କାମ ନ କରି ଅର୍ଥ ବାଟମାରଣା

ନାଉଗାଁ,୨୨ା୫(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ବ୍ୟାପକ ଦୁର୍ନୀତି ହୋଇଛି। ଏଠାରେ କେଉଁଠି ପ୍ରକଳ୍ପ ନିର୍ମାଣ ହୋଇ ନ ଥିବା ବେଳେ ଆଉ କେଉଁଠି ମାତ୍ର ୧୦ କିମ୍ବା ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରାଯାଇଛି। ଏହାର ଜ୍ୱଳନ୍ତ ଉଦାହରଣ ଘୋଡାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ ନ ହୋଇ ବିଲ୍‌ କରାଯାଇଛି ବୋଲି ସରପଞ୍ଚ ନିହାର ବସ୍ତିଆ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ଉକ୍ତ ପଞ୍ଚାୟତର ମୁଗେଇ ଠାକୁରାଣୀଙ୍କ ନିକଟରେ ଥିବା ପାଠାଗାର ଚତୁଃପାର୍ଶ୍ୱରେ ମାଟି ପୋତିବା ପାଇଁ ବିଲ୍‌ କରାଯାଇଛି। ହେଲେ ସେଠାରେ ମୁଠାଏ ମାଟି ପଡିନାହିଁ। ଏମଜିଏନ୍‌ଆରଇଜିଏସ୍‌ ପୋର୍ଟାଲର ତଥ୍ୟ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଯୋଜନାରେ ମାଟି ପୋତିବା ପାଇଁ ୩ ଲକ୍ଷ୨୬ ହଜାର ୯୧୬ ଟଙ୍କା ବିଲ୍‌ କରାଯାଇଛି। ଏନେଇ ସରପଞ୍ଚ ବସ୍ତିଆ ଜିଲାପାଳ, ବିଡିଓଙ୍କ ନିକଟରେ ଅଭିଯୋଗ କଲାପରେ ୨ ଦିନ ତଳେ ରାତିରେ ତରବରିଆ ଭାବେ ଉକ୍ତ ପାଠାଗାର ଚତୁଃପାର୍ଶ୍ୱରେ ମାଟି ପକାଯାଇଛି। କେବଳ ପାଠାଗାର ନୁହେଁ ଘୋଡାଂଶ ଶ୍ମଶାନକୁ ଯିବା ବାଟ ପାଇଁ ମାଟି ପକାଯାଇଥିବା ଜଣାପଡ଼ିଛି। ଏମ୍‌ଜିଏନ୍‌ଆରଇଜିଏସ୍‌ ପୋଟାର୍ଲରେ ଏବାବଦରେ ୪୧ ହଜାର ୨୯୨ ଟଙ୍କା ବିଲ୍‌ କରାଯାଇଛି ବୋଲି ଦର୍ଶାଯାଇଛି। ମାତ୍ର ଶ୍ମାଶାନ ରାସ୍ତାରେ ମାଟି ପକାଯାଇ ନାହିଁ ବୋଲି ସରପଞ୍ଚ ବସ୍ତିଆ ଅଭିଯୋଗ କରିଛନ୍ତି। କେବଳ ଘୋଡାଂଶ ନୁହେଁ ବ୍ଳକର ଅଧିକାଂଶ ପଞ୍ଚାୟତରେ ଏପରି ମିଥ୍ୟା ବିଲ୍‌ କରାଯାଇ ଅର୍ଥ ବାଟମାରଣା କରାଯାଇଥିବା ଅଭିଯୋଗ ହୋଇଛି।
ସରକାରଙ୍କ ନିୟମାନୁସାରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ପ୍ରଥମତଃ ଶ୍ରମିକମାନେ କାର୍ଯ୍ୟ କରିବେ। ଯେଉଁ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ, ସେଠାରେ ଜବ୍‌କାର୍ଡଧାରୀ ଶ୍ରମିକମାନେ ଆବେଦନ କରିବେ। ଏହାକୁ ଭିତ୍ତି କରି ମଷ୍ଟରରୋଲ ବାହାର କରାଯିବ। ଉକ୍ତ ମଷ୍ଟରରୋଲକୁ ପଞ୍ଚାୟତରେ ନିଯୁକ୍ତ ଜିଆରଏସ୍‌ ବାହାର କରିବେ। ଏହାପରେ ଉକ୍ତ ମଷ୍ଟର ରୋଲରେ ବିଡିଓ ସ୍ବାକ୍ଷର କରିବେ। ଯେଉଁ ଶ୍ରମିକଙ୍କ ନାମ ଉକ୍ତ ମଷ୍ଟରରୋଲରେ ଥିବ ସେହି ଶ୍ରମିକମାନେ ଉକ୍ତ ପ୍ରକଳ୍ପରେ କାର୍ଯ୍ୟ କରିବେ। ପ୍ରତ୍ୟେହ ଶ୍ରମିକମାନଙ୍କ ଉପସ୍ଥାନ ଜିଆରଏସ୍‌ରେ ଅନଲାଇନ ମାଧ୍ୟମରେ ନିଆଯିବ। ଏହି କାର୍ଯ୍ୟର ପ୍ରତିଦିନ ଫଟୋ ଉତ୍ତୋଳନ କରାଯାଇ ଏନ୍‌ଏମ୍‌ଏମ୍‌ଏସ ଆପରେ ଲୋଡ କରାଯିବ। କିନ୍ତୁ ବ୍ଲକରେ ସରକାରଙ୍କ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି। ଶ୍ରମିକଙ୍କ ମାଧ୍ୟମରେ ଏସବୁ କାମ କରା ନ ଯାଇ ରାତିଅଧରେ ଟ୍ରାକ୍ଟର ଓ ଜେସିବି ବ୍ୟବହାର କରାଯାଉଛି। ଏହାପରେ ଅଧିକାରୀମାନେ ନିଜ ପରିଚିତ ଲୋକଙ୍କ ନାମ ଦେଇ ମଷ୍ଟରରୋଲ ବାହାର କରୁଛନ୍ତି। ଅନ୍‌ଲାଇନ ମାଧ୍ୟମରେ ଉପସ୍ଥାନ ତ ଦୂରର କଥା ପୁରୁଣା ଫଟୋକୁ ଏନ୍‌ଏମ୍‌ଏମ୍‌ଏସ ଆପରେ ଲୋଡ କରି ଲକ୍ଷାଧିକ ଟଙ୍କାର ବିଲ୍‌ କରି ନେଉଛନ୍ତି। ଏଥିରେ ବ୍ଲକ ପ୍ରଶାସନ ଅଧିକାରୀଙ୍କ ସମେତ କିଛି ରାଜ ନେତାଙ୍କ ସମ୍ପୃକ୍ତି ରହିଛି ବୋଲି ସରପଞ୍ଚ ବସ୍ତିଆ ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରାଗଲେ ବହୁ ଦୁର୍ନୀତି ପଦାକୁ ଆସିବ ବୋଲି ସେ କହିଛନ୍ତି। ଏସମ୍ପର୍କରେ ଏପିଓ ଗୌରବ ନନ୍ଦଙ୍କୁ ପଚାରିବାରେ ସରକାରଙ୍କ ନିୟମାନୁସାରେ କାର୍ଯ୍ୟ କରାଯାଉଛି। ତେବେ ବିଲ୍‌ ଦେଖିବାପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମତଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri