ଗାଡ଼ି ଚୋରି ବେଳେ ମାଡ଼ିବସିଲେ

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ସହର ୫ନଂ. ୱାର୍ଡ ବସ୍‌ଷ୍ଟାଣ୍ଡ ଅମଲାପଡ଼ା ଅଞ୍ଚଳରୁ ମଙ୍ଗଳବାର ରାତି ପ୍ରାୟ ୮ଟାରେ ବୋଲେରୋ ଚୋରି ଉଦ୍ୟମ କରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅନ୍ୟ ୨ଜଣ ଫେରାର ହୋଇଯାଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ବସ୍‌ଷ୍ଟାଣ୍ଡ ଅମଲାପଡ଼ା ଅଞ୍ଚଳରେ ବୋଲେରୋ ଛିଡ଼ା ହୋଇଥିବାବେଳେ ଅଭିଯୁକ୍ତ ଜଣକ ଏକ ଚାବିରେ ଗାଡ଼ି ଡୋର୍‌ ଖୋଲିବାକୁ ଉଦ୍ୟମ କରୁଥିଲେ। ଗାଡ଼ିମାଲିକ ସିସିଟିଭି କ୍ୟାମେରାରେ ଏହା ଦେଖିବା ପରେ ଚିତ୍କାର କରିଥିଲେ। ଅଭିଯୁକ୍ତ ଜଣକ ଚାବି ଛାଡ଼ି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବାବେଳେ ଅଞ୍ଚଳବାସୀ ମାଡ଼ିବସିଥିଲେ। ଏହାପରେ ଦୁର୍ଗାବଜାର ଅଞ୍ଚଳରୁ ଏକ ସ୍କୁଟି ଜବତ ହୋଇଥିଲା। ଅଭିଯୁକ୍ତ ବ୍ୟବହାର କରିଥିବା ଚାବିରେ ଏହା ଷ୍ଟାର୍ଟ ହୋଇଯାଇଥିଲା। ଉକ୍ତ ସ୍କୁଟିରେ ଅଭିଯୁକ୍ତମାନେ ଆସିଥିବା ସ୍ପଷ୍ଟ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିପୂର୍ବରୁ ଅଭିଯୁକ୍ତ ଜଣକ ବୋଲେରୋ ନିକଟରେ ଥିବା ଏକ ଦାମୀକାର୍‌ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ଦୀର୍ଘଦିନ ହେଲା ସହରରେ ଏକ ଗାଡ଼ି ଚୋରି ରାକେଟ୍‌ ପୋଲିସର ନିଦ ହଜାଇ ଦେଇଥିବାବେଳେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଲିଙ୍କ୍‌ ଥିବା ଅନୁମାନ କରାଯାଉଛି। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।...

୨୦ ବର୍ଷରେ ଏଡ୍‌ସରେ ଗଲାଣି ୨୮୮ ଜୀବନ

ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍‌ସ ର ମୂଳୋତ୍ପାଟନ ହୋଇପାରୁନାହିଁ।...

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

ପରିତ୍ୟକ୍ତ ଅବସ୍ଥାରେ ପୌର ପରିଷଦ ଶିଶୁ ଉଦ୍ୟାନ

ପଟ୍ଟାମୁଣ୍ଡାଇ,୧ା୧୨(କଳ୍ପତରୁ ନାୟକ):କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନିରେ ଥିବା ପୌରପରିଷଦ ଶିଶୁଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଓ ସୌନ୍ଦର୍ଯ୍ୟହୀନ ହୋଇ ପଡ଼ିରହିଛି। ପିଲାମାନଙ୍କ ମନୋରଞ୍ଜନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri