ଖର୍ଚ୍ଚ କମାଇବ ଇ-ମୋଡ୍‌

ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କାଗଜମୁକ୍ତ କରିବାକୁ ଲକ୍ଷ୍ୟ ରଖି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ପ୍ରଶାସନିକ ଚିଠିପତ୍ର ଇଲେକ୍ଟ୍ରୋନିକ ମୋଡ୍‌ରେ କରାଯାଉଥିବା ବେଳେ ମାନୁଆଲ ବଜେଟ ବଦଳରେ ଇ-ବଜେଟ କାର୍ଯ୍ୟକାରୀ କରିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭାର ପ୍ରଶ୍ନୋତ୍ତର, ବିଭିନ୍ନ କମିଟି ରିପୋର୍ଟ, ବାର୍ଷିକ ରିପୋର୍ଟ ଇତ୍ୟାଦି ମଧ୍ୟ ଇଲେକ୍ଟ୍ରୋନିକ ଜରିଆରେ ସମ୍ପାଦନ ହେଉଛି। ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହେଉଥିବା ବିଭିନ୍ନ ଗେଜେଟଗୁଡ଼ିକ ଆଉ ପୁସ୍ତକ ଆକାରରେ ଛପା ହବ ନାହିଁ। ପ୍ରୋସେସିଂଠାରୁ ଆରମ୍ଭକରି ଚୂଡ଼ାନ୍ତ ଗେଜେଟ କ୍ୟୁ-ଆର୍‌ କୋଡ୍‌ରେ ବାହାରିବ। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ କାଗଜ ଓ ଏ ବାବଦରେ ହେଉଥିବା ଅନ୍ୟାନ୍ୟ ଖର୍ଚ୍ଚ ହ୍ରାସ ପାଇବ। ବିଭାଗଗୁଡ଼ିକ ଇ-ଗେଜେଟକୁ କ୍ୟୁ-ଆର୍‌ କୋଡ୍‌ ବ୍ୟବହାର କରି ପାଇପାରିବେ ଓ ଆବଶ୍ୟକ ସ୍ଥଳେ ଛପାଇ ପାରିବେ। ଇ-ଗେଜେଟ ଡିଜିଟାଲ ପ୍ଲାଟ୍‌ଫର୍ମରେ ସହଜରେ ଉପଲବ୍ଧ ହେବ। କ୍ୟୁ-ଆର୍‌ କୋଡ୍‌ ଜରିଆରେ ଇ-ଗେଜେଟ୍‌କୁ ଡାଉନଲୋଡ୍‌ କରିହେବ। ଆସନ୍ତା ଫେବୃୟାରୀରୁ ସେସବୁ ଇ-ଗେଜେଟ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବହନ ବିଭାଗ ଦ୍ୱାରା ନିଆଯାଉଥିବା ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇ-ଗେଜେଟ କାଗଜମୁକ୍ତ ହେବା ସହ ପରିବେଶ ଅନୁକୂଳ ହୋଇପାରିବ। ଏହା ଉଭୟ ଜନସାଧାରଣ ଏବଂ ବିଭାଗଗୁଡ଼ିକ ମଧ୍ୟରେ ସ୍ବଚ୍ଛତା ରକ୍ଷା କରିବାରେ ସହାୟକ ହୋଇପାରିବ। ଏଥିସହିତ ଇଲେକ୍ଟ୍ରୋନିକ ମୋଡ୍‌ର ବହୁଳ ବ୍ୟବହାର ଫଳରେ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଏହା ହେଉଛି ମୂଳ ଲକ୍ଷ୍ୟ। ଜନସାଧାରଣ ହେଉଛନ୍ତି ମାଲିକ। ସେମାନେ ପ୍ରତ୍ୟେକ ଯୋଜନାର ମୂଳ ଆଧାର ମୁଖ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଇ-ଗେଜେଟ ପ୍ରସ୍ତୁତି ଦିଗରେ କାର୍ଯ୍ୟ ଜାରି ରହିଛି। ଆସନ୍ତା ଫେବୃୟାରୀ ସୁଦ୍ଧା ଇ-ଗେଜେଟ ପ୍ରକ୍ରିୟା ଶେଷ ହେବ ବୋଲି ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି। ଏଥିସହିତ ୨୦୨୨ ଜାନୁୟାରୀ ପହିଲାରୁ ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ଓ ଗାଡ଼ି କାଗଜପତ୍ର ସ୍ମାର୍ଟକାର୍ଡ ବଦଳରେ ଅନ୍‌ଲାଇନ ମୋଡ୍‌ରେ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି। ଜନସାଧାରଣ ଡିଏଲ୍‌ ଏବଂ ଅନ୍ୟାନ୍ୟ ଯାନବାହନ ସମ୍ପର୍କିତ କାଗଜପତ୍ର ପାଇଁ ଆଉ ପରିବହନ କାର୍ଯ୍ୟାଳୟକୁ ଦୌଡ଼ିବେ ନାହିଁ କିମ୍ବା ଖର୍ଚ୍ଚାନ୍ତ ହେବେ ନାହିଁ। ସମସ୍ତ ଡକ୍ୟୁମେଣ୍ଟ ଅନ୍‌ଲାଇନ ମୋଡ୍‌ରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ୨୦୨୦-୨୧ ଆର୍ଥିକବର୍ଷର ବଜେଟକୁ କାଗଜବିହୀନ (ପେପରଲେସ୍‌) ଇ-ବଜେଟ ଆକାରରେ ଉପସ୍ଥାପନ କରିଥିଲେ । ଏହି ଇ-ବଜେଟ ଦ୍ୱାରା ୨ହଜାର ଗଛ କଟାରୁ ରକ୍ଷା ପାଇବା ସହ ୧.୫ କୋଟି କାଗଜ ପୃଷ୍ଠାକୁ ବଞ୍ଚାଯାଇ ପାରିଲା ବୋଲି ୨୦୨୧ ଫେବୃୟାରୀ ୨୧ରେ ବିଧାନସଭାରେ ବଜେଟ ଉପସ୍ଥାପନ କଲାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ। ଗତ ଶୀତ ଅଧିବେଶନରେ ମଧ୍ୟ ବଜେଟ ସମେତ ସମସ୍ତ କାଗଜପତ୍ରକୁ ବାଦ୍‌ ଦିଆଯାଇ ଇ-ବିଧାନସଭାରେ ପରିଣତ କରାଯାଇଛି। ଇଲେକ୍ଟ୍ରୋନିକ ପ୍ଲାଟ୍‌ଫର୍ମ ବ୍ୟବହାର କାର୍ଯ୍ୟକୁ ସହଜ କରିବା ସହ ଅଯଥା ଅପଚୟକୁ ରୋକିବାରେ ସହାୟକ ହେଉଛି। ସରକାରୀ ଯୋଜନା ଓ ଜନସେବା ସମ୍ପର୍କିତ ସମସ୍ତ ତଥ୍ୟ ଇଲେକ୍ଟ୍ରୋନିକ ମୋଡ୍‌ରେ ଉପଲବ୍ଧ ହେଉଥିବାରୁ ଏହା ଜନସାଧାରଣଙ୍କୁ ଖର୍ଚ୍ଚ ଓ ସମୟ ଅପଚୟରୁ ରକ୍ଷା କରିପାରିବ। ଇଲେକ୍ଟ୍ରୋନିକ ମୋଡ୍‌ ସରକାରୀ କାର୍ଯ୍ୟ ସମ୍ପର୍କରେ ମତ ଦେଇ ଆଇଟି ଛାତ୍ର ପ୍ରତିମ ନାୟକ କହିଛନ୍ତି ଯେ ଏହା ଏକ ଉତ୍ତମ ବ୍ୟବସ୍ଥା। ମାତ୍ର ଏଥିପାଇଁ ସମସ୍ତ ସ୍ଥାନରେ ଇଣ୍ଟରନେଟ ବ୍ୟବସ୍ଥା ହେବା ଦରକାର। ଦୁର୍ବଳ ଭିିତ୍ତିଭୂମି ଯୋଗୁ ଏହି ବ୍ୟବସ୍ଥାରେ ଲୋକମାନେ ଫାଇଦା ଉଠାଇପାରୁ ନାହାନ୍ତି। ଇଣ୍ଟରନେଟ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ଓ ବ୍ୟାପକ କରାଗଲେ ଜନସାଧାରଣ ଏହାର ଫାଇଦା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri