ଡଙ୍ଗରିଆଙ୍କ ବାନ୍ଧକଳା କପଡ଼ାଗୁନ୍ଦାର ପୁନରୁଦ୍ଧାର ପ୍ରୟାସ

ରାୟଗଡ଼ା ଅଫିସ,୨୯ା୧୦: ନିୟମଗିରି ପାଦଦେଶରେ ଅବସ୍ଥିତ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ସାଲ୍‌(କପଡ଼ାଗୁନ୍ଦା) ଧୀରେ ଧୀରେ ଲୋକ ପାଇବାକୁ ବସିଥିବାବେଳେ ଏହାର ପୁନରୁଦ୍ଧାର ପଇଁ ପ୍ରୟାସ ଆରମ୍ଭ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାର ଚାହିଦାକୁ ବୃଦ୍ଧି କରିବା ଏବଂ ଡଙ୍ଗରିଆଙ୍କୁ ରୋଜଗାର ଯୋଗାଇବା ସହ ସ୍ବାବଲମ୍ବୀ କରିବା ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଆକ୍ସନ ଏଡ୍‌ ପକ୍ଷରୁ ଡଙ୍ଗରିଆ ଯୁବତୀ ଯୁବକଙ୍କୁ ନେଇ ପ୍ରଥମ ଥର ପାଇଁ ତନ୍ତରେ ସାଲ୍‌ ବୁଣା ତାଲିମ ଆରମ୍ଭ ହୋଇଛି।
ପରିବର୍ତ୍ତନର ସମୟ ଚକ୍ରରେ ଏହି ଆଦିମ ଜନଜାତି ଡଙ୍ଗରିଆଙ୍କ କଳା ସଂସ୍କୃତି ଲୋକ ପାଇବାକୁ ବସିଛି। କପଡ଼ାଗୁନ୍ଦା ଡଙ୍ଗରିଆଙ୍କ ପାରମ୍ପରିକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ପ୍ରସ୍ତୁତ ହେଉଥିବା ଏହି ସାଲ୍‌ର ଚାହିଦା ରାଜ୍ୟ, ବାହାର ରାଜ୍ୟ ଏବଂ ବିଦେଶରେ ମଧ୍ୟ ରହିଥିବାବେଳେ ଏହାକୁ କିଣିବା ପାଇଁ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା ହେଲେ ଏବେ ଏହି ଭିଡ଼ କମିବାରେ ଲାଗିଛି। ହାତ ଗଣତି ଅନୁଭବୀ କାରିଗର ବ୍ୟତୀତ ନୁତନ ଯୁବପିଢ଼ି ଏହି କଳାକୁ ବଞ୍ଚାଇ ରଖିବା ଦିଗରେ ଆଗକୁ ଆସିବାକୁ ଇଚ୍ଛା ପ୍ରକାଶ ପ୍ରକାଶ କରୁନାହାଁନ୍ତି । ଡଙ୍ଗରିଆ ମହିଳାମାନେ ବିବାହ ଉତ୍ସବ ହେଉ କିମ୍ବା କୌଣସି ପର୍ବପର୍ବାଣୀରେ ଏହି ହାତ ତିଆରି କପଡ଼ାଗୁନ୍ଦା ତଥା ସାଲ୍‌ ବ୍ୟବହାର କରିଥାନ୍ତି। ଏକ ଧଳା ରଙ୍ଗର ସାଲ୍‌ ଉପରେ ବିଭିନ୍ନ ପ୍ରାକୃତିକ ରଙ୍ଗର ସୁତା ସାହାଯ୍ୟରେ ଭିନ୍ନ ପାରମ୍ପରିକ ଚିତ୍ର ତିଆରି କରିଥାନ୍ତି। ଏବେ କପଡ଼ାଗୁନ୍ଦା ପାଇଁ ଆବଶ୍ୟକ ଧଳା ସାଲ୍‌ର ଅଭାବ ଯୋଗୁ ଏହି କଳାକୁ ବଞ୍ଚାଇ ରଖିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଡିକେଡିଏ ଏବଂ ଅକ୍ସନ ଏଡ୍‌ର ମିଳିତ ସହଯୋଗରେ ଡଙ୍ଗରିଆ ଯୁବତୀ, ଯୁବକଙ୍କୁ ଧଳା କପଡ଼ା ଏବଂ ବିଭିନ୍ନ ରଙ୍ଗର ସୁତା ଯୋଗାଇ ଦିଆଯାଉଛି। ଏଥିସହ ସେମାନଙ୍କୁ ଏହି କପଡ଼ାଗୁନ୍ଦା ତିଆରିର ତାଲିମ ମଧୟ ଦିଆଯାଉଛି। ଯୁବପିଢ଼ି ଯେପରି ଏଥିପ୍ରତି ଆକୃଷ୍ଟ ହେବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯାଉଛି।
ସାଲ ପାଇଁ ଧଳା କପଡ଼ା ତିଆରି କରୁଥିବା ରାମ ହିଆଲ ଏହି ତାଲିମ ଦେଉଛନ୍ତି। ତନ୍ତ ଚଲାଇବା, ଅରଟ ଚଲାଇବା, ଛୁଞ୍ଚିରେ ସଲେଇ ଓ ସୁତାରେ ଲୁଗା ବୁଣିବା ଭଳି ବିଭିନ୍ନ ତାଲିମ ଦିଆଯାଉଥିବା ବେଳେ ଏହାକୁ ଶିଖି ଡଙ୍ଗରିଆ ଯୁବତୀ ଯୁବକ ମଧ୍ୟ ବେଶ୍‌ ଖୁସିଥିବା ଜଣାପଡ଼ିଛି। କରୋନା ସମୟରେ ମଧ୍ୟ ଏହି ମହିଳାମାନେ ବିଭିନ୍ନ ଡିଜାଇନର ମାସ୍କ ତିଆରି କରି ଭଲ ରୋଜଗାର କରିଥିଲେ। ତେଣୁ ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବାକୁ ସଂସ୍ଥା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ତାଲିମ ନେଇ ଲାଭବାନ ହେବାକୁ ଆଶା ରଖିଥିବା ତାଲିମ ନେଉଥିବା ଦମୟନ୍ତୀ ୱାଡାକା, ନିକୁନ ୱାଡାକା ପ୍ରକାଶ କରିଛନ୍ତି । ସେହିପରି ଏହି ତାଲିମ ଶିବିରର ପ୍ରଶିକ୍ଷକ ରାମ ହିଆଲ ଏବଂ ଡିକେଡିଏ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ଏହି ପ୍ରୟାସ ସଫଳ ହେବା ନେଇ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri