ପାତରଅନ୍ତର କରୁଛନ୍ତି ନିର୍ବାଚନ କମିଶନ

କୋଲକାତା, ୧୪।୪: ନିର୍ବାଚନ କମିଶନ (ଇସି) ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ବୁଧବାର ଟିଏମ୍‌ସି ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ଏହା ଜଣାଇଛି। ଟିଏମ୍‌ସି ଏବଂ ଭାଜପାର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଦୁଇ ପୃଷ୍ଠାର ପତ୍ରରେ ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି। ସମ୍ବିଧାନ ଅନୁଯାୟୀ ନିର୍ବାଚନ କମିଶନ ଏକ ସ୍ବାଧୀନ ତଥା ନିରପେକ୍ଷ ଅନୁଷ୍ଠାନ। ତେବେ ପଶ୍ଚିମବଙ୍ଗରେ ଏହାର କାର୍ଯ୍ୟ କରିବାର ଢଙ୍ଗ ନିନ୍ଦନୀୟ ବୋଲି ଟିଏମ୍‌ସି କହିଛି। ଚଳିତ ନିର୍ବାଚନରେ ଏହା ପକ୍ଷପାତ ମନୋବୃତ୍ତି ପୋଷଣ କରିବା ସହ ଭାଜପା ସପକ୍ଷରେ ନିଷ୍ପତ୍ତି ନେଉଛି। ଇସିଙ୍କ ଏଭଳି ବେଆଇନ କାର୍ଯ୍ୟର ଉପଯୁକ୍ତ ଜବାବ ପଶ୍ଚିମବଙ୍ଗର ଜନସାଧାରଣ ଦେବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଆହତ

ଶ୍ରୀନଗର,୪ ।୬: କଶ୍ମୀରରେ ଲଗାତାର ଭାବେ ପ୍ରବାସୀଙ୍କୁ ଟାର୍ଗେଟ କରାଯାଉଛି । ଗତ ୨୬ ଦିନ ମଧ୍ୟରେ ଏମିତି ୧୦ଟି ଘଟଣା ଘଟି ସାରିଲାଣି ।...

୪ ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ: ଭୋଟିଂ ଜାରି

ନୂଆଦିଲ୍ଲୀ,୨୩।୯: ଦେଶର ୪ ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଯାଉଛି। ଏନେଇ ସୋମବାର ସକାଳୁ ଭୋଟିଂ ଆରମ୍ଭ ହୋଇଛି। ଛତିଶଗଡ଼ର ଦନ୍ତଓ୍ବାଡ଼ା, କେରଳର...

ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ...

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼...

ଜମ୍ମୁ-କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା

ଶ୍ରୀନଗର, ୨୪।୧୦: ଜମ୍ମୁ-କଶ୍ମୀରରେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯିବା ପରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ...

ଆସାମ ବନ୍ୟା: ୯୬ ବନ୍ୟପ୍ରାଣୀ ମୃତ

ଗୁଆହାଟୀ,୧୮।୭: ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି...

ତ୍ରିପୁରାରେ ମୋବାଇଲ୍‌ ଜରିଆରେ ହେବ ଅନ୍‌ଲାଇନ ପାଠପଢ଼ା

ଅଗରତାଲା,୨୨।୬: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେତେକ ରାଜ୍ୟ ଅନ୍‌ଲାଇନରେ ଶିକ୍ଷା...

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week