ଶ୍ୟାମଳ ପୃଥିବୀର ସ୍ବପ୍ନ

କୃତିକ ସମ୍ପଦରେ ଭରପୂର ଆମ ପ୍ରକୃତି। ମୃତ୍ତିକା, ଜଳ, ଉଦ୍ଭିଦ, ଜୀବଜନ୍ତୁ, ଖଣିଜ ଦ୍ରବ୍ୟ ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଆଦିମାନବ ଏହାର ସମ୍ପୂର୍ଣ୍ଣ ବ୍ୟବହାର ଶିକ୍ଷା କରି ନ ଥିଲା। ଶିକ୍ଷା ଓ ସଭ୍ୟତାର ଉନ୍ନତି ହେବା ସଙ୍ଗେ ସଙ୍ଗେ ମଣିଷ ନିଜ ଜୀବନକୁ ବି ସମୁଚିତ ମାର୍ଗରେ ପରିଚାଳିତ କରିପାରିଛି। ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ସହିତ ଜୀବନକୁ ସରସ, ସୁନ୍ଦର କରି ଗଢ଼ିତୋଳିଛି। ତଥାପି ତାକୁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼ୁଛି। ଜଙ୍ଗଲରୁ କାଠ ବାଉଁଶ, ବନ୍ୟଦ୍ରବ୍ୟ, ଔଷଧ, ମହୁ, ଝୁଣା, ଲାଖ ସବୁ ମିଳିଲା, ଯଦ୍ଦ୍ବାରା ଜଙ୍ଗଲ ତା’ର ନିତିଦିନିଆ ଜୀବନର ସାଥୀ ହୋଇପାରିଲା। ଜଙ୍ଗଲ ତାକୁ ବଞ୍ଚେଇବା ଶିଖାଇଲା। ତା’ ସୁଖଦୁଃଖର ସାଥୀ ହେଲା। ବୃକ୍ଷ ବିନା ସୃଷ୍ଟି ଅସମ୍ଭବ ଏକଥା ସେ ଜାଣିପାରିଲା। ବୃକ୍ଷ ପୃଥିବୀର ରକ୍ଷାକବଚ। ପୃଥିବୀକୁ ଶ୍ୟାମଳ ସୁନ୍ଦର ସତେଜ କରି ରଖିବାକୁ ସବୁଜ ବନାନୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ବୁଝିପାରିଲା।
ଜାତୀୟ ଜଙ୍ଗଲ ନୀତି ଅନୁସାରେ ଆମ ଦେଶରେ ଶତକଡ଼ା ୩୩.୨ ଜଙ୍ଗଲ ରହିବା କଥା ହେଲେ ଅଛି ୨୨.୭। ଆମ ରାଜ୍ୟରେ ପ୍ରାୟ ୬୧,୨୦୪. ୧୭ ବର୍ଗ କି.ମି. ଜଙ୍ଗଲ ରହିଛି। ଯାହାକି ଭୌଗୋଳିକ କ୍ଷେତ୍ରଫଳର ୩୯.୩୧ ପ୍ରତିଶତ। ଜଙ୍ଗଲ ପରିମାଣ ଦିନକୁ ଦିନ ହ୍ରାସ ଘଟୁଛି। ଏହି ଜଙ୍ଗଲ କ୍ଷୟକୁ ରୋକିବା ପାଇଁ ସରକାରୀ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ସ୍ବାଧୀନ ଭାରତରେ ଜଙ୍ଗଲ କ୍ଷୟ ରୋକିବା ଲାଗି ବନମହୋତ୍ସବ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍‌ ଜୁଲାଇ ୧ରୁ ୮ ସାରା ଦେଶରେ ପାଳନ କରାଗଲା। ଆମେ ଜାଣିବା ଦରକାର ଯେ ଗଛ କେବଳ ଗଛ ନୁହେଁ । କାଠ, ପଟା , ଜାଳେଣି, ଛାଇ , ଔଷଧ ସହିତ ଆମେ ପାଉ ନିର୍ମଳ ପରିବେଶ, ଗଛ ଯୋଗୁ ସୁନ୍ଦର ଦିଶେ ସବୁଜ ବନାନୀ, ଗଛ ପାଇଁ ଚାଲେ ଆମର ଶ୍ୱାସ ପ୍ରଶ୍ୱାସ। ବାୟୁ ବିଶୋଧନ ନିମନ୍ତେ ବୃକ୍ଷ ରାତିରେ ଅଙ୍ଗାରକାମ୍ଳ ଗ୍ରହଣ କରି ଦିନରେ ଅମ୍ଳଜାନ ପରିତ୍ୟାଗ କରେ। ଏହା ମଣିଷ ପାଇଁ ହିତକର। ଏଣୁ ବୃକ୍ଷ ହିଁ ମଣିଷର ପ୍ରକୃତ ବନ୍ଧୁ। ବୃକ୍ଷ ବ୍ୟତିରକେ ଜୀବନ ଅସମ୍ଭବ।
ଲୋକମାନେ ଏହି କଥା ନ ବୁଝିପାରି ରହିବାପାଇଁ, ନିଜର ଜୀବିକା ନିର୍ବାହ ପାଇଁ ଅବାଧରେ ଗଛ କାଟି ଚାଲିଛନ୍ତି। ରହିବା ପାଇଁ ସ୍ଥାନ, ରାସ୍ତା ନିର୍ମାଣ, ବଡ଼ ବଡ଼ ଆପାର୍ଟମେଣ୍ଟ, କଳକାରଖାନା, ନୂତନ ସହର ଗଠନ, ନଦୀବନ୍ଧ ଯୋଜନା, କାଠ ବ୍ୟବସାୟୀ, ଆଦିବାସୀମାନେ ପୋଡ଼ୁଚାଷ ପାଇଁ ପ୍ରତ୍ୟେକ ବର୍ଷ ଜଙ୍ଗଲ ପଦା ହୋଇଯାଉଛି ଏବଂ ତା’ ସ୍ଥାନରେ ନୂତନ ଗଛ ବା ଜଙ୍ଗଲ ସୃଷ୍ଟି ହୋଇପାରୁନି। ଫଳରେ ବନକ୍ଷୟ ଯୋଗୁ, ପ୍ରକୃତି ଓ ପରିବେଶ ପ୍ରତି ଭୟଙ୍କର ବିପଦ ମାଡ଼ିଆସୁଛି। ଗ୍ଲାସିଅର ତରଳୁଛି, ସମୁଦ୍ର ପତନ ବୃଦ୍ଧି, ମରୁଡ଼ି, ବାତ୍ୟା, ବନ୍ୟା, ମହାବାତ୍ୟା, ସୁନାମୀ, ସାମୁଦ୍ରିକ ଝଡ଼ ଏବଂ ଏବେ ଜୋର ଧରିଛି ମହାମାରୀ କରୋନା। ପରିବେଶରେ ଅମ୍ଳଜାନର ଅଭାବ ପ୍ରଭୃତି ମନୁଷ୍ୟକୃତ ବିପଦମାନ ଦେଖାଗଲାଣି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅରଣ୍ୟ ଜାତୀୟ ବୃକ୍ଷଲତା, ଗୁଳ୍ମ, ଲତା, ଔଷଧିୟ ବୃକ୍ଷ ନଷ୍ଟ ହୋଇ ପରିବେଶର ତାପମାତ୍ରା ବୃଦ୍ଧି କରାଉଛି ଫଳରେ ଅଂଶୁଘାତ ଓ ଚର୍ମଜାତୀୟ ରୋଗର ଶିକାର ହେଉଛି ମଣିଷ। କେତେବେଳେ ବୃଷ୍ଟି ଅନୁପାତ ଅଧିକ ତ କେତେବେଳେ କମ୍‌ ହେଉଛି ଫଳରେ କୃଷିକ୍ଷେତ୍ର ପ୍ରଭାବିତ ହେଉଛି, ଜଳାଭାବ ଲାଗିରହୁଛି। ବିଭିନ୍ନ ପ୍ରକାର ବୈଜ୍ଞାନିକ ପରୀକ୍ଷଣ ଓ ଦେଶ ଦେଶ ଭିତରେ ଯୁଦ୍ଧ ଲାଗିବା ଫଳରେ ପରିବେଶ ଦୂଷିତ ହେଉଛି। କଳକାରଖାନା, ଗାଡ଼ି ମୋଟର, ମେଡିକାଲ ବର୍ଜ୍ୟବସ୍ତୁ ଦ୍ୱାରା ମଧ୍ୟ ପରିବେଶ ଦୂଷିତ ହେବାରେ ଲାଗିଛି। ଖାଲି ବୃକ୍ଷରୋପଣ କରି ଫଟୋ ଉଠାଇ ଗଣମାଧ୍ୟମରେ କି ରାଜନୈତିକ ମହଲରେ କାମ ଶେଷ କରିଦେଲେ କିଛି ଲାଭ ହେବନାହିଁ। ଏଥିପାଇଁ ନିଜ କର୍ତ୍ତବ୍ୟକୁ ଶ୍ରଦ୍ଧାର ସହିତ ପାଳନ କରିବା ଉଚିତ। ପୋତିଥିବା ଗଛର ରକ୍ଷଣାବେକ୍ଷଣ କରିବା ଦିଗରେ ଯତ୍ନଶୀଳ ହେବା ଦରକାର। ପ୍ରତ୍ୟେକେ ନିଜର ଜନ୍ମଦିନ, ବନ୍ଧୁତା ଦିବସରେ, ବିବାହ ଦିନ ବା ବିବାହ ବାର୍ଷିକୀରେ ଗଛଟିଏ ଲଗାନ୍ତୁ। ଏ ପ୍ରକୃତି, ଏ ପୃଥିବୀ ଆମକୁ କେତେକ’ଣ ଦେଇଛି ତା’ର ପଟାନ୍ତର ନାହିଁ। ବାସ୍‌ ଆମେ ଗଛଟିଏ ପୋତି ଶ୍ୟାମଳ, ସୁନ୍ଦର, ସତେଜ ପୃଥିବୀଟିଏ ଗଢ଼ିବାରେ କେବଳ କର୍ତ୍ତବ୍ୟଟିଏ ସମ୍ପାଦନ କରିବା ଉଚିତ। ନଚେତ ଏ ପୃଥିବୀ ଲୋପ ପାଇଗଲେ ଦିନେ ଜୀବଜଗତ ବି ଲୋପ ପାଇଯିବ ଏହା ଭାବିବା ଏବେଠାରୁ ଦରକାର। ପରିବେଶ ସୁନ୍ଦର ରହିଲେ ସୁସ୍ଥ ରହିବେ ଆଗାମୀ ପିଢ଼ି। ଶରୀର ସୁସ୍ଥ ରହିଲେ ଦେଶର ଉନ୍ନତି କରିପାରିବାରେ ସକ୍ଷମ ହେବେ। ସମାଜ ଅଧିକ ସମୃଦ୍ଧ ହୋଇପାରିବ।
ପ୍ରକୃତି ହେଉଛି ଶୋଭାର ଗନ୍ତାଘର। ନଦୀକୂଳରେ ବୃକ୍ଷରାଜି, ସବୁଜ ତରୁଲତା ଆଚ୍ଛାଦିତ ପର୍ବତ କନ୍ଦରରୁ ବହି ଆସିଥିବା ଝରଣା, ବୃକ୍ଷଗୁଡ଼ିକର ଶୀତଳ ଛାଇ, ପରାଗସଙ୍ଗମରେ ସହାୟକ ହେଉଥିବା ପଶୁ ପକ୍ଷୀ, ପ୍ରଭାତର ଶାନ୍ତ ପରିବେଶକୁ କୋଳାହଳମୟ କରି ରଖୁଥିବା ପଶୁ ପକ୍ଷୀ, ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ମାତୃଭୂମି, କାଠ, ଜାଳେଣି, ଘରର ସୌଖୀନ ଆସବାବପତ୍ର, ଔଷଧ ଓ ନାନା ଜାତିର ଫଳ ଫୁଲରେଭରା। ଅନେକ ରମଣୀୟ ସ୍ଥାନ ଗଢ଼ିଉଠିଛି ବୃକ୍ଷରାଜିର ପରିବେଷ୍ଟନୀରେ। ଆମ ମନୋରଞ୍ଜନର ଖୋରାକ ଯୋଗାଏ ପିକ୍‌ନିକ୍‌ ସ୍ଥଳୀ କେବଳ ପ୍ରକୃତି ଯୋଗୁ। ଆସନ୍ତୁ ସେହି ପରିବେଶକୁ ସ୍ବଚ୍ଛ, ନିର୍ମଳ, ପ୍ରଦୂଷଣମୁକ୍ତ କରିବା ବୃକ୍ଷଟିଏ ରୋପଣ କରି।

ଜୟଶ୍ରୀ ପଟ୍ଟନାୟକ
ଗଙ୍ଗନଗର, ଭୁବନେଶ୍ୱର
ମୋ: ୭୯୭୮୧୧୦୪୭୪


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?