Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ହଟ୍ଟଗୋଳ …

ନୂଆଦିଲ୍ଲୀ,୧୯।୭: ସଂସଦର ସୌମୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହେବା ସହିତ ହଙ୍ଗାମା କରାଯାଇଛି। କରୋନା ମହାମାରୀ ନିୟନ୍ତ୍ରଣ ଏବଂ ପେଟ୍ରୋଲ-ଡିଜେଲ-ଗ୍ୟାସ୍‌ ଦାମ ବୃଦ୍ଧି ନେଇ ବିରୋଧୀ ସଦସ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ସନ୍ଧ୍ୟାରେ କରୋନା ନିୟନ୍ତ୍ରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ସହିତ ବିବରଣୀ ପ୍ରଦାନ କରିବାକୁ ଗୃହରେ ପ୍ରତିଶ୍ରୁତି ଦେଇଛନ୍ତି। ବାଚସ୍ପତି ଓମ୍‌ ବିରଳା ନୂଆ ମନ୍ତ୍ରୀଙ୍କ ପରିଚୟ କରାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ନୂଆ ମନ୍ତ୍ରୀଙ୍କ ପରିଚୟ ପ୍ରଦାନ କରିଥିଲେ। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ପରେ ଲୋକ ସଭାର କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଅପରପକ୍ଷରେ ରାଜ୍ୟ ସଭାରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ସ୍ଥଗିତ ରଖାଯାଇଥିଲା। ରାଜ୍ୟ ସଭାରେ ଗୃହର କାର୍ଯ୍ୟ ଆରମ୍ଭରେ ବଲିଉଡ୍‌ ଅଭିନେତା ଦିଲ୍ଲୀପ କୁମାର ଏବଂ ଆଥଲେଟ୍‌ ମିଲ୍‌ଖା ସିଂଙ୍କୁ ସଦସ୍ୟମାନଙ୍କ ପକ୍ଷରୁ ଶ୍ରଦ୍ଧାଜ୍ଞଳି ଅର୍ପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଅଗଷ୍ଟ ୧୫ ଭାଷଣ…

ନୂଆଦିଲ୍ଲୀ, ୧୬।୮ : ୟୁଟ୍ୟୁବ୍‌ ଟପ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗଷ୍ଟ ୧୫ ଭାଷଣ ରହିଛି। ଏହାକୁ ବହୁ ୟୁଜର ପସନ୍ଦ କରିଛନ୍ତି।...

ଏମ୍ସ ଡାକ୍ତରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୨ା୭(ପି.ଟି.): ଦିଲ୍ଲୀ ଏମ୍ସର ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ରହୁଥିବା ହଷ୍ଟେଲର ଦଶମ ମହଲାରୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଅନୁରାଗ କୁମାର ନାମକ...

ଲଭ୍‌ ଜିହାଦ୍‌ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୧: ଲଭ୍‌ ଜିହାଦ୍‌ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା...

ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ି ୫ ଆହତ

କୋଲକାତା,୫।୧: ପଶ୍ଚିମବଙ୍ଗର ବଦ୍ଧର୍ର୍ମାନ ରେଳଷ୍ଟେଶନ ସମ୍ମୁଖ ଭାଗ ବିଲ୍ଡିଂ ଶନିବାର ରାତିରେ ଆଂଶିକ ଭୁଶୁଡ଼ି ପଡ଼ିବାରୁ ୫ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ନିକଟସ୍ଥ...

ବସ୍‌ ଷ୍ଟପ୍‌ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍‌ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା

ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪...

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ...

ଶୁକ୍ରବାର ନମାଜ ପାଠ ପୂର୍ବରୁ ଆଗ୍ରା, ମଥୁରା, ଫିରୋଜାବାଦରେ ଇଣ୍ଟରନେଟ ସେବା ବନ୍ଦ

ଆଗ୍ରା,୨୬।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଲାଗିରହିଥିବା ହିଂସା ଥମିବାର ନା ନେଉନି। ଏନେଇ ପଶ୍ଚିମ ଉତ୍ତରପ୍ରଦେଶର ୩ଟି ଜିଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି...

ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୨୨।୩: ଦେଶବାସୀଙ୍କ ଉପରେ ପୁଣି ମହଙ୍ଗା ମାଡ଼। ୧୪.୨ କେଜି ଘରୋଇ ସିଲିଣ୍ଡର ଦାମ  ୫୦ ଟଙ୍କା ବୃଦ୍ଧି ପାଇଛି। ସୋମବାର ମଧ୍ୟ ରାତିରୁ ଏହି...

Advertisement
Archives

Model This Week