ପୃଥିବୀର ସୁରକ୍ଷା

ଅନନ୍ତ ଅନ୍ତରୀକ୍ଷରେ ଆମର ପୃଥିବୀ ଏକମାତ୍ର ଗ୍ରହ ଯେଉଁଠି ଜୀବନ ସମ୍ଭବ ହୋଇଛି। ପୃଥିବୀରେ ଜୀବନ ବଞ୍ଚତ୍ବା ପାଇଁ କିଛି ଅନୁକୂଳ ପରିବେଶ ରହିଛି ଯାହା ଅନ୍ୟ କୌଣସି ଗ୍ରହରେ ନାହିଁ। ପ୍ରଥମତଃ ପୃଥିବୀର ତାପମାତ୍ରା ପରିସରରେ ଜୀବନ ନିମନ୍ତେ ମୁଖ୍ୟ ଆବଶ୍ୟକତା ଜଳ ନିଜର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ। ଦ୍ୱିତୀୟତଃ ପୃଥିବୀର ଏକ ବାୟୁମଣ୍ଡଳ ଅଛି ଯେଉଁଥିରେ ବିଭିନ୍ନ ଜୀବନ ରକ୍ଷାକାରୀ ଗ୍ୟାସ ଉପଯୁକ୍ତ ଅନୁପାତରେ ଉପଲବ୍ଧ ଅଛନ୍ତି I ଆମ ବାୟୁମଣ୍ଡଳରେ ଥିବା ବିଭିନ୍ନ ସବୁଜଘର ବାଷ୍ପ ସୂର୍ଯ୍ୟର ତାପରଶ୍ମିକୁ ଶୋଷଣ କରିବା ଦ୍ୱାରା ପୃଥିବୀରେ ଜୀବନରକ୍ଷା ପାଇଁ ଆବଶ୍ୟକ ତାପମାତ୍ରା ସୃଷ୍ଟି ହୋଇଥାଏ। ଆମ ବାୟୁମଣ୍ଡଳର ଏହି ସବୁଜଘର ବାଷ୍ପଙ୍କ ବିନା ପୃଥିବୀର ହାରାହାରି ତାପମାତ୍ରା ଏବେକାର ୧୪ଡିଗ୍ରୀ ପରିବର୍ତ୍ତେ -୧୮ ଡିଗ୍ରୀ ମୂଲ୍ୟରେ ପହଞ୍ଚତ୍ଥାନ୍ତା, ଯେଉଁଥିରେ ଜୀବନ ବଞ୍ଚତ୍ବା ସମ୍ଭବପର ନୁହେଁ। ତୃତୀୟତଃ ଆମ ପୃଥିବୀର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଏକ ଓଜୋନ ସ୍ତର ରହିଛି, ଯାହା ଏକ କବଚ ଭଳି ସୂର୍ଯ୍ୟରୁ ଆସୁଥିବା ମାରାତ୍ମକ ଅତିବାଇଗଣୀ ରଶ୍ମିକୁ ଶୋଷିନେଇ ପୃଥିବୀ ପୃଷ୍ଠରେ ଜୀବଜଗତକୁ ରକ୍ଷା କରେ। ପ୍ରକୃତିରେ ଉପଲବ୍ଧ ଏହିସବୁ କାରଣରୁ ପୃଥିବୀର ଜଳ, ସ୍ଥଳ ଓ ବାୟୁରେ ଏକ ବିଶାଳ ବିବିଧତା ବିଶିଷ୍ଟ ଜୀବଜଗତର ଅଭ୍ୟୁଦୟ ଘଟିଛି।
ମାତ୍ର ଘୋର ପରିତାପର ବିଷୟ ଯେ, ଆମ ପୃଥିବୀର ପୂର୍ବର ସେ ମାଧୁର୍ଯ୍ୟ ଓ ମାଦକତା ଏବେ ଆଉ ନାହିଁ। ପ୍ରକୃତି ସହିତ ମନୁଷ୍ୟର ହସ୍ତକ୍ଷେପ କାରଣରୁ ବିଶ୍ୱତାପନ ପ୍ରକ୍ରିୟା ଫଳରେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ବିଶେଷକରି କୋଇଲା, ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନ ଦହନରୁ ଉତ୍ପନ୍ନ କିଛି ସବୁଜଘର ବାଷ୍ପ ସୂର୍ଯ୍ୟର ବିକିରିତ ତାପରଶ୍ମିକୁ ଅତ୍ୟଧିକ ଶୋଷଣ ଦ୍ୱାରା ପୃଥିବୀର ତାପମାତ୍ରା କ୍ରମେ ବଢ଼ିବାରେ ଲାଗିଛି। ଏହା କୌଣସି ଅଞ୍ଚଳର ଏକ ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ବିଶ୍ୱ ସମସ୍ୟା। ଏହା ସାରା ବିଶ୍ବର ବୃଷ୍ଟିପାତ, କୃଷି ଉତ୍ପାଦନ, କ୍ରାନ୍ତିମଣ୍ଡଳୀୟ ଝଡ଼ ତଥା ବନ୍ୟା ମରୁଡ଼ି ଭଳି ଚରମ ପାଣିପାଗ ଜନିତ ପରିଣାମର ସଂଖ୍ୟା ବୃଦ୍ଧି ଏବଂ ସାରା ବିଶ୍ୱର ପାଣିପାଗ ଜଳବାୟୁକୁ ପ୍ରଭାବିତ କରୁଥିବା ଏଲ-ନିନୋ ଶୃଙ୍ଖଳାକୁ ବିଶେଷ ପ୍ରଭାବିତ କରିଛି। ଆହୁରି ମଧ୍ୟ ସମୁଦ୍ରର ଜଳରାଶି ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରିବା ହେତୁ ଅମ୍ଳୀୟ ପାଲଟି ଯାଉଛି I ଏହାଦ୍ୱାରା ମାଛମାନଙ୍କ ଜନ୍ମସ୍ଥଳୀ ସମୁଦ୍ରର ପ୍ରବାଳ ପ୍ରାଚୀର ବିଶେଷ କ୍ଷତିଗ୍ରସ୍ତ ହେବାଦ୍ବାରା ବିଶ୍ୱସାରା ମତ୍ସ୍ୟ ଉତ୍ପାଦନ ଘୋର ବାଧାପ୍ରାପ୍ତ ହୋଇଛି I
ଖରାଦିନର ତାପମାତ୍ରା ଏବେ ୫୦ଓC ସୀମା ଛୁଇଁବାକୁ ବସିଲାଣି। ମୌସୁମୀ ଆଜି ଅନିୟମିତ ଓ ଛନ୍ଦହରା। ବିଶ୍ୱତାପନର ଯଦି ଏହି ପ୍ରକ୍ରିୟା ଅବ୍ୟାହତ ରହେ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ଥିତି ତୁଳନାରେ ୨.୭ ଡିଗ୍ରୀ ଅଙ୍କ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଏ, ଯାହା ନିରାପଦ ମୂଲ୍ୟଠାରୁ ଯଥେଷ୍ଟ ଅଧିକ। ଏହା ପ୍ରକୃତିର ମନୁଷ୍ୟର ମନମୁଖି କାର୍ଯ୍ୟକଳାପ ବିରୋଧରେ କ୍ରୂର ପ୍ରତିକ୍ରିୟା ନୁହେଁ ତ ଆଉ କ’ଣ!
ଜଳବାୟୁ ପରିବର୍ତ୍ତନ ବିଶ୍ୱସାରା ଲୋକମାନଙ୍କର ଜୀବନ ଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଛି। ଏହାଦ୍ୱାରା ବିଶ୍ୱର ବିକାଶଶୀଳ ଓ ଦ୍ବୀପ ଦେଶ ସବୁରେ ବାସ କରୁଥିବା ମୂଳ ଅଧିବାସୀ ଓ ସମୁଦାୟମାନେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ କରାଯାଏ। ଯେହେତୁ ସେମାନେ ଏକ ଚିରାଚରିତ ଜୀବନଶୈଳୀ ସହିତ କେଉଁ ଆବହମାନ କାଳରୁ ଅଭ୍ୟସ୍ତ ଏବଂ ପ୍ରକୃତିର ଏହି ଆହ୍ବାନର ମୁକାବିଲା କରିବା ନିମନ୍ତେ ସେମାନଙ୍କ ନିକଟରେ ଯଥେଷ୍ଟ ସମ୍ବଳ କିମ୍ବା ପ୍ରଯୁକ୍ତିଗତ ଜ୍ଞାନକୌଶଳ ଉପଲବ୍ଧ ନାହିଁ I
ଗତ ୨୦୨୧ ମସିହାରେ ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ହୋଇଥିବା COP-୨୬ ଜଳବାୟୁ ସମ୍ମିଳନୀରେ ଏଥିନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା। ସଂଶ୍ଳିଷ୍ଟ ପକ୍ଷମାନେ ଦରିଦ୍ର ଅନଗ୍ରସର ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସଙ୍ଗେ ମୁକାବିଲା କରିବା ତଥା ଏକ ଜୀବାଶ୍ମ ଇନ୍ଧନ ଭିତ୍ତିକ ଅର୍ଥନୀତିରୁ ସବୁଜ ଇନ୍ଧନଭିତ୍ତିକ ଅର୍ଥନୀତିକୁ ସୁଗମ ଉତ୍ତରଣ ପାଇଁ ଅତିରିକ୍ତ ଅର୍ଥ ସଂଗ୍ରହ ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି। ଏଥିନିମନ୍ତେ ସେମାନେ ନିଜର ରାଷ୍ଟ୍ରୀୟ ସ୍ଥିରୀକୃତ ଅଂଶଦାନ (National Determined Contribution- NDC) ରାଶିକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ମଧ୍ୟ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଶୂନ୍ୟ କାର୍ବନ ଉତ୍ସର୍ଜନର ଲକ୍ଷ୍ୟଧାର୍ଯ୍ୟ ହାସଲ ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି I
ଆମକୁ ମନେରଖିବାକୁ ହେବ ଯେ, ପୃଥିବୀର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ହେଲେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ କୌଣସି ରାଜନୈତିକ କିମ୍ବା ଭୌଗୋଳିକ ସୀମାବଦ୍ଧ ଭିତ୍ତିରେ କାର୍ଯ୍ୟ କଲେ ଚଳିବନି (ଯେହେତୁ ଆମ ପୃଥିବୀ ମଣିଷର ବାସସ୍ଥଳୀ ସମେତ ଏକ ଅବିଭକ୍ତ ଜୀବମଣ୍ଡଳ), ବରଂ ସାମଗ୍ରିକ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ I ବିଶ୍ୱ ପାଇଁ ଚିନ୍ତନ, ସ୍ଥାନୀୟ ଭାବେ ଉଦ୍ୟମ – ଏହା ଆମର ମନ୍ତ୍ର ହେବା ଉଚିତ I ସୁତରାଂ ଆମେ ଆମ ପୃଥିବୀର ସୁରକ୍ଷା ପାଇଁ ଏବେ ଯାହା କାର୍ଯ୍ୟ କରିବା, ତାହା ଆଗାମୀ ପିଢ଼ି ପାଇଁ ଆମ ଗ୍ରହରେ ଜୀବନର ମୂଳଦୁଆକୁ ଯେ ସୁଦୃଢ଼ କରିବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ I

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri