ଜମିରୁ ଶୁଖୁନି ପାଣି

ବନ୍ତ,୨୬ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳର ଶତାଧିକ ଏକର ଜମିରେ ପାଣି ଜମି ରହିଛି। ଫଳରେ ଚାଷୀ ଧାନ ଅମଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସରକାରଙ୍କ ପକ୍ଷରୁ ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ପ୍ରଥମ ସପ୍ତାହରେ ବାତ୍ୟା ‘ଜୱାଦ’ ଯୋଗୁ ଏହି ବ୍ଲକରେ ବର୍ଷାର ପ୍ରଭାବ ଦେଖାଯାଇଥିଲା। ଫଳରେ ଚାଷ ଜମିରେ ପାଣି ରହିଛି। ଗତ ଖରିଫ ଋତୁରେ ଡିସେମ୍ବର ୨୦ରୁ ସରକାରୀ ମଣ୍ଡି ଖୋଲାଯାଇ ଧାନ କ୍ରୟ ଆରମ୍ଭ ହୋଇଥିଲା। ମାତ୍ର ଚଳିତ ଖରିଫ ଋତୁରେ ଧାନ କ୍ରୟ ପୂର୍ବରୁ ପ୍ୟାକ୍ସ(ସମବାୟ ସମିତି) କର୍ମଚାରୀ ଧାରଣାରେ ବସିଥିବାରୁ ମଣ୍ଡି ଖୋଲି ପାରୁନାହିଁ। ଏହି ପରିପେକ୍ଷୀରେ ଜିପିଏଲ୍‌ଏଫ୍‌ଙ୍କୁ ଧାନକ୍ରୟ ଦାୟିତ୍ୱ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ଚିଠି ହୋଇଛି। କିଛି ଦିନ ତଳେ ବ୍ଲକରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ପ୍ୟାକ୍ସମାନେ ଯୋଗ ଦେଇ ନ ଥିଲେ। କେବଳ ୩ ଏସ୍‌ଏଚ୍‌ଜି ଆସିଥିଲେ। ଗତବର୍ଷ ଏହି ବ୍ଲକରେ ୧୦ ପ୍ୟାକ୍ସ ଓ ୭ ଏସ୍‌ଏଚ୍‌ଜି ଧାନ କ୍ରୟ କରିଥିଲେ। ଚଳିତ ବର୍ଷ ସେହି ୧୦ ପ୍ୟାକ୍ସ ଓ ଏସ୍‌ଏଚ୍‌ଜି ଧାନ କ୍ରୟ କରିବା କଥା। ମାତ୍ର ଗୋପିନାଥପୁର, ରାମପୁର ପଞ୍ଚାୟତରେ ପୂର୍ବ ଏସ୍‌ଏଚ୍‌ଜି ଧାନ କିଣିବାକୁ ମନା କରିବାରୁ ନୂଆ ଏସ୍‌ଏଚ୍‌ଜିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରାମଚନ୍ଦ୍ରପୁର ପଞ୍ଚାୟତରେ କେଉଁ ଏସ୍‌ଏଚ୍‌ଜି ଧାନ କିଣିବ ସେନେଇ ସ୍ପଷ୍ଟ ସୂଚନା ନାହିଁ ା ଆଡିଆ ପଞ୍ଚାୟତରେ ନୂଆ ଏସ୍‌ଏଚ୍‌ଜି ଧାନ କିଣିବା ନେଇ ପ୍ରସ୍ତାବ ଯାଇଛି। ତେବେ ଚଳିତ ବର୍ଷ ୮ ଏସ୍‌ଏଚ୍‌ଜି ଧାନ କିଣିବେ ବୋଲି ଜଣାପଡ଼ିଛି। ଆସନ୍ତା ୨୭ ସୁଦ୍ଧା ସରକାରଙ୍କ ପକ୍ଷରୁ ଧାନ କିଣିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଜମିରୁ ପାଣି ଶୁଖି ନ ଥିବା ଯୋଗୁ ଆଉ ୫ରୁ ୬ଦିନ ଧାନକ୍ରୟ ତାରିଖ ଘୁଞ୍ଚାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଅଦ୍ୟାବଧି ମଣ୍ଡିରୁ ଧାନ କିଣିବା ପାଇଁ କୌଣସି ମିଲର ଠିକ୍‌ ହୋଇ ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ମଣ୍ଡି ଖୋଲାଯାଇ ଧାନ କିଣା ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri