Posted inଖେଳ

ଓଡ଼ିଶାର ତନ୍‌ଭି ପତ୍ରୀଙ୍କ ସହଜ ବିଜୟ

ବଲାଙ୍ଗୀର, ୨୩ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୩୫ତମ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିନର ଦ୍ୱିତୀୟ ଦିବସରେ ବୁଧବାର ଚିତ୍ତାକର୍ଷକ ଖେଳ ଦେଖିବାକୁ ମିଳିଛି। ପୂର୍ବାହ୍ନରେ ୧୩ ବର୍ଷରୁ କମ୍‌ ବର୍ଗ ବାଳକ ଏବଂ ବାଳିକା ବିଭାଗ ଖେଳ ହୋଇଥିଲା। ବାଳକ ବର୍ଗରେ ଟପ୍‌ସିଡ୍‌ କର୍ନାଟକର ପୁଷ୍କର ସାଏ ୨୧-୧୩ ଓ ୨୧-୧୪ ସେଟ୍‌ରେ ତାମିଳନାଡୁର ଦକ୍ଷଣ ଏସ୍‌.ଏଲ.ଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ସୌର୍ଯ୍ୟ ଯାଦବ ୨୨-୨୦ ଓ ୨୧-୧୫ ସେଟ୍‌ରେ ରାଜସ୍ଥାନର ସ୍ଥଭିକ୍‌ ଅଗ୍ରୱାଲଙ୍କୁ ପରାସ୍ତ କରିଥିଲେ। ସେହିପରି ଉତ୍ତରପ୍ରଦେଶର ଦିବ୍ୟାଂଶ ସିଂ, ମହାରାଷ୍ଟ୍ରର ଆତିଦ୍ୟ ୟାଉଲ, ହରିଆଣାର ଯତିନ୍‌ କୁମାର, ପଶ୍ଚିମବଙ୍ଗର ସ୍ବୟଂଦ୍ୱିତି ଘୋଷ, ଆସାମର ଅର୍ନବ ଚୁତିଆ, ମଧ୍ୟପ୍ରଦେଶର ପାର୍ଥ ଶର୍ମା, ତାମିଲନାଡୁର ଦଶ୍ୱନ୍ଥ, ହରିଆଣାର ଆର୍ଯ୍ୟାନ୍‌ ଡାଙ୍ଗୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଖେଳାଳିଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

ବାଳିକା ବର୍ଗର କର୍ନାଟକର ଶାଇନା ମଣିମୁଥୁ ୨୧-୧୧ ଓ ୨୧-୧୦ ସେଟ୍‌ରେ ଆସାମର ଆରାଧ୍ୟା ବୁରାଗୋହଁାଇଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ତାମିଲନାଡୁର ଧାନ୍‌ଜା ଏସ୍‌.ଜେ. ୨୧-୧୦ ଓ ୨୧-୧୬ ସେଟ୍‌ରେ ମହାରାଷ୍ଟ୍ରର ସୋୟାରା ସେଲାରଙ୍କୁ ପରାସ୍ତ କରିଥିଲେ। ଓଡ଼ିଶାର ତନ୍‌ଭି ପତ୍ରୀ ୨୧-୧୦ ଓ ୨୧-୧୦ ସେଟ୍‌ରେ ତ୍ରିପୁରାର ଦେ ଅଦ୍ରିଜାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଲକ୍ଷ୍ମୀ ସାଏ ଆରାଧ୍ୟା ରାଚାପୁଡି, ଉତ୍ତରପ୍ରଦେଶର ଅଗ୍ରୀମା ସିଂ, ତେଲେଙ୍ଗାନାର ଅବ୍‌ନି ବିକ୍ରମ ଗୋବିନ୍ଦ, ଗୁଜୁରାଟର ଆର୍ଶିଆ, ହରିଆଣାର ଜୁଏଲ ରାଣା, ପଶ୍ଚିମବଙ୍ଗର ଆର୍ଯ୍ୟାମା ଚକ୍ରବର୍ତ୍ତୀ, ଆସାମର ଶୁଭଶ୍ରୀ ସ୍ମିତା ବରୁଆତି, ମହାରାଷ୍ଟ୍ରର ସରଜୁ ରଞ୍ଜନେ, ତାମିଲନାଡୁର ୟାଝିନି ଏସ୍‌କେ, କର୍ନାଟକର କୀର୍ତ୍ତି ବାଲାଜୀ, ପଞ୍ଜାବର ମେହବିଶ୍‌ କୌର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଗୁରୁବାର ତୃତୀୟ ଦିନରେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ଖେଳାଳିଙ୍କ ମଧ୍ୟରେ ଟକ୍କର ହେବ। ଏହି ଜାତୀୟ ଚାମ୍ପିୟନଶିନରେ ଭାରତୀୟ ବ୍ୟାଡମିଣ୍ଟନ ସଂଘ ଉପସଭାପତି ଏସ୍‌. ମୁରଲୀଧରଣ, ଅନ୍ତର୍ଜାତୀୟ ଖେଳାଳି ସମ୍ପନ୍ନ ଉଦୟ ସାନେ, ବୈଷୟିକ କମିଟିର ରାକେଶ ଶେଖର, ଆଇନ୍‌ସି ଦଥାନ, ସୁଧୀର ଭାର୍ବେ, ସାଙ୍ଗଠନିକ ସମ୍ପାଦକ ଲିଲିନ୍‌ କୁମାର, ରାଜ୍ୟ ସଂଘ ଉପସଭାପତି ପ୍ରଦୀପ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି। ଜିଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ତଥା ଆୟୋଜକ କମିଟି ସଂଯୋଜକ ସୁରୁଲାଲ ମଟାରୀ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ବ୍ୟଡମିଣ୍ଟନ ଖେଳ ଦେଖିବାକୁ ସ୍ଥାନୀୟ ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଭିଡ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri