ନିଆଙ୍କ ଉପରେ ରାଗିଗଲେ ଦେବୋଲିନା: କହିଲେ ‘ଖାଲି ଫ୍ୟାଶନ୍‌ ଦେଖାଇଲେ ହେବନି; ମଣିଷ ହେବା ଲାଗି…’

ବମ୍ବେ: ଟୁଇଟରରେ ଟଣାଓଟରା। କିଏ ଠିକ୍‌ କିଏ ଭୁଲ କହିବା ମୁସ୍କିଲ। ହେଲେ ପରୋକ୍ଷରେ ଆରୋପ ପ୍ରତ୍ୟାରୋପ ସହ ଅଭିନୟକୁ ନେଇ କଥା କଟାକଟି ଜାରି ରହିଛି। ଆମେ କଥା ହେଉଛୁ ଟେଲିଭିଜନଜଗତର ଦୁଇ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ନିଆ ଶର୍ମାଙ୍କ ବିଷୟରେ।

ଅଭିନେତା ପର୍ଲ ବି ପୁରୀ ବଳାତ୍କାର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ଏକ ନାବାଳିକାଙ୍କ ସହ ସେ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ପୋସ୍କୋ ଆକ୍ଟ ଜରିଆରେ ଗିରଫ କରାଯାଇଥିଲା। ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଅଭିନେତାଙ୍କ ସମର୍ଥନରେ ଅନେକ କଳାକାର ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ନିଆ ଜଣେ। ହେଲେ ଦେବୋଲିନା କିଛିଟା ଭିନ୍ନ ଟିପ୍ପଣୀ ଦେଇଥିଲେ। ନାବାଳିକାଙ୍କ ପରିଚୟ ସାର୍ବଜନୀନ କରିବା ସହ ତାଙ୍କ ଚରିତ୍ର ଚିତ୍ରଣ କରାଯାଉଛି। ଏହା ଅନୁଚିତ, ଅଶୋଭନୀୟ। କୋର୍ଟ ତାର ରାୟ ପ୍ରକାଶ କରନ୍ତୁ। ଖାଲି ସୋସିଆଲ ମିଡିଆରେ କହିଲେ ପର୍ଲଙ୍କ ସହାୟତା ହୋଇପାରିବ ନାହିଁ। ଧାରଣାରେ ବସ, ନଖାଇ ନ ପିଇ ହରତାଳ କର। ହେଲେ ଏଭଳି ସାତ ବର୍ଷର ଏକ ଶିଶୁକୁ ଖରାପ କୁହନାହିଁ ବୋଲି ଦେବୋଲିନା କହିଥିଲେ।

ଏହି ଟୁଇଟ୍‌ର ଜବାବ ଦେଇଥିଲେ ନିଆ। ଦିଦିଙ୍କୁ କୁହ ମହାମାରୀର ସମୟ। ଧାରଣା କିମ୍ବା ମହମ ଶୋଭାଯାତ୍ରା କରିପାରିବା ନାହିଁ। ଦିଦିଙ୍କୁ କେବଳ ରିଲ୍‌ କରିବା ପୂର୍ବରୁ ଅଧିକ ଅଭ୍ୟାସ କରିବାର ଆବଶ୍ୟକତା ରହିଛି। ସେ କିନ୍ତୁ ଭାବୁଛନ୍ତି ସେ ବେଶ୍‌ ଭଲ କରୁଛନ୍ତି।

ଏହାର ପାଲଟା ଜବାବ ଦେଇଛନ୍ତି ଦେବୋଲିନା। କେହି ଜଣେ ଛୋଟ ଝିଅକୁ କହିଦିଅ କେବଳ ଫ୍ୟାଶନ୍‌ କରିବା ଦ୍ୱାରା କେହି ମଣିଷ ହୋଇଯାଏ ନାହିଁ। ଭଲ ଚିନ୍ତାଧାରା ଏବଂ ହୃଦୟର ଆବଶ୍ୟକତା ରହିଛି। ହେଲେ ତାଙ୍କ ପାଖେ ସେ ସବୁ ନାହିଁ। ମୋର ରିଲ୍‌ ଭଲ କି ଖରାପ ପ୍ରଶଂସକ ହିସାବ କରିବେ। ଏଥିରେ ବିଚାରପତି ନହୋଇ ଫଟୋଶୁଟ୍‌ ଉପରେ ଧ୍ୟାନ ଦିଅ। ଯିଏ ଗାଳି ଦେଉଛନ୍ତି ତାଙ୍କୁ ମୁଁ କହୁଛି। ତୁମକୁ ରାଗ କାହିଁକି ଲାଗିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri