Posted inଫୁରସତ

ମହାମାରୀରେ ବଢ଼ିଛି ଡ୍ରଗ୍ସ ସେବନ

ଡ୍ରଗ୍ସ ହେଉଛି ନୀରବ ବିଷ। ଥରେ ଏହାର କବଳିତ ହେବା ପରେ ଏଥିରୁ ମୁକୁଳିବା କାଠିକର ପାଠ। ତଥାପି କୁସଙ୍ଗରେ ପଡ଼ି ଯୁବପିଢ଼ି ଏଭଳି ଘାତକ ନିଶା ସେବନ କରୁଛନ୍ତି। ଏହାଦ୍ୱାରା ସେମାନେ କେବଳ ଅର୍ଥନୈତିକ ଅଧଃତନକୁ ଆମନ୍ତ୍ରଣ କରୁନାହାନ୍ତି, ଅଧିକନ୍ତୁ ଜୀବନକୁ ବିପଦରେ ମଧ୍ୟ ପକାଉଛନ୍ତି। ଡ୍ରଗ୍ସ ସେବନର ଭୟାବହତାକୁ ଜାଣିବା, ଏଭଳି ମାଦକଦ୍ରବ୍ୟଠାରୁ ଦୂରେଇ ରହିବା, ଏହାର ବେଆଇନ କାରବାର ବିରୋଧରେ ସ୍ବର ଉତ୍ତୋଳନ କରିବା ଏବଂ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍‌ ୨୬ରେ ଅନ୍ତର୍ଜାତୀୟସ୍ତରରେ ପାଳିତ ହୋଇଥାଏ ‘ଡ୍ରଗ୍ସ ଦୁରୁପଯୋଗ ଏବଂ ଚାଲାଣ ନିରୋଧୀ ଦିବସ’।

ମହାମାରୀ ସମୟରେ ଗୃହବନ୍ଦୀ ଜୀବନ ମଣିଷଙ୍କୁ ଭାରାକ୍ରାନ୍ତ କରିଛି। କରୋନା ପାଇଁ ପ୍ରଭାବିତ ହୋଇଛି ରୋଜଗାର ପନ୍ଥା। ପାରିବାରିକ ଜୀବନରେ ଅଶାନ୍ତି ବଢ଼ିଛି। ଜୀବନ, ଜୀବିକା ଦୌଡ଼ରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ମଣିଷ ନିଶା ସହିତ ବନ୍ଧୁ ବାନ୍ଧିଛି। ଫଳରେ କୋଭିଡ୍‌-୧୯ ମହାମାରୀ ସମୟରେ ସାରା ପୃଥିବୀରେ ନିଶାସେବନ ଆଶାତୀତ ଭାବେ ବୃଦ୍ଧିପାଇଛି। ଡ୍ରଗ୍ଧ, ଭାଙ୍ଗ, ନିଶାଯୁକ୍ତ ଔଷଧ ଭଳି ମାଦକଦ୍ରବ୍ୟର ସେବନ, ଅବାଧ କାରବାର ବୃଦ୍ଧି ପାଇଛି। ବିଶେଷ କରି ଯୁବବର୍ଗ ଏବଂ କମ୍‌ ବୟସର ପିଲାମାନେ ନିଶା କବଳିତ ହେବା ସବୁଠାରୁ ଚିନ୍ତାଜନକ ବିଷୟ ପାଲଟିଛି।
ପୃଥିବୀରେ ମାଦକଦ୍ରବ୍ୟ ସେବନ ଏବଂ ଏହାର ଚୋରା କାରବାରର ଇତିହାସ ବେଶ୍‌ ଲମ୍ବା। ଏହାକୁ ରୋକିବା ଲାଗି ୧୯୮୭ରେ ମିଳିତ ଜାତିସଂଘର ସାଧାରଣ ସଭାରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଥିଲା। ପ୍ରତିବର୍ଷ ଜୁନ୍‌ ୨୬କୁ ମାଦକଦ୍ରବ୍ୟ ସେବନ ଏବଂ ଚୋରାଚାଲାଣ ନିରୋଧୀ ଦିବସ ଭାବେ ପାଳନ କରିବା ଲାଗି ସର୍ବସମ୍ମତିକ୍ରମେ ସବୁଜ ସଙ୍କେତ ମିଳିଥିଲା। ଏହା ଚାଇନା ଇତିହାସରେ ମଧ୍ୟ ଏକ ସ୍ବର୍ଣ୍ଣିମ ଦିନ। ଅଷ୍ଟାଦଶ ଶତାବ୍ଦୀରେ ଚାଇନା ମାଟିରୁ ଅଫିମ ବ୍ୟବସାୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଲାଗି ଚାଇନିଜ୍‌ ରାଷ୍ଟ୍ରନାୟକ ଲିନ୍‌ ଜେକ୍‌ସୁ ପ୍ରୟାସ କରିଥିଲେ। ଏଥିରେ ତାଙ୍କୁ ଅନେକାଂଶରେ ସଫଳତା ମଧ୍ୟ ମିଳିଥିଲା। ନିଶା ନିବାରଣ ଲାଗି ଲିନ୍‌ଙ୍କ ନିଷ୍ଠାପର ଉଦ୍ୟମକୁ ଅଧିକ ସ୍ମରଣୀୟ କରିବା ଲାଗି ଏହି ଦିବସକୁ ପ୍ରତୀକାତ୍ମକ ଭାବେ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି।
ଡ୍ରଗ୍ଧ ନିରୋଧୀ ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ ହେଲା ଏଭଳି ମାରାତ୍ମକ ନିଶା ବିଷୟରେ ସମାଜକୁ ଅବଗତ କରାଇବା। ଯୁବପିଢ଼ିଙ୍କୁ ମାଦକଦ୍ରବ୍ୟ କବଳରୁ ଦୂରେଇ ରଖିବା ସହିତ ଏକ ନିଶାମୁକ୍ତ ସମାଜ ଗଠନ କରିବା। ଏହି ଦିବସ ପାଳନ ଉପଲକ୍ଷେ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ, ସଚେତନତାଧର୍ମୀ ନାଟକ, ଶୋଭାଯାତ୍ରା ଆୟୋଜନ କରାଯାଇଥାଏ। ସେହିପରି ମିଳିତ ଜାତିସଂଘର ନିଶା ଓ ଅପରାଧ ନିରାକରଣ କାର୍ଯ୍ୟାଳୟ (ୟୁଏନ୍‌ଓଡିସି) ନିଶା ଉଦ୍ୟୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଏହାର ବେଆଇନ କାରବାର ଉପରେ ଯଥାସମ୍ଭବ ଅଙ୍କୁଶ ଲଗାଇବାକୁ ପରାମର୍ଶ ଦେଇଥାଏ। ତେବେ ଚଳିତବର୍ଷ ବିଭିନ୍ନ ଦେଶରେ କୋଭିଡ୍‌ କଟକଣା ଲାଗୁ କରାଯାଇଥିବାରୁ ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ସୋସିଆଲ ମିଡିଆରେ ହ୍ୟାସ୍‌ ଟ୍ୟାଗ୍‌ କ୍ୟାମ୍ପେନିଂ ମାଧ୍ୟମରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାକୁ ନିଷ୍ପତ୍ତି ହୋଇଛି।
ଚଳିତବର୍ଷର ଥିମ୍‌: ‘ଶେୟାର ଫ୍ୟାକ୍ଟ ଅନ୍‌ ଡ୍ରଗ୍ସ, ସେଭ୍‌ ଲାଇଭ୍‌ସ’
ଚଳିତବର୍ଷ ପାଳନ ହେଉଥିବା ଡ୍ରଗ୍ସ ଦୁରୁପଯୋଗ ଏବଂ ଚାଲାଣ ନିରୋଧୀ ଦିବସର ଥିମ୍‌ ରହିଛି ‘ଶେୟାର ଫ୍ୟାକ୍ଟ ଅନ୍‌ ଡ୍ରଗ୍ସ, ସେଭ୍‌ ଲାଇଭ୍‌ସ’। ଏହାର ଅର୍ଥ ଡ୍ରଗ୍ସର ବାସ୍ତବତା ଜାଣିବା ଏବଂ ଜୀବନ ବଞ୍ଚାଇବା। ଏହି ଅଭିଯାନରେ ଅଧିକରୁ ଅଧିକ ସାମିଲ ହୋଇ ଦିବସକୁ ସଫଳ କରିବାକୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?