ପୃଥିବୀର ସୁରକ୍ଷା

ଅନନ୍ତ ଅନ୍ତରୀକ୍ଷରେ ଆମର ପୃଥିବୀ ଏକମାତ୍ର ଗ୍ରହ ଯେଉଁଠି ଜୀବନ ସମ୍ଭବ ହୋଇଛି। ପୃଥିବୀରେ ଜୀବନ ବଞ୍ଚତ୍ବା ପାଇଁ କିଛି ଅନୁକୂଳ ପରିବେଶ ରହିଛି ଯାହା ଅନ୍ୟ କୌଣସି ଗ୍ରହରେ ନାହିଁ। ପ୍ରଥମତଃ ପୃଥିବୀର ତାପମାତ୍ରା ପରିସରରେ ଜୀବନ ନିମନ୍ତେ ମୁଖ୍ୟ ଆବଶ୍ୟକତା ଜଳ ନିଜର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ। ଦ୍ୱିତୀୟତଃ ପୃଥିବୀର ଏକ ବାୟୁମଣ୍ଡଳ ଅଛି ଯେଉଁଥିରେ ବିଭିନ୍ନ ଜୀବନ ରକ୍ଷାକାରୀ ଗ୍ୟାସ ଉପଯୁକ୍ତ ଅନୁପାତରେ ଉପଲବ୍ଧ ଅଛନ୍ତି I ଆମ ବାୟୁମଣ୍ଡଳରେ ଥିବା ବିଭିନ୍ନ ସବୁଜଘର ବାଷ୍ପ ସୂର୍ଯ୍ୟର ତାପରଶ୍ମିକୁ ଶୋଷଣ କରିବା ଦ୍ୱାରା ପୃଥିବୀରେ ଜୀବନରକ୍ଷା ପାଇଁ ଆବଶ୍ୟକ ତାପମାତ୍ରା ସୃଷ୍ଟି ହୋଇଥାଏ। ଆମ ବାୟୁମଣ୍ଡଳର ଏହି ସବୁଜଘର ବାଷ୍ପଙ୍କ ବିନା ପୃଥିବୀର ହାରାହାରି ତାପମାତ୍ରା ଏବେକାର ୧୪ଡିଗ୍ରୀ ପରିବର୍ତ୍ତେ -୧୮ ଡିଗ୍ରୀ ମୂଲ୍ୟରେ ପହଞ୍ଚତ୍ଥାନ୍ତା, ଯେଉଁଥିରେ ଜୀବନ ବଞ୍ଚତ୍ବା ସମ୍ଭବପର ନୁହେଁ। ତୃତୀୟତଃ ଆମ ପୃଥିବୀର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଏକ ଓଜୋନ ସ୍ତର ରହିଛି, ଯାହା ଏକ କବଚ ଭଳି ସୂର୍ଯ୍ୟରୁ ଆସୁଥିବା ମାରାତ୍ମକ ଅତିବାଇଗଣୀ ରଶ୍ମିକୁ ଶୋଷିନେଇ ପୃଥିବୀ ପୃଷ୍ଠରେ ଜୀବଜଗତକୁ ରକ୍ଷା କରେ। ପ୍ରକୃତିରେ ଉପଲବ୍ଧ ଏହିସବୁ କାରଣରୁ ପୃଥିବୀର ଜଳ, ସ୍ଥଳ ଓ ବାୟୁରେ ଏକ ବିଶାଳ ବିବିଧତା ବିଶିଷ୍ଟ ଜୀବଜଗତର ଅଭ୍ୟୁଦୟ ଘଟିଛି।
ମାତ୍ର ଘୋର ପରିତାପର ବିଷୟ ଯେ, ଆମ ପୃଥିବୀର ପୂର୍ବର ସେ ମାଧୁର୍ଯ୍ୟ ଓ ମାଦକତା ଏବେ ଆଉ ନାହିଁ। ପ୍ରକୃତି ସହିତ ମନୁଷ୍ୟର ହସ୍ତକ୍ଷେପ କାରଣରୁ ବିଶ୍ୱତାପନ ପ୍ରକ୍ରିୟା ଫଳରେ ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ବିଶେଷକରି କୋଇଲା, ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନ ଦହନରୁ ଉତ୍ପନ୍ନ କିଛି ସବୁଜଘର ବାଷ୍ପ ସୂର୍ଯ୍ୟର ବିକିରିତ ତାପରଶ୍ମିକୁ ଅତ୍ୟଧିକ ଶୋଷଣ ଦ୍ୱାରା ପୃଥିବୀର ତାପମାତ୍ରା କ୍ରମେ ବଢ଼ିବାରେ ଲାଗିଛି। ଏହା କୌଣସି ଅଞ୍ଚଳର ଏକ ସ୍ଥାନୀୟ ସମସ୍ୟା ନୁହେଁ, ବରଂ ଏକ ବିଶ୍ୱ ସମସ୍ୟା। ଏହା ସାରା ବିଶ୍ବର ବୃଷ୍ଟିପାତ, କୃଷି ଉତ୍ପାଦନ, କ୍ରାନ୍ତିମଣ୍ଡଳୀୟ ଝଡ଼ ତଥା ବନ୍ୟା ମରୁଡ଼ି ଭଳି ଚରମ ପାଣିପାଗ ଜନିତ ପରିଣାମର ସଂଖ୍ୟା ବୃଦ୍ଧି ଏବଂ ସାରା ବିଶ୍ୱର ପାଣିପାଗ ଜଳବାୟୁକୁ ପ୍ରଭାବିତ କରୁଥିବା ଏଲ-ନିନୋ ଶୃଙ୍ଖଳାକୁ ବିଶେଷ ପ୍ରଭାବିତ କରିଛି। ଆହୁରି ମଧ୍ୟ ସମୁଦ୍ରର ଜଳରାଶି ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରିବା ହେତୁ ଅମ୍ଳୀୟ ପାଲଟି ଯାଉଛି I ଏହାଦ୍ୱାରା ମାଛମାନଙ୍କ ଜନ୍ମସ୍ଥଳୀ ସମୁଦ୍ରର ପ୍ରବାଳ ପ୍ରାଚୀର ବିଶେଷ କ୍ଷତିଗ୍ରସ୍ତ ହେବାଦ୍ବାରା ବିଶ୍ୱସାରା ମତ୍ସ୍ୟ ଉତ୍ପାଦନ ଘୋର ବାଧାପ୍ରାପ୍ତ ହୋଇଛି I
ଖରାଦିନର ତାପମାତ୍ରା ଏବେ ୫୦ଓC ସୀମା ଛୁଇଁବାକୁ ବସିଲାଣି। ମୌସୁମୀ ଆଜି ଅନିୟମିତ ଓ ଛନ୍ଦହରା। ବିଶ୍ୱତାପନର ଯଦି ଏହି ପ୍ରକ୍ରିୟା ଅବ୍ୟାହତ ରହେ, ତେବେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ବିଶ୍ବର ତାପମାତ୍ରା ପ୍ରାକ୍‌-ଶିଳ୍ପ ବିପ୍ଳବ ସ୍ଥିତି ତୁଳନାରେ ୨.୭ ଡିଗ୍ରୀ ଅଙ୍କ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଏ, ଯାହା ନିରାପଦ ମୂଲ୍ୟଠାରୁ ଯଥେଷ୍ଟ ଅଧିକ। ଏହା ପ୍ରକୃତିର ମନୁଷ୍ୟର ମନମୁଖି କାର୍ଯ୍ୟକଳାପ ବିରୋଧରେ କ୍ରୂର ପ୍ରତିକ୍ରିୟା ନୁହେଁ ତ ଆଉ କ’ଣ!
ଜଳବାୟୁ ପରିବର୍ତ୍ତନ ବିଶ୍ୱସାରା ଲୋକମାନଙ୍କର ଜୀବନ ଜୀବିକାକୁ ବହୁଳ ଭାବେ ପ୍ରଭାବିତ କରିଛି। ଏହାଦ୍ୱାରା ବିଶ୍ୱର ବିକାଶଶୀଳ ଓ ଦ୍ବୀପ ଦେଶ ସବୁରେ ବାସ କରୁଥିବା ମୂଳ ଅଧିବାସୀ ଓ ସମୁଦାୟମାନେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା ପ୍ରକାଶ କରାଯାଏ। ଯେହେତୁ ସେମାନେ ଏକ ଚିରାଚରିତ ଜୀବନଶୈଳୀ ସହିତ କେଉଁ ଆବହମାନ କାଳରୁ ଅଭ୍ୟସ୍ତ ଏବଂ ପ୍ରକୃତିର ଏହି ଆହ୍ବାନର ମୁକାବିଲା କରିବା ନିମନ୍ତେ ସେମାନଙ୍କ ନିକଟରେ ଯଥେଷ୍ଟ ସମ୍ବଳ କିମ୍ବା ପ୍ରଯୁକ୍ତିଗତ ଜ୍ଞାନକୌଶଳ ଉପଲବ୍ଧ ନାହିଁ I
ଗତ ୨୦୨୧ ମସିହାରେ ଗ୍ଲାସ୍‌ଗୋଠାରେ ଅନୁଷ୍ଠିତ ହୋଇଥିବା COP-୨୬ ଜଳବାୟୁ ସମ୍ମିଳନୀରେ ଏଥିନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା। ସଂଶ୍ଳିଷ୍ଟ ପକ୍ଷମାନେ ଦରିଦ୍ର ଅନଗ୍ରସର ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସଙ୍ଗେ ମୁକାବିଲା କରିବା ତଥା ଏକ ଜୀବାଶ୍ମ ଇନ୍ଧନ ଭିତ୍ତିକ ଅର୍ଥନୀତିରୁ ସବୁଜ ଇନ୍ଧନଭିତ୍ତିକ ଅର୍ଥନୀତିକୁ ସୁଗମ ଉତ୍ତରଣ ପାଇଁ ଅତିରିକ୍ତ ଅର୍ଥ ସଂଗ୍ରହ ନିମନ୍ତେ ଚୁକ୍ତିବଦ୍ଧ ହୋଇଛନ୍ତି। ଏଥିନିମନ୍ତେ ସେମାନେ ନିଜର ରାଷ୍ଟ୍ରୀୟ ସ୍ଥିରୀକୃତ ଅଂଶଦାନ (National Determined Contribution- NDC) ରାଶିକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେମାନେ ମଧ୍ୟ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଶୂନ୍ୟ କାର୍ବନ ଉତ୍ସର୍ଜନର ଲକ୍ଷ୍ୟଧାର୍ଯ୍ୟ ହାସଲ ପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି I
ଆମକୁ ମନେରଖିବାକୁ ହେବ ଯେ, ପୃଥିବୀର ସୁରକ୍ଷା ନିମନ୍ତେ ପଦକ୍ଷେପ ନେବାକୁ ହେଲେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ଏଥିପାଇଁ କୌଣସି ରାଜନୈତିକ କିମ୍ବା ଭୌଗୋଳିକ ସୀମାବଦ୍ଧ ଭିତ୍ତିରେ କାର୍ଯ୍ୟ କଲେ ଚଳିବନି (ଯେହେତୁ ଆମ ପୃଥିବୀ ମଣିଷର ବାସସ୍ଥଳୀ ସମେତ ଏକ ଅବିଭକ୍ତ ଜୀବମଣ୍ଡଳ), ବରଂ ସାମଗ୍ରିକ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ I ବିଶ୍ୱ ପାଇଁ ଚିନ୍ତନ, ସ୍ଥାନୀୟ ଭାବେ ଉଦ୍ୟମ – ଏହା ଆମର ମନ୍ତ୍ର ହେବା ଉଚିତ I ସୁତରାଂ ଆମେ ଆମ ପୃଥିବୀର ସୁରକ୍ଷା ପାଇଁ ଏବେ ଯାହା କାର୍ଯ୍ୟ କରିବା, ତାହା ଆଗାମୀ ପିଢ଼ି ପାଇଁ ଆମ ଗ୍ରହରେ ଜୀବନର ମୂଳଦୁଆକୁ ଯେ ସୁଦୃଢ଼ କରିବାରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ I

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?