Posted inଜାତୀୟ

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶାହରୁଖ୍‌ଙ୍କ ପୁଅ ଆର୍ୟନ ଖାନ୍‌ ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି। ଏହି ଘଟଣାରେ ଅନେକ ମତ ଦେବା ପରେ ଏବେ ଛଗନ ଏହି ମନ୍ତବ୍ୟ ଦେଇଛନ୍ତି। ଆର୍ୟନଙ୍କ କେସ୍‌ରେ ଏଯାଏ ବେଲ୍‌ ମିଳି ପାରୁ ନଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରାଷ୍ଟ୍ର ବିଡ୍‌ ଜିଲାର ଏକ ଜନ ସମାବେଶରେ ସେ ଏହା କହିଛନ୍ତି।

ସୂଚନାନୁସାରେ, ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଏନ୍‌ସିବି ଗିରଫ କରିଛି। ତାଙ୍କ ରିମାଣ୍ଡ ଆବେଦନ ବାରମ୍ବାର ଖାରଜ ହେଉଛି। ଜାହାଜର କ୍ରୁଜ ପାର୍ଟି ସମୟରେ ସେ ଓ ତାଙ୍କ ବନ୍ଧୁ ମାନଙ୍କୁ ଧରା ଯାଇଥିଲା। ଏହି ଘଟଣାରେ ତାଙ୍କ ବନ୍ଧୁ ଅବବାଜ୍‌ ମରଚାଣ୍ଟ ଏବଂ ମୁନମୁନ୍‌ ଢାମ୍‌ଚେଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲିଚିଂ ପାଉଡ଼ରରେ ବି କରିହେବ ଘର, କାର୍ଯ୍ୟାଳୟ ସାନିଟାଇଜ୍‌

ନୂଆଦିଲ୍ଲୀ,୨୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପି ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରସାରଣ ଜାରି ରଖିଛନ୍ତି। କରୋନାଠାରୁ ଦୂରେଇ ରହିବା...

କମୁଛି ଆନ୍ଦୋଳନକାରୀ କୃଷକଙ୍କ ସଂଖ୍ୟା: ଚିନ୍ତାରେ ସଂଯୁକ୍ତ କୃଷକ ମୋର୍ଚ୍ଚା!

ନୂଆଦିଲ୍ଲୀ,୧୧ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଦିଲ୍ଲୀର ଗାଜିପୁର, ଶାହାଜାହାଁପୁର, ଟିକରି...

ସପା ରାସ୍ତାରେ ମାୟାବତୀ

ଲକ୍ଷ୍ନୌ,୨୭।୬: ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍‌ପି)ନିକଟରେ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା। ଏହାର କିଛି ଦିନ ପରେ ଅନୁରୂପ ବାଟ ବାଛିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ...

ଟିଏମ୍‌ସି କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୪।୩: ତୃଣମୂଳ କଂଗ୍ରେସ (ଟିଏମ୍‌ସି) କାଉନସିଲରଙ୍କୁ ପଶ୍ଚିମବଙ୍ଗର ପାନିହାଟି ମ୍ୟୁନିସିପାଲିଟିରେ ଗୁଳି କରି ହତ୍ୟା କରାଯାଇଛି। ପୂରା ହତ୍ୟାକାଣ୍ଡ ସିସିଟିଭିରେ କଏଦ ହୋଇଛି। ଏହାକୁ ଅଧାର...

‘ଅଗଷ୍ଟ ୧୫ ସୁଦ୍ଧା ଟିକା ସମ୍ଭବ ନୁହେଁ’

କାନପୁର/ଲକ୍ଷ୍ନୌ,୭ା୭(ପି.ଟି.): ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍‌ ଟିକା ଶୁଭାରମ୍ଭ କରିବା ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଏହା ଅବାସ୍ତବ...

ତାଲିବାନକୁ ୧୦୦୦ରୁ ଅଧିକ ଲଶ୍କର-ଜୈଶ୍‌ ଆତଙ୍କବାଦୀଙ୍କ ସମର୍ଥନ, ଏଲ୍‌ଓସିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ନୂଆଦିଲ୍ଲୀ,୧୨।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିବା ଜାରି ରହିଛି। ଏପରିସ୍ଥଳେ ଦେଶର ୮୫ ପ୍ରତିଶତ ଅଞ୍ଚଳକୁ ନିଜ କବ୍‌ଜାରେ ତାଲିବାନ ଆତଙ୍କବାଦୀ ସଂଗଠନ ନେଇ...

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ସବୁଜ ସଙ୍କେତ: ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟବହାର କରିବେ ରୋଗୀ

ନୂଆଦିଲ୍ଲୀ,୨୩।୪: ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ଅକ୍ସିଜେନ୍‌ ଅଭାବ ପରିଲକ୍ଷିତ ହେଉଛି।...

ଭାଜପା ପ୍ରତିଷ୍ଠା ଦିବସରେ ମୋଦିଙ୍କ ମନ୍ତ୍ର, ଆଜି ଦେଶରେ ନୀତି ଅଛି-ନିୟମ ବି ରହିଛି…

ନୂଆଦିଲ୍ଲୀ, ୬।୪ : ଭାଜପାର ୪୨ ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ...

Advertisement
Archives

Model This Week