Posted inଜାତୀୟ

ଜମ୍ମୁ, ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ

ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ଏନ୍‌ସିଆର ଏବଂ ଜମ୍ମୁ-କଶ୍ମୀରରେ ଭୂକମ୍ପ ଝଟକା। ଗୁରୁବାର ରାତି ପ୍ରାୟ ୭.୫୯ ମିନିଟ୍‌ରେ କଶ୍ମୀର ଉପତ୍ୟକାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଛି। ତେବେ ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏଥି ସହିତ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ସେହିପରି ତାଜିକିସ୍ତାନ ଏବଂ ଆଫଗାନିସ୍ତାନର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ପାକିସ୍ତାନର ଲାହୋର ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ତେବେ ଭୂକମ୍ପ କେନ୍ଦ୍ରରୁ ଏହାର ଗଭୀରତା ଅଧିକ ଥିବାରୁ ବହୁଦୂର ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ପୁଣି ନୋବେଲ ଶାନ୍ତି ପୁରସ୍କାର ଦାବିକଲେ ଟ୍ରମ୍ପ୍‌, ୮ଯୁଦ୍ଧ ରୋକିଥିବା ଦାବି ଦୋହରାଇଲେ

ଓ୍ବାଶିଂଟନ,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ପୁଣି ଥରେ ଦାବି ଉପସ୍ଥାପନ କରିଛନ୍ତି । ସେ ୮ଟି ଯୁଦ୍ଧର ସମାଧାନ କରିଛନ୍ତି…

ପଶ୍ଚିମବଙ୍ଗରୁ ତାମିଲନାଡୁ…. ଆଜି ୬ ଆସନର ରେଜଲ୍ଟ, କିଏ ମାରିବ ବାଜି?

ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ ପୁଡୁଚେରୀରେ ଅକ୍ଟୋବର ୬ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଏଥିରେ ୫ଟି ବିଧାନସଭା ଆସନ…

ନେତାନ୍ୟାହୁଙ୍କ ବଡ଼ ନିଷ୍ପତ୍ତି, ସ୍ମିତ ମାଚ୍ଛରଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ବେସାମରିକ ବୀରତ୍ୱ ସମ୍ମାନ

ନୂଆଦିଲ୍ଲୀ,୯।୧୦: ନିଜ ସହ-ପାଇଲଟ୍‌ଙ୍କ ମରଣାନ୍ତକ ଆକ୍ରମଣର ସାମ୍ନା କରି ମଧ୍ୟ ୧୭୪ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?