କୋଟିଏ ଟଙ୍କାର ଡ୍ରଗ୍ସ ଜବତ

ଭୁବନେଶ୍ୱର, ୪।୧୦ (ବ୍ୟୁରୋ)/ ବାଲିଅନ୍ତା (ଡି.ଏନ୍‌.ଏ.): ଓଡ଼ିଶା ଏବେ ଡ୍ରଗ୍ସ କାରବାରର ହବ୍‌ ପାଲଟିଛି। କେତେବେଳେ ରାଜ୍ୟରୁ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି ତ ପୁଣି ଆଉ କେତେବେଳେ ବାହାର ଦେଶରୁ ବ୍ରାଉନସୁଗାର ଓ ଅନ୍ୟ ନିଶାଦ୍ରବ୍ୟ ରାଜ୍ୟକୁ ଆସୁଛି। ବିଶେଷକରି ରାଜଧାନୀ ଭୁବନେଶ୍ୱର ଦେଇ ଚୋରାଚାଲାଣ ହେଉଛି। ଶୁକ୍ରବାର ଓ ଶନିବାର ଦୁଇଦିନରେ କୋଟିଏ ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବାବେଳେ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ଆନ୍ଧ୍ରପ୍ରଦେଶରୁ ବିପୁଳ ପରିମାଣର ଗଞ୍ଜେଇ ଭୁବନେଶ୍ୱର ଦେଇ ବିହାର ଚାଲାଣ ହେଉଥିବାନେଇ ଏନ୍‌ସିବି ନିକଟରେ ଖବର ପହଞ୍ଚତ୍ଥିଲା। ଏହି ଚୋରା ଚାଲାଣକୁ ଧରିବା ପାଇଁ ଏନ୍‌ସିବି ଟିମ୍‌ ଶନିବାର ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ରେ ଜଗି ରହି ଯାଞ୍ଚ କରିଥିଲେ। ଏପି୦୫୧୫୬୬ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ପହଞ୍ଚତ୍ବାକ୍ଷଣି ଏନ୍‌ସିବି ଅଧିକାରୀମାନେ ଡ୍ରାଇଭରକୁ କାବୁ କରି ନେଇଥିଲେ। ପରେ ଟ୍ରକ୍‌କୁ ଯାଞ୍ଚ କରିବା ପରେ କତା ବୋଝେଇ ବସ୍ତା ଭିତରୁ ୭୦୦ କେଜିର ଗଞ୍ଜେଇ ମିଳିଥିଲା। ଏହାପରେ ଟ୍ରକ୍‌ ସହ ଉକ୍ତ ଗଞ୍ଜେଇକୁ ଜବତ କରାଯିବା ସହ ଡ୍ରାଇଭରଙ୍କୁ ଗିରଫ କରିଥିଲା ଏନ୍‌ସିବି।
ଅନ୍ୟପକ୍ଷରେ ବାଲେଶ୍ୱରରୁ ଭୁବନେଶ୍ୱର ଲମ୍ବିଥିବା ବ୍ରାଉନସୁଗାର ର଼୍ୟାକେଟକୁ ଧରିବା ପାଇଁ କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ ସ୍ବତନ୍ତ୍ର ଅପରେଶନ ଚଳାଇଛି। ଏହି ଅଭିଯାନରେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ଭେଲୋର ଛକ ଜାତୀୟ ରାଜପଥରୁ ଶୁକ୍ରବାର ୨୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିବାବେଳେ ସମ୍ପୃକ୍ତ ୨ଜଣଙ୍କୁ ଧରିଥିଲା। ପଚରାଉଚରା ପରେ ସେମାନେ ଭୁବନେଶ୍ୱରକୁ ବ୍ରାଉନସୁଗାର ନେଉଥିବା ଜଣାଇଥିଲେ। ଏହାପରେ ଯୋଜନା ମୁତାବକ ଶନିବାର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ବାଲିଅନ୍ତା ଛକରୁ ଜଣଙ୍କୁ ଧରିବା ସହ ତାଙ୍କଠାରୁ ୧୨୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଦୁଇ ସ୍ଥାନରୁ ଜବତ ବ୍ରାଉନସୁଗାର ମୂଲ୍ୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏହାପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାଲେଶ୍ୱର ଜିଲା ରାଜପୁର ଅଞ୍ଚଳର ଜଳେଶ୍ୱର ଥାନା ରାଜପୁର ଗ୍ରାମର ସେକ୍‌ ସଫିରୁଦ୍ଦିନ, ସେକ୍‌ ରାଜା ଓ ବାଲିଅନ୍ତା ଥାନା ଜଗନ୍ନାଥପୁର ଗ୍ରାମର ବାପି ନାୟକ। ସଫିରୁଦ୍ଦିନ ଓ ରାଜାଙ୍କଠାରୁ ବ୍ରାଉନସୁଗାର ସହ ବାଇକ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିବାବେଳେ ବାପିଙ୍କଠାରୁ ବ୍ରାଉନସୁଗାର ସହ ୫୫ ହଜାର ଟଙ୍କା, ଗୋଟିଏ ବାଇକ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି କ୍ୟୁଏଟି। ଏ ନେଇ ବାଲିଅନ୍ତା ଥାନାରେ ୨୨୮/୨୦ରେ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ବାଲିଅନ୍ତା ପୋଲିସ ସହଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri