Posted inଫୁରସତ

ପୃଥିବୀକୁ ମାଡି ଆସୁଛି ବିପଦ, କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ

ଭବିଷ୍ୟତରେ ପୃଥିବୀରେ ଏତେ ଗରମ ଅନୁଭବ ହେବ ଯେ ମଣିଷ ସେଠାରେ ରହିବା ଅସମ୍ଭବ ହୋଇଯିବ। ଏହାର ସବୁଠାରୁ ବଡ ପ୍ରଭାବ ସେହି ଅଞ୍ଚଳରେ ହେବାକୁ ଯାଉଛି, ଯେଉଁଠାରେ ବିଶ୍ୱର ଅଧାରୁ ଅଧିକ ଲୋକ ବାସ କରୁଛନ୍ତି। ଉତ୍ତର ଏବଂ ଦକ୍ଷିଣ ଆମେରିକା, ଏସିଆ ଏବଂ ମଧ୍ୟ ପୂର୍ବରେ ତାପମାତ୍ରା ଏତେ ବୃଦ୍ଧି ପାଇବ, ଯାହା ଫଳରେ ଲୋକମାନେ ଶୀତଳ ସ୍ଥାନକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହେବେ। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ।

ଆମେରିକାର ଅନୁସନ୍ଧାନକାରୀମାନେ କହିଛନ୍ତି, ଭାରତ, ପାକିସ୍ଥାନ, ପୂର୍ବ ଚାଇନା ଏବଂ ସାହାରା ଆଫ୍ରିକା ଅସହ୍ୟ ଉତ୍ତାପର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଇଣ୍ଡିଆନା ରାଜ୍ୟ ପର୍ଡ୍ୟୁ ୟୁନିଭରସିଟିର ପ୍ରଫେସର ମାଥ୍ୟୁ ହ୍ୟୁବର୍‌ କହିଛନ୍ତି, ଅତ୍ୟଧିକ ଉତ୍ତାପ ତରଙ୍ଗ ସେହି ଅଞ୍ଚଳ ଉପରେ ପଡ଼ିବ ଯାହା ଅତ୍ୟଧିକ ଧନୀ ନୁହେଁ ଏବଂ ଆଗାମୀ ଦିନରେ ସେଠାରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି କୁହାଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହି ଅଞ୍ଚଳରେ ଗ୍ରୀନହାଉସ ଗ୍ୟାସ ନିର୍ଗମନର ସର୍ବନିମ୍ନ ପରିମାଣ ଅଛି।

ପ୍ରଫେସର ମାଥ୍ୟୁ ହ୍ୟୁବର୍‌ କହିଛନ୍ତ ଆହୁରି କହିଛନ୍ତି, ପ୍ରବଳ ଗରମ ଯୋଗୁ କୋଟି କୋଟି ଲୋକ ମୃତ୍ୟୁ ମୁଖରେ ପଡିପାରନ୍ତି। ଉତ୍ତାପ ତରଙ୍ଗର ଶିକାର କେବଳ ଗରିବ ଦେଶ ବହନ କରିବ ନାହିଁ। ଧନୀ ଦେଶମାନଙ୍କୁ ମଧ୍ୟ ପ୍ରଭାବିତ କରିବ, ଯାହାକି ବହୁ ଗ୍ରୀନହାଉସ ଗ୍ୟାସ ନିର୍ଗତ କରେ। ସେ କହିଛନ୍ତି , ତାପମାତ୍ରା ବୃଦ୍ଧି ହେତୁ ଧନୀ ଦେଶମାନଙ୍କୁ ହିଟ୍‌ ଓ୍ବେବ୍‌ର ସାମ୍ନା କରିବାକୁ ପଡିବ। ଉତ୍ତାପର ପ୍ରଭାବ କାନାଡା ଏବଂ ୟୁରୋପରେ ପୂର୍ବରୁ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri