Posted inଖେଳ

ଅଷ୍ଟ୍ରେଲିଆର ସହଜ ବିଜୟ

ପର୍ଥ,୨୬।୧୦(ପି.ଟି.): ଟି୨୦ ବିଶ୍ୱକପ୍‌ ସୁପର-୧୨ରେ ପ୍ରଥମ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ପର୍ଥରେ ଖେଳାଯାଇଥିବା ମ୍ୟାଚରେ ଲୋକାଲ ବୟ ମାର୍କସ୍‌ ଷ୍ଟୋଇନିସଙ୍କ ଧୂଆଁଧାର ଅଦ୍ଧଶତକ ବଳରେ ୭ ଉଇକେଟରେ ଜିତି ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୬ ଉଇକେଟରେ ୧୫୭ ରନ୍‌ କରିଥିଲା। ଷ୍ଟୋଇନିସଙ୍କ ଅପରାଜିତ ୫୯ ରନ୍‌ ବଳରେ ଅଷ୍ଟ୍ରେଲିଆ ୧୬.୩ ଓଭରରେ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା। ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ପାଥୁମ୍‌ ନିଶଙ୍କା ୪୦ ରନ୍‌ କରିଥିଲେ। ଧନଞ୍ଜୟ ଡି ସିଲ୍‌ଭା ୨୬ ଓ ଚରିଥ୍‌ ଅସଲଙ୍କା ୩୮ଙ୍କ ଅବଦାନ ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଉଇକେଟରେ ୧୫୭ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌, କମିନ୍ସ, ଷ୍ଟାର୍କ, ଆଷ୍ଟନ୍‌ ଆଗର ଓ ମ୍ୟାକ୍ସଓ୍ବେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଅଷ୍ଟ୍ରେଲିଆର ଆରମ୍ଭ ବେଶ ଧୀମା ରହିଥିଲା। ତେବେ ଷ୍ଟୋଇନିସ୍‌ ମାତ୍ର ୧୮ ବଲରୁ ୫୯ ରନ୍‌ ସ୍କୋର କରି ଦଳକୁ ସହଜ ବିଜୟ ଦେଇଥିଲେ। ଏହି ଇନିଂସରେ ୪ ଚୌକା ଓ ୬ ଛକା ସାମିଲ ଥିଲା। ଷ୍ଟୋଇନିସ ଶ୍ରୀଲଙ୍କା ସ୍ପିନର ଓ୍ବନିନ୍ଦୁ ହସରଙ୍ଗାଙ୍କୁ ଟାର୍ଗେଟ୍‌ କରିଥିବା ବେଳେ ସେ ୩ ଓଭରରେ ୫୩ ରନ ବ୍ୟୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିଞ୍ଚ ୪୨ ବଲ୍‌ ଖେଳି ୩୧ ରନରେ ଅପରାଜିତ ଥଲେ। ଶ୍ରୀଲଙ୍କା ପକ୍ଷରୁ ମହୀଷ ଥିକ୍‌ସାନା, ଧନଞ୍ଜୟ ଡି ସିଲ୍‌ଭା ଓ ଚାମିକା କରୁଣାରତ୍ନେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଷ୍ଟୋଇନିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୧୫୭/୬ (ପାଥୁମ୍‌ ନିଶଙ୍କା-୪୦, ଚରିଥ୍‌ ଅସଲଙ୍କା-୩୮*, ଧନଞ୍ଜୟ ଡି ସିଲଭା-୨୬, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ-୧/୫, ମିଚେଲ ଷ୍ଟାର୍କ-୧/୨୫, ଆଷ୍ଟନ ଆଗର-୧/୨୬)। ଅଷ୍ଟ୍ରେଲିଆ ୧୬.୩ ଓଭରରେ ୧୫୮/୩ (ମାର୍କସ ଷ୍ଟୋଇନିସ୍‌-୫୯*, ଆରୋନ୍‌ ଫିଞ୍ଚ-୩୧*, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ-୨୩, ମହୀଷ ଥିକ୍‌ସାନା-୧/୨୩, ଧନଞ୍ଜୟ ଡି ସିଲ୍‌ଭା-୧/୧୮, ଚାମିକା କରୁଣାରତ୍ନେ-୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri