Posted inଜାତୀୟ

ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…

ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍‌ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ ଉତ୍ତରଭାରତର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ଏଥିରେ ଭୟଭୀତ ହୋଇ ଲୋକେ ନିଜ ଅଫିସ ଏବଂ ଘରୁ ବାହାରକୁ ଦୌଡ଼ି ଆସୁଥିବା ଦେଖାଯାଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୧୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୧.୨୦ ଡିଗ୍ରୀ ପୂର୍ବ ଦ୍ରାଘିମା ମଧ୍ୟରେ ଏବଂ ୧୩୦ କିଲୋମିଟର ଗଭୀରରେ ବୋଲି ଜଣାପଡ଼ିଛି।

ପାକିସ୍ତାନରେ ପୂର୍ବାହ୍ନ ୧୧ଟା ୪୭ରେ ସଂଘଟିତ ଅନ୍ୟ ଏକ ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳର ୯୪ କିଲୋମିଟର ଗଭୀରରେ ବୋଲି ନ୍ୟାଶନାଲ ସିସ୍‌ମିକ୍‌ ମନିଟରିଂ ସେଣ୍ଟର ପକ୍ଷରୁ କୁହାଯାଇଛି। ପାକିସ୍ତାନର ଇସ୍‌ଲାମାବାଦ, ଲାହୋର, ପେଶାଓ୍ବର,ରାଓ୍ବଲପିଣ୍ଡି ଏବଂ ଖାଇବର ପଖ୍‌ତୁନ୍‌ଖ୍ବାର ବିଭିନ୍ନ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ଭାରତରେ କୃଷି ଋଣ ୩୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ: ନାବାର୍ଡ

ନୂଆଦିଲ୍ଲୀ,୧୩।୫: ଆର୍ଥିକ ବର୍ଷ ୨୦୨୫-୨୬ରେ ଗ୍ରାମୀଣ ଋଣ ବ୍ୟବସ୍ଥାର ବୃଦ୍ଧିପ୍ରାପ୍ତ ଆନୁଷ୍ଠାନିକୀକରଣ ଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଦ୍ୱାରା କୃଷି କ୍ଷେତ୍ରକୁ...

ବାଂଲାଦେଶର ବଡ଼ ଚାଲ୍‌, ସୀମାରେ କରୁଛି…

ଢାକା/ନୂଆଦିଲ୍ଲୀ, ୧୩।୫: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମୁହମ୍ମଦ ୟୁନୁସ ପୁଣି ଥରେ ଭାରତକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ନେପାଳର ସଂସଦ...

ଭୟଙ୍କର ପରମାଣୁ ପରୀକ୍ଷଣ ଯୋଗୁ ପାକିସ୍ତାନରେ ହେଉଛି ଭୂମିକମ୍ପ! ସାଂଘାତିକ ଖୁଲାସା…

ଇସଲାମବାଦ,୧୩।୫: ନିକଟରେ ପାକିସ୍ତାନରେ ବଡ଼ ବଡ଼ ଭୂକମ୍ପ ହୋଇଛି। ଯେଉଁ କାରଣରୁ ଦେଶରେ ବଡ଼ ବଡ଼ କ୍ଷୟକ୍ଷତି ମଧ୍ୟ ହୋଇଛି। ତେବେ କୁହାଯାଉଛି ପାକିସ୍ତାନରେ ସମ୍ପ୍ରତି...

CBSE Result: ଦଶମରେ କୋରାପୁଟ ଜିଲା ଟପ୍ପର ହେଲେ ପ୍ରତୀକ ସାହୁ

କୋରାପୁଟ,୧୩।୫(ଅମିତାଭ ବେହେରା): ମଙ୍ଗଳବାର ଘୋଷିତ ସିବିଏସ୍‌ଇ ୧୦ମ ପରୀକ୍ଷାରେ କୋରାପୁଟ ଜିଲା ଟପ୍ପର ହୋଇଛନ୍ତି ପ୍ରତୀକ ସାହୁ। ସେ ହେଲେ ପିତା ହେଉଛନ୍ତି ସଚ୍ଚିଦାନନ୍ଦ ସାହୁ...

ପାକିସ୍ତାନ ଉପରେ ରାଗିଲା ଚାଇନା, ଆଗକୁ ଆଉକିଛି ଦିଆଯିବ ନାହିଁ!

ବେଜିଂ/ଇସଲାମାବାଦ, ୧୩।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଘଟିଥିବା ଯୁଦ୍ଧବିରତି ଚୁକ୍ତିକୁ ନେଇ ଚାଇନା ପାକିସ୍ତାନ ସହ ଅସନ୍ତୁଷ୍ଟ ଥିବା ନେଇ କିଛି ରିପୋର୍ଟରେ...

CBSE Result:ସଂସ୍କାର ସ୍କୁଲର ରେକର୍ଡ଼ ସଫଳତା, କମର୍ସରେ ରିୟା ଅଗ୍ରୱାଲ ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ)- ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ସଂସ୍କାର ଇଣ୍ଟର ନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ପୂର୍ବବର୍ଷର ରେକର୍ଡ଼କୁ...

୫୧ଟି ସ୍ଥାନରେ ୭୧ଟି ଆକ୍ରମଣ, ୧୩୦ ପାକିସ୍ତାନୀ ସୈନ୍ୟ ନିହତ: ପାକିସ୍ତାନ ପାଇଁ ମାରାତ୍ମକ ହେଲେଣି ବାଲୁଚ ବିଦ୍ରୋହୀ

ବାଲୁଚିସ୍ତାନ,୧୩।୫: ବାଲୋଚ ଲିବରେସନ ଆର୍ମୀ (ବିଏଲଏ) ବାଲୁଚିସ୍ତାନରେ ୫୧ଟି ସ୍ଥାନରେ ୭୧ରୁ ଅଧିକ ଆକ୍ରମଣ କରିଥିବା ଦାବି କରିଛି, ଯାହାକୁ ସେମାନେ ‘ଅପରେଶନ ହିରୋଫ’ ନାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri