Posted inଖେଳ

ସେମିଫାଇନାଲରେ ପହଞ୍ଚିଲା ଇଷ୍ଟ ବେଙ୍ଗଲ

ଭୁବନେଶ୍ୱର, ୨୦।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଇଷ୍ଟ ବେଙ୍ଗଲ। ଅନୁଷ୍ଠିତ ଗ୍ରୁପ୍‌ ‘ଏ’ର ଡର୍ବି ମ୍ୟାଚରେ ଇଷ୍ଟ ବେଙ୍ଗଲ ୩-୧ ଗୋଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୋହନ ବାଗାନ ସୁପର ଜାଏଣ୍ଟକୁ ହରାଇ ନକ୍‌ ଆଉଟ ପ୍ରବେଶକୁ ନିଶ୍ଚିତ କରିଛି। ୨୪ ତାରିଖରେ ହେବାକୁଥିବା ସେମିଫାଇନାଲରେ ଇଷ୍ଟ ବେଙ୍ଗଲ ଗ୍ରୁପ୍‌ ‘ବି’ର ଟପ୍ପର ଦଳ ଜାମସେଦପୁର ଏଫ୍‌ସିକୁ ଭେଟିବ। ଇଷ୍ଟ ବେଙ୍ଗଲ ୩ ମ୍ୟାଚରୁ ୯ ପଏଣ୍ଟ ପାଇଥିବାବେଳେ ମୋହନ ବାଗାନ ୩ ମ୍ୟାଚରୁ ୬ ପଏଣ୍ଟ ସହ ଲିଗ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିଛି।

ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ ମ୍ୟାଚ ସ୍ବାଭାବିକ ଭାବେ ଆରମ୍ଭରୁ ରୋମାଞ୍ଚକ ହୋଇଥିଲା। ଉଭୟ ଦଳର ଅନେକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରଥମ କିଛିଭାଗ ଖେଳ ଗୋଲଶୂନ୍ୟ ରହିବାପରେ ୧୯ତମ ମିନିଟରେ ପ୍ରଥମ ଗୋଲଟି ସ୍କୋର କରି ମୋହନ ବାଗାନକୁ ଅଗ୍ରଣୀ ଦେଇଥିଲେ ହେକ୍ଟର ୟୁଷ୍ଟି କାଣ୍ଟନ।

ମାତ୍ର ଦଳ ଏଥିରୁ ବିଶେଷ ଫାଇଦା ଉଠାଇ ପାରି ନ ଥିଲା। ୨୪ତମ ମିନିଟରେ ଗୋଲଟି ପରିଶୋଧ କରି ଦେଇଥିଲେ ଇଷ୍ଟ ବେଙ୍ଗଲର କ୍ଲେଇଟନ ଅଗୁଷ୍ଟୋ ଓଲିଭେରା ସିଲ୍‌ଭା। ପ୍ରଥମାର୍ଦ୍ଧରେ ମ୍ୟାଚ ୧-୧ ସ୍ଥିତିରେ ରହିବାରୁ ଦ୍ୱିତୀୟାର୍ଦ୍ଧ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୬୩ତମ ମିନିଟରେ ଇଷ୍ଟ ବେଙ୍ଗଲର ଅଗ୍ରଣୀ ବ୍ୟବଧାନକୁ ୨-୧ରେ ପରିଣତ କରି ମ୍ୟାଚରେ ରୋମାଞ୍ଚ ଭରିଥିଲେ ନନ୍ଦ କୁମାର।

ମୋହନ ବାଗାନ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ୮୦ତମ ମିନିଟରେ ସିଲ୍‌ଭା ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ତୃତୀୟ ଗୋଲଟି ଦେଇ ଇଷ୍ଟ ବେଙ୍ଗଲର ବିଜୟକୁ ଏକପ୍ରକାର ନିଶ୍ଚିତ କରି ଦେଇଥିଲେ। ନିର୍ଦ୍ଧାରିତ ୯୦ ମିନିଟ ଏବଂ ୭ ମିନିଟର ଇଞ୍ଜୁରି ଟାଇମ୍‌ରେ ମୋହନ ବାଗାନ ଆଉ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇ ନ ଥିଲା। ଫଳରେ ଷ୍ଟାଡିୟମରେ ଉପସ୍ଥିତ ଏହାର ପ୍ରଶଂସକଙ୍କ ମଧ୍ୟରେ ନୀରବତା ଛାଇ ଯାଇଥିବାବେଳେ ଇଷ୍ଟ ବେଙ୍ଗଲ ସମର୍ଥକମାନେ ନିଆଁ ହୁଳା ଜଳାଇ ଖୁସି ମନାଇଥିଲେ। ମ୍ୟାଚର ଶେଷ ହ୍ବିସିଲ ବାଜିବା ମାତ୍ରେ ଖେଳାଳିମାନେ ମଧ୍ୟ ଦର୍ଶକଙ୍କ ନିକଟକୁ ଦୌଡ଼ିଆସି ଖୁସି ମନାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?