ଏହି ସମୟରେ ହୋଇଥିଲା ଅଧିକ ରେଳ ଦୁର୍ଘଟଣା, ସରକାରଙ୍କ ବଢାଇଥିଲା ଟେନଶନ

ନୂଆଦିଲ୍ଲୀ,୧୯।୭: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପୁରା ଦେଶରେ ୬୮ହଜାର କି.ମିରୁ ଦୀର୍ଘ ରେଲଓ୍ବେ ଟ୍ରାକ୍‌ ବିଛାଯାଇଛି। ଭାରତରେ ରେଳବାଇକୁ ଲାଇଫ ଲାଇନ କୁହାଯାଏ । ଯେଉଁଥିରେ ପ୍ରତିଦିନ ପାଖାପାଖି ୨୨ହଜାର ଟ୍ରେନ୍‌ ଯାତ୍ରାୟତ କରୁଛନ୍ତି। ଏହି ଟ୍ରେନ ପ୍ରତିଦିନ ୨.୫ କୋଟି ଯାତ୍ରୀଙ୍କୁ ନେଇ ଚଳାଚଳ କରିଥାଏ। କେବଳ ଏତିକି ନୁହେଁ, ୨୮ଲକ୍ଷ ଟନ୍‌ରୁ ଅଧିକ ସାମଗ୍ରୀ ମଧ୍ୟ ପରିବହନ କରାଯାଇଥାଏ । ଏସବୁ ପରେ ବି ଭାରତରେ ରେଳ ଦୁର୍ଘଟଣା ସବୁଠାରୁ ଗମ୍ଭୀର ସମସ୍ୟା ଅଟେ। ଯାହା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଛି। ଗୁରୁବାର ଇତ୍ତର ପ୍ରଦେଶର ଗୋଣ୍ଡାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ହୋଇଛି। ଚଣ୍ଡିଗଡ଼ରୁ ଦିବ୍ରୁଗଡକୁ ଯାଉଥିବା ଦିବ୍ରୁଗଡ ଏକ୍ସପ୍ରେସର କୋଚ ଟ୍ରାକରୁ ଖସି ଯାଇଥିଲା। ଲୋକଙ୍କ ସରକ୍ଷା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବାବେଳେ ଏହି ରେଳ ଦୁର୍ଘଟଣା ବାରମ୍ବାର ହେଉଛି। ଟ୍ରେନ ଦୁର୍ଘଟଣା ରେଳବାଇର ସୁରକ୍ଷା ଉପରେ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆପଣ ଜାଣନ୍ତି କି, ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ କେଉଁ ସରକାର ସମୟରେ କେତେ ଟ୍ରେନ ଦୁର୍ଘଟଣା ଘଟିଛି?

ଗତ କିଛି ମାସ ମଧ୍ୟରେ ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି। ସରକାର ଦାବି କରିଛନ୍ତି ଯେ, ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରତିବର୍ଷ ହାରାହାରି ୧୭୧ ରେଳ ଦୁର୍ଘଟଣା ଘଟିଛି। ୨୦୧୪ ରୁ ୨୦୨୩ ମଧ୍ୟରେ, ବାର୍ଷିକ ହାରାହାରି ୭୧ ରେଳ ଦୁର୍ଘଟଣା ଘଟିଛି । ସେହିଭଳି ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରତିବର୍ଷ ହାରାହାରି ୮୬.୭ ଟ୍ରେନ ଲାଇନଚ୍ୟୁତ ହୋଇଛି, ଯାହା ୨୦୧୪ ରୁ ୨୦୨୩ ମଧ୍ୟରେ ୪୭.୩କୁ ହ୍ରାସ ପାଇଛି।

ସୂଚନା ଅନୁଯାୟୀ, ୟୁପିଏ ସରକାରଙ୍କ ୧୦ ବର୍ଷ ମଧ୍ୟରେ ୧୭୧୧ ରେଳ ଦୁର୍ଘଟଣା ଘଟିଛି। ୨୦୧୪ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ଏନଡିଏର ମୋଦି ସରକାର ସମୟରେ ୬୩୮ ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୪ ରେ ତିନୋଟି ବଡ଼ ରେଳ ଦୁର୍ଘଟଣା ଘଟିଛି। ୟୁପିଏ ସରକାର ସମୟରେ ୮୬୮ ଟି ଟ୍ରେନ ଲାଇନଚ୍ୟୁତ ହୋଇଛି। ଯେଉଁଠାରେ ଏନଡିଏ ସରକାର ସମୟରେ ୪୨୬ ଟି ମାମଲା ହୋଇଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁପିଏ ସରକାର ସମୟରେ ରେଳ ଦୁର୍ଘଟଣାରେ ୨୪୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪୮୬ ଜଣ ଆହତ ହୋଇଥିଲେ। ଅନ୍ୟପଟେ ଏନଡିଏ ସରକାର ସମୟରେ ୭୮୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୪୩ ଜଣ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri