Posted inଜାତୀୟ

କଂଗ୍ରେସ ସରକାର ସମୟରେ ପାକିସ୍ତାନ ଲଗାତାର କରୁଥିଲା ଆତଙ୍କବାଦୀ ଆକ୍ରମଣ…

ନୂଆଦିଲ୍ଲୀ, ୨୩।୮ : କେନ୍ଦ୍ରରେ କଂଗ୍ରେସ ସରକାର ବହୁବର୍ଷ ଧରି ରହିଥିଲେ। ଏହି ସମୟରେ ପାକିସ୍ତାନ ନିଜ ଇଛା ଅନୁସାରେ ଯେବେ ଚାହୁଁଥିଲା ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିଲା ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଅଭିଯୋଗ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ’ମୋଦି ଆଟ୍‌ ଦି ରେଟ୍‌ ୨୦’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନଡ୍ଡା ଏଭଳି କହିଛନ୍ତି। କୋଝିକୋଡେରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ପାକିସ୍ତାନ ଯାହା କରିଛି ତାହାର ଉପଯୁକ୍ତ ଜବାବ ସର୍ଜିକାଲ ଷ୍ଟ୍ରାଇକରେ ଦିଆଯାଇଛି। ମୋଦିଙ୍କ ଏହି ବିବୃତ୍ତି ସମ୍ପର୍କରେ ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି।

ନଡ୍ଡା କହିଛନ୍ତି, ମୋଦି ’ଗୋଟିଏ ଜୀବନ ଗୋଟିଏ ଲକ୍ଷ୍ୟ’ ସହିତ ଅର୍ଥପୂର୍ଣ୍ଣ ଭାବରେ ଜୀବନଯାପନ କରନ୍ତି ଏବଂ ପ୍ରତ୍ୟେକ ମୁହୂର୍ତ୍ତ ଦେଶର ସେବା ପାଇଁ ଉତ୍ସର୍ଗୀକୃତ ରହିଛନ୍ତି। ଏହା କେବଳ କହିବା କଥା ନୁହେଁ, ଆମେ ସମସ୍ତେ ତାଙ୍କୁ ଏଭଳି ଭାବେ ଦେଖୁଛୁ। ପ୍ରଧାନମନ୍ତ୍ରୀଙ୍କର ଲୋକପ୍ରିୟତା ଦିନକୁ ଦିନ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତିବର୍ଷ ବୃଦ୍ଧି ପାଉଛି। ଯଦି ଏକ ସର୍ଭେ କରାଯାଏ ଦେଖାଯିବ ଯେ ବିଜୟ ଆସନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ମୋଦିଙ୍କର ପଚାଶ ବର୍ଷର ସାର୍ବଜନୀକ ଜୀବନ, କୋଡ଼ିଏ ବର୍ଷର ପ୍ରଶାସନିକ ଜୀବନରେ କୌଣସି ଦୁର୍ନୀତି ନାହିଁ। ସେ ଜୀବନରେ ଅନେକ ଜିନିଷ ବଦଳାଇବାକୁ ଚେଷ୍ଟା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଯୋଗୁ ରାଜନୀତିର ଦୃଷ୍ଟିକୋଣ ମଧ୍ୟ ବଦଳିଥିବା ନଡ୍ଡା କହିଛନ୍ତି।

ନଡ୍ଡା ଗୁରୁତ୍ୱାରୋପ କରିଛନ୍ତି, ପ୍ରଧାନମନ୍ତ୍ରୀ ସଂସ୍କୃତିକୁ ଯୋଡ଼ିଛନ୍ତି, ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ସମ୍ମୁଖରେ ରଖିଛନ୍ତି। ତାଙ୍କ ଯୋଗୁ ଭାରତର ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ ସାରା ପୃଥିବୀରେ ପହଞ୍ଚି ପାରିଛି ବୋଲି ନଡ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?