ପୁନରୁଦ୍ଧାର ଅପେକ୍ଷାରେ ଦୁଃଖିଶ୍ୟାମ ଛତା ମଠ

ପୁରୀ ଅଫିସ,୨୧ା୧୦: ନୀଳାଚଳ କ୍ଷେତ୍ରରେ ଥିବା ୩୭୪ ମଠ ଓ ଆଶ୍ରମ ମଧ୍ୟରୁ ଅନ୍ୟତମ ପ୍ରାଚୀନ ମଠ ହେଉଛି ଦୁଃଖିଶ୍ୟାମ ଛତାମଠ। ଦୁଃଖିଶ୍ୟାମ ଦାସ ପ୍ରଥମେ ପୁରୀ ଆସି ଶ୍ରୀମନ୍ଦିରର ପଶ୍ଚିମ ପାର୍ଶ୍ୱରେ ଯେଉଁଠି ଛତା ପୋତି ଶ୍ରୀନୀଳଚକ୍ରଙ୍କୁ ଚାହିଁ ଧ୍ୟାନସ୍ଥ ହେଉଥିଲେ, ସେହି ସ୍ଥାନ ପରବର୍ତ୍ତୀ ସମୟରେ ଦୁଃଖିଶ୍ୟାମ ଛତା ମଠ ଭାବେ ପରିଚୟ ପାଇ ବିଖ୍ୟାତ ହୋଇଛି। ମଠର ଦକ୍ଷିଣ ପାର୍ଶ୍ୱରେ ଶ୍ରୀଲୋକନାଥ ମନ୍ଦିରକୁ ରାସ୍ତା ରହିଥିଲା। ସେହିପରି ଉତ୍ତରରେ ଗଜପତି ମହାରାଜାଙ୍କ ହାତୀଶାଳକୁ ସଂଯୋଗ କରୁଥିବା ରାସ୍ତା ‘ହାତୀ ଗୋହିରି’ ଥିଲା। ଏହି ମଠ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି।
ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ ଗଙ୍ଗଦେବ ୧୦୨୮ ମସିହାରେ ଶ୍ରୀମନ୍ଦିର ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଐତିହ୍ୟ ଅଛି ଯେ, ଅବସ୍ଥା ଚକ୍ରରେ ଗଜପତିଙ୍କ ଶରୀରରେ ବଡ଼ରୋଗ ଦେଖା ଦେଇଥିଲା। ସେ ଦୁଃଖିଶ୍ୟାମ ବାବାଙ୍କ ଆଶ୍ରୟ ନେଇଥିଲେ। ବାବା ସୁସ୍ଥ କରିଦେବା ପରେ ଛତାପୋତା ସ୍ଥାନ ସମେତ ୩୫ ଏକର ଜାଗା ତାଙ୍କୁ ଗଜପତି ମହାରାଜା ଦାନ କରିଥିଲେ। ସେହି ଜାଗା ମଧ୍ୟରୁ ଏବେ ମାତ୍ର ୦୯ ଏକର ରହିଛି। ବ୍ରହ୍ମଗିରିର ରେଣ୍ଢା ବରପଦା ଓ ସୁନାମୁହିଁ ବରପଦାରେ ମହାରାଜା ଜମି ଖଞ୍ଜିଦେଇଥିଲେ। ବାବା କେଉଁଠୁ ପୁରୀ ଆସିଥିଲେ ତା’ର ଇତିହାସ ନାହିଁ। ବାବା କିନ୍ତୁ ଆଉ ଶ୍ରୀକ୍ଷେତ୍ର ଛାଡ଼ି ଯାଇ ନ ଥିଲେ। ମାଙ୍କଡ଼ା ପଥରରେ ୩୫ ହାତର ମନ୍ଦିର ନିର୍ମାଣ କରି ଶ୍ରୀଲକ୍ଷ୍ମୀ ନାରାୟଣଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହ ଦାକ୍ଷିଣାତ୍ୟ ଶୈଳୀରେ ନିର୍ମିତ। ମନ୍ଦିର ମଧ୍ୟଭାଗରେ ବିଦାରଣ ନୃସିଂହଙ୍କ ଉପାସନା କରୁଥିଲେ। ଶ୍ରୀମନ୍ଦିର ନୀଳଚକ୍ରର ଠିକ୍‌ ସରଳରେଖାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମଠ ମନ୍ଦିରର ନୀଳଚକ୍ର ସେ ବସାଇଥିଲେ। ଜଗମୋହନ ଓ ନାଟମଣ୍ଡପ ଭଗ୍ନାବସ୍ଥାରେ ରହିଛି। ଛତାପୋତା ସ୍ଥାନରେ ନିର୍ମିତ ନାଟମଣ୍ଡପ ଠିକ୍‌ ଛତା ସଦୃଶ। ଏହା ଆଠ କୋଣିଆ କାନ୍ଥ, ଆଠ କୋଣିଆ ଛାତ। ଦୁଃଖିଶ୍ୟାମ ବାବା ଥିଲେ ପରମ ଯୋଗୀ। ହଂସ ସମ୍ପ୍ରଦାୟର ଉପାସନା ଧାରାରେ ସେ ଅନ୍ତନାଡ଼ି ଶରୀର ଭିତରୁ କାଢ଼ି ଶୋଧନ କରୁଥିଲେ। ସେଥିପାଇଁ ସେ ଶ୍ରୀକ୍ଷେତ୍ରରେ ଅନ୍ତଃପଖାଳ ବାବା ନାମରେ ପରିଚିତ ଥିଲେ ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।
ମଠର ଐତିହ୍ୟ ଅନୁସନ୍ଧାନ କରିବାକୁ ଗୁରୁବାର ଯିବା ପରେ ଡ. ମିଶ୍ର ମତ ଦେଇଛନ୍ତି ଯେ, ମଠଟି ପ୍ରଥମେ ଶ୍ରୀ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଥିଲା ଓ ଏହା ହାରାହାରି ହଜାର ବର୍ଷରୁ ଅଧିକ ପୁରାତନ। ମନ୍ଦିରରେ ସ୍ଥାନିତ ବିଗ୍ରହ ଦୃଷ୍ଟିରୁ ଅବସ୍ଥାଚକ୍ରରେ ଏହି ମଠ ନିମ୍ବାର୍କ ସମ୍ପ୍ରଦାୟରେ ସାମିଲ ହୋଇଥିଲା। ଏଠାରେ ଶ୍ରୀରାଧାକୃୃଷ୍ଣ ପୂଜା ପାଉଥିଲେ। ଏବେ କେବଳ ଶ୍ରୀରାଧା ଅଛନ୍ତି। ଶିଷ୍ୟ ଭଗବାନ ଦାସ ସୁବର୍ଣ୍ଣ ନିର୍ମିତ ଶ୍ରୀକୃଷ୍ଣ ଶ୍ରୀବିଗ୍ରହ ନେଇ ରାମଜୀ ମଠକୁ ଦେଇଥିଲେ। ସେତେବେଳେ ମହନ୍ତ ଥିଲେ ଦୀନକୃଷ୍ଣ ଦାସ।
ଏହା ୧୫୦୦ ମସିହା ପୂର୍ବ କଥା। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ଉପରେ ବିଧର୍ମୀଙ୍କ ଆକ୍ରମଣ କାଳରେ ଲୋକନାଥ ଘାଟ ଓ ମଙ୍ଗଳା ଘାଟର ସୁରକ୍ଷା ପାଇଁ ନାଗାସାଧୁ ଏଠାରେ ରହିଥିବା ଜଣାଯାଏ। ସେବେ ରାମାନନ୍ଦୀ ସମ୍ପ୍ରଦାୟର ପ୍ରଭାବ ପଡ଼ିବାରୁ ନାଗାସାଧୁଙ୍କ ଉପାସନା ପାଇଁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ପୂଜା ପାଉଥିଲେ। ଏଠାରେ ହନୁମାନଙ୍କର ୫ ବିଗ୍ରହ ଅଛନ୍ତି। ପରେ ନିମ୍ବାର୍କ ସମ୍ପ୍ରଦାୟର ମଠ ବୋଲି ଉଲେଖ କରାଯାଇଛି। ଏହି ଅନୁସନ୍ଧାନରେ ଦୁର୍ଗାପ୍ରସାଦ ମିଶ୍ର ଏବଂ ସିଦ୍ଧାର୍ଥ ଆଚାର୍ଯ୍ୟ ସହଯୋଗ କରିଥିଲେ। ମନ୍ଦିର ବ୍ୟତୀତ ଆଉ ସବୁ ଗୃହ ଧ୍ୱଂସ ପାଇଯାଇଥିବାରୁ ମହନ୍ତ ଯାଇ ବାଣପୁର ଖମାରରେ ରହୁଛନ୍ତି। ମଠ ପରିସରରେ ଥିବା ୨ଟି ପୋଖରୀ ବ୍ୟବହାର ଉପଯୋଗୀ ନୁହେଁ। ମଠ ପରିସରରେ ଦୁଖିଃଶ୍ୟାମ ବାବାଙ୍କ ସମାଧି ରହିଛି।
ଖମାରଗୁଡ଼ିକରୁ କିଛି ଆସୁନାହିଁ କି ସରକାରୀ ସାହାଯ୍ୟ ମିଳୁନାହିଁ। ତଥାପି ନିମାଇଁ ଚରଣ ବାରିକ, କୃଷ୍ଣଚନ୍ଦ୍ର ସାହୁ ଏବଂ ଦୀପକ ମହାପାତ୍ରଙ୍କ ସହଯୋଗ ତଥା ବଦାନ୍ୟ ବ୍ୟକ୍ତିଙ୍କ ଦାନରେ ତାରାପ୍ରସାଦ ମହାପାତ୍ର ପ୍ରାୟ ୪୦ ବର୍ଷ ଧରି ପୂଜା ବିଧାନ କରି ଆସୁଛନ୍ତି। ମଠ ପକ୍ଷରୁ ଶ୍ରୀମନ୍ଦିରରେ ଥିବା ୨ଟି ଚୁଲା ହସ୍ତାନ୍ତର ହୋଇଯାଇଛି। ତେବେ ମଠ ପକ୍ଷରୁ ୨୧ ଦିନ ଧରି ଚନ୍ଦନ ଯାତ୍ରା ସମୟରେ ପନ୍ତି, ହରିହର ଭେଟ (ଜାଗର) ଦିନ ପନ୍ତି ହେଉଛି। ଏବେ ରକ୍ଷଣାବେକ୍ଷଣ ଅଭାବରୁ ମଠଟି ସର୍ପସଙ୍କୁଳ ହୋଇପଡ଼ିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦେଲେ ଏକ ହଜାର ବର୍ଷର ଏହି ପ୍ରାଚୀନ ଐତିହ୍ୟ ପୁରୀରୁ ଲୋପ ପାଇଯିବ ବୋଲି ଡ. ମିଶ୍ର ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରୁ ୨୦୩୦ ଯାଏ ଏହି ୨ ରାଶିଙ୍କୁ ଘାରିବ ଶନିଙ୍କ ପ୍ରଭାବ: ହୋଇଯିବେ କାଙ୍ଗାଳ! ଜାଣନ୍ତୁ ସେହି ରାଶି କିଏ…

ଶନିଦେବ ଯେତେବେଳେ ନିଜ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ କେତେକ ରାଶି ଉପରେ ଶନି ଢୈୟା ଆରମ୍ଭ ହୋଇଥାଏ ତ ଆଉ କେତେକ ରାଶିର ଜାତକଙ୍କୁ ସାଢ଼େସାତୀରୁ…

ଏହି ୪ ସ୍ଥାନରେ ଦାନ କଲେ ହୋଇଯିବେ ମାଲାମାଲ, ସାତ ପିଢ଼ି ବି କରିବେ ରାଜ୍‌, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କୂଟନୀତିଜ୍ଞ ଏବଂ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଏ। ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ସେ ଜୀବନରେ ସଫଳତା ପାଇବାର ଅନେକ…

ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ…

ବୁଧଙ୍କ ସିଧା ଚଳନ: ୬ ରାଶିଙ୍କର ଲାଗିଲା ବଡ଼ ଲଟେରୀ, ଚାରିଆଡୁ ହୁ ହୁ ହୋଇ ବଢିବ ଟଙ୍କା, ଚାକିରିରେ ପ୍ରମୋଶନ

ବୈଦିକ ଜ୍ୟୋତିଷ ଅନୁସାରେ, ଆସନ୍ତା ୧୩ ନଭେମ୍ବର ୨୦୨୬ରେ ବୁଧଦେବ ତୁଳା ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧଦେବଙ୍କୁ ବୁଦ୍ଧି, ବାଣୀ, ଯୋଗାଯୋଗ, ବ୍ୟବସାୟ,…

ଶୀତୁଆ ସକାଳର କାକର ଭିଜା ସ୍ପର୍ଶ: ରାଜ୍ୟରେ ଖସିଲା ପାରଦ, ସବୁଠୁ ଥଣ୍ଡା ସହର ଏବେ…

ଭୁବନେଶ୍ୱର,୧୨ା୧୧: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ…

IPL ଅକ୍ସନ ପୂର୍ବରୁ ବିବାହ କଲେ SRH ମାଲିକାଣୀ କାବ୍ୟା ମାରାନ: ଜାଣନ୍ତୁ କାହାକୁ ବାଛିଲେ ନିଜ ଜୀବନସାଥୀ

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ (SRH)ର ମାଲିକାଣୀ କାବ୍ୟା ମାରାନ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି। ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ କାବ୍ୟାଙ୍କ ସହ…

ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ୩୧ ବର୍ଷୀୟ ଏହି ଧୁରନ୍ଧର ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୨।୧୧: ଭାରତ ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ (ଚତୁର୍ଥ ଓ ପଞ୍ଚମ) ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା…

ନ୍ୟୁଜିଲାଣ୍ଡ ସିରିଜ ମଝିରେ ବଡ଼ ହଲଚଲ: ଗିଲ-ରାହୁଲ ଆଉଟ୍‌, କୋହଲି-ରୋହିତ ଖେଳିବେ କି ନାହିଁ, ଆସିଲା ଅପଡେଟ୍‌

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର (ନଭେମ୍ବର ୧୩) ମାଉଣ୍ଟ ମାଉଙ୍ଗାନୁଇର ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?