Posted inଖେଳ

ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ଦୂତୀ

ନୂଆଦିଲ୍ଲୀ, ୧୯ା୮ (ପି.ଟି.): ଭାରତର ଅନ୍ୟତମ ସେଲିବ୍ରିଟି ଆଥ୍‌ଲେଟ ଦୂତୀ ଚାନ୍ଦ ଅଡୁଆରେ ପଡ଼ିଛନ୍ତି। ପ୍ରତିଯୋଗିତା ବାହାରେ ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ୪ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କିନ୍ତୁ ଏହାକୁ ଅପିଲ ପ୍ୟାନେଲରେ ସେ ଚ୍ୟାଲେଞ୍ଜ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଡିସେମ୍ବର ୫ ଓ ୨୬ରେ ୧୦୦ମିଟର ଦୌଡ଼ରେ ଏହି ୨୭ବର୍ଷୀୟା ଜାତୀୟ ରେକର୍ଡଧାରୀଙ୍କଠାରୁ ଦୁଇଥର ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଥିରେ ନିଷିଦ୍ଧ ପଦାର୍ଥ/ଏସ୍‌ଆର୍‌ଏମ୍‌ଏସ୍‌ର ମାତ୍ରା ଠାବ କରାଯାଇଥିଲା, ଯାହାକି ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ଓ୍ବାଡା)ର ନିଷିଦ୍ଧ ତାଲିକାରେ ରହିଛି। ଏସ୍‌ଆରଏମ୍‌ଏସ୍‌ ଅବା ସିଲେକ୍ଟିଭ ଆଣ୍ଡ୍ରୋଜେନ୍‌ ରିସେପ୍ଟର ମଡ୍ୟୁଲେଟର ହେଉଛି ଅଣ ଷ୍ଟେରୋଡାଲ ପଦାର୍ଥ। ଏହା ସାଧାରଣତଃ ଅଷ୍ଟିଓ ପୋରୋସିସ୍‌, ରକ୍ତହୀନତା ରୋଗୀ ଏବଂ କ୍ଷତ ଆରୋଗ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଦୂତୀଙ୍କ ବାସନ୍ଦ ଦଣ୍ଡ ଚଳିତବର୍ଷ ପିଛିଲା ଜାନୁୟାରୀ ୩ରୁ ଲାଗୁ ହେବ। ଗତ ଡିସେମ୍ବର ୫ ଯେଉଁ ଦିନ ତାଙ୍କଠାରୁ ପ୍ରଥମ ସାମ୍ପଲ ସଂଗ୍ରହ କରାଯାଇଥିଲା, ସେହି ଦିନଠାରୁ ଦୂତୀ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତାରେ ତାଙ୍କ ଫଳାଫଳକୁ ରଦ୍ଦ କରିଦିଆଯିବ। ଦୂତୀଙ୍କ ଆଇନ ପରାମର୍ଶଦାତା ପାର୍ଥ ଗୋସ୍ବାମୀ କହିଛନ୍ତି, ଏହି ସ୍ପ୍ରିଣ୍ଟର ତାଙ୍କ ପ୍ରଫେସନାଲ କ୍ୟାରିୟରରେ ଜଣେ ସ୍ବଚ୍ଛ ଆଥ୍‌ଲେଟ ରହି ଆସିଛନ୍ତି। ସେ କୌଣସି ଉଦ୍ଦେଶ୍ୟ ରଖି ନିଷିଦ୍ଧ ଔଷଧ ସେବନ କରିନାହାନ୍ତି। ଦୂତୀ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ୧୦୦ ମିଟର ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି। ୨୦୨୧ରେ ସେ ୧୧.୧୭ ସେକେଣ୍ଡ ଟାଇମିଂରେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଗୋସ୍ବାମୀ କହିଛନ୍ତି, ଦୂତୀଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ଯେଉଁ ନିଷିଦ୍ଧ ଉପାଦାନ ଠାବ କରାଯାଇଛି, କ୍ରୀଡ଼ାରେ ଫାଇଦା ଉଠାଇବା କ୍ଷେତ୍ରରେ ତାହାକୁ ବ୍ୟବହାର କରାଯାଇ ନ ଥାଏ। ପୁନଶ୍ଚ ଦୂତୀ ଉଦ୍ଦେଶ୍ୟମୂଳକ ଭାବେ ନିଷିଦ୍ଧ ଉପାଦାନ ସେବନ କରି ନ ଥିବା ତାହା ପ୍ରମାଣ କରିବା ଲାଗି ଆମ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି। ଅପିଲ ପ୍ୟାନେଲକୁ ବୁଝାଇବାରେ ସଫଳ ହେବୁ ବୋଲି ଆମର ଦୃଢ଼ ଆଶା ରହିଛି। ଗୋସ୍ବାମୀ ପୁନଶ୍ଚ କହିଛନ୍ତି, ଦୂତୀ ହେଉଛନ୍ତି ଭାରତର ଏକ ଗୌରବ ଏବଂ ଜଣେ ସ୍ବଚ୍ଛ ଆଥ୍‌ଲେଟ। ଦଶନ୍ଧି ଧରି ତାଙ୍କର ଏକ ଉଜ୍ଜ୍ୱଳ କ୍ୟାରିୟର ରହିଛି। ଜାତୀୟ ହେଉ ଅବା ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଶହ ଶହ ସଂଖ୍ୟାରେ ଡୋପ୍‌ ଟେଷ୍ଟ ହୋଇଛି। ତାଙ୍କ ଲମ୍ବା କ୍ୟାରିୟରରେ ସେ ସବୁବେଳେ ଡୋପ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ଆସିଛନ୍ତି। ଦୂତୀ ଏବଂ ତାଙ୍କ ଆଇନ ପରାମର୍ଶଦାତା ପୂର୍ବରୁ ନାଡା’ର ଆଣ୍ଟି ଡୋପିଙ୍ଗ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି)କୁ କହିଥିଲେ, ଏହା ଏକ ‘ଅଜାଣତ ବ୍ୟବହାର’ ମାମଲା। ଦୂତୀ ସ୍ବତନ୍ତ୍ର ଅନୁମତି ଆଣି ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଟ୍ରେନିଂ ନେଉଥିଲେ। ସେତେବେଳେ ଜଣେ ଫିଜିଓଥେରାପିଷ୍ଟ ତାଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଏହି ଆଥଲେଟଙ୍କ ଶରୀରରେ ଅଧିକ ପୁରୁଷ ହରମୋନ ଥିବାରୁ ସେ ଉରୁସନ୍ଧିରେ ଖୁବ୍‌ ଯନ୍ତ୍ରଣା ଅନୁଭବ କରୁଥିଲେ। ସେଥିପାଇଁ ଚିକିତ୍ସାର ଆବଶ୍ୟକ ପଡ଼ିଥିଲା। ଫିଜିଓଥେରାପିଷ୍ଟଙ୍କ ପରାମର୍ଶ କ୍ରମେ ଦୂତୀଙ୍କୁ ଔଷଧ ସେବନ କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri