍ରଭୃତି ଲୁପ୍ତ ହେବାକୁ ବସିଲେଣି। ଏହି ସମୟରେ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ବଂଶ ବିସ୍ତାର ଓ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ଯୁବ ପରିବେଶପ୍ରମୀ ସମରେନ୍ଦ୍ର ମାହାଳି ନିଜସ୍ବ ଉଦ୍ୟମରେ ପକ୍ଷୀଙ୍କ ପାଇଁ ଗଛରେ ବସା ବନ୍ଧାର ଅଭିନବ ପ୍ରୟାସ ଜାରି ରଖିଛନ୍ତି।

ଶୀତଋତୁ ଆଗମନରେ କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ବିସ୍ତୀର୍ଣ୍ଣ ହେନ୍ତାଳବଣ, ବଙ୍ଗୋପସାଗର ନୀଳ ଜଳରାଶି ଢେଉରେ ବିଭିନ୍ନ ପ୍ରଜାତିର ବଦେଶାଗତ ପକ୍ଷୀ ଖେଳୁଥିବା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ଏମାନଙ୍କ ଅସ୍ଥାୟୀ ରହଣି ପାଇଁ ପକ୍ଷୀ ବସା ତିଆରି କରିବାକୁ ଆବଶ୍ୟକ ସରଂଜାମ ନଡିଆକତା, କୁଟା କାଠି, ନାଳିଆା, ପିମ୍ପୁଳା, ସୁତୁଲି, ଘାସ ଆଦିକୁ ନେଇ ବସାଗୁଡିକ ତିଆରି କରି ଗଛ ଅଗ୍ର ଭାଗରେ ମାହାଳି ବାନ୍ଧୁଛନ୍ତି। ଦେଶବିଦେଶରୁ ପକ୍ଷୀମାନେ ଯୋଜନ ଯୋଜନ ପଥ ଅତିକ୍ରମ କରି ଉପକୂଳ ଅଞ୍ଚଳରେ ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ ଓ ସମୁଦ୍ର କୂଳିଆ ନଦୀ ନାଳରେ ମିଳୁଥିବା ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇ ଛୁଟି ଆସିଥାନ୍ତି। ଏହି ସ୍ଥାନକୁ ପକ୍ଷୀମାନେ ସୁରକ୍ଷିତ ଭାବି ନିଜର ବଂଶ ବିସ୍ତାର କରିଥାନ୍ତି। ଏଠାରେ ସୁରକ୍ଷିତ ଭାବେ ବାସ କରି ଅଣ୍ଡାଦାନ କରିବା ଓ ଛୁଆ ଫୁଟିବା ପର୍ଯ୍ୟନ୍ତ ବସା ଯଥେଷ୍ଟ ସହାୟକ ହୋଇଥାଏ। ବୁଧବାର ମହକାଳପଡା ବ୍ଲକର ଗୋବରୀ ନଦୀର ତ୍ରିକୋଣଭୂମି ଅଞ୍ଚଳ ଚଟକା ପାଶ୍ୱବର୍ତ୍ତୀ ଜଙ୍ଗଲଗୁଡିକରେ ପକ୍ଷୀମାନଙ୍କ ସ୍ବଳ୍ପ ରହଣି ପାଇଁ ସମରେନ୍ଦ୍ର ନିଜସ୍ବ ଉଦ୍ୟମରେ ବସା ତିଆରି କରି ଗଛଗୁଡିକରେ ବାନ୍ଧୁଥିବା ଦେଖିବାକୁ ମିଳିଛି। ଜମ୍ବୁ ଅଞ୍ଚଳର ସେଚ୍ଛାସେବୀ ନିଠୁଲ ସର୍ଜନ, ସୁବାସ ସ୍ବାଇଁ ପ୍ରମୁଖ ବସାବନ୍ଧା କାର୍ଯ୍ୟରେ ଅଂଶଗ୍ରହଣ କରି ସମରେନ୍ଦ୍ରଙ୍କୁ ଉତ୍ସାହିତ କରିଥିଲେ। ପରିବେଶପ୍ରେମୀ ସମରେନ୍ଦ୍ରଙ୍କ କହିବା କଥା, ପକ୍ଷୀମାନଙ୍କ ବ୍ୟତୀତ ଅଞ୍ଚଳରେ ବ୍ୟାପକ ପରିମାଣର ଜଙ୍ଗଲ ସୃଷ୍ଟି କରିବା, ସାମୁଦ୍ରିକ ଓ ବଣ୍ୟ ଜୀବଜନ୍ତୁଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ଉଦ୍ୟମ ଜାରି ରହିଥିଲା। ଗୀଷ୍ମ ଋତୁରେ ଜଙ୍ଗଲି ପଶୁ ଓ ପକ୍ଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ଆଗକୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri