Posted inଖେଳ

ଭାରତ ଆଗରେ ୨୦୭ ରନ୍‌ର ଟାର୍ଗେଟ

ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା। ଶ୍ରୀଲଙ୍କାର ଦୁଇ ଓପରନ ପୃଥମ ନିସଙ୍କା ଏବଂ କୁସାଲ ମେଣ୍ଡିସ ଆରମ୍ଭରୁ ଦଳକୁ ଭଲ ଷ୍ଟାଟ ଦେଇଥିଲେ। ଏପରିକି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନକା ୫୬ ରନ୍‌ର ବିସ୍ଫୋରକ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ। ଫଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୦୬ ରନ୍‌ କରିଥିଲା। ଭାରତ ଆଗରେ ୨୦୭ ରନ୍‌ର ବିଶାଳ ଟାର୍ଗେଟ ରଖିଛି ଶ୍ରୀଲଙ୍କା।

କୁସାଲ ମେଣ୍ଡିସ ଧର୍ଯ୍ୟର ସହ ବ୍ୟାଟିଂ କରି ୩୧ ବଲ୍‌ରେ (୩ ଚୌକା ଏବଂ ୪ ଛକା) ୫୨ ରନ୍‌ କରିଥିବା ବେଳେ ପୃଥମ ନିସଙ୍କା ୩୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ଚରିତ ଅସଲଙ୍କା ୧୯ ବଲ୍‌ରେ ୪ ଛକା ସହାୟତାରେ ୩୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପରବର୍ତ୍ତି ସମୟରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନକା ୨୨ ବଲରେ ୬ ଚୌକା ଓ ୨ ଚୌକା ସହାୟତାରେ ୫୬ ରନ୍‌ର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଭାରତର ଉମ୍ରାନ ମଲ୍ଲିକ ୩ ଉଇକେଟ ନେଇଥିବା ବେଳେ ଅକ୍ସର ପଟେଲ ୨ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?