Advertisement

ନିଶା ନିବାରଣ କେନ୍ଦ୍ର ନାଁରେ ହରିଲୁଟ୍‌

ଯାଜପୁର ଅଫିସ,୨୧ା୧୧: ନିଶା ନିବାରଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ବା ଇଣ୍ଟିଗ୍ରେଟେଡ୍‌ ରିହାବିଲିଟେଶନ ସେଣ୍ଟର ଫର୍‌ ଏଡିକ୍ସ (ଆଇଆର୍‌ସିଏ) ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଇଛି। ହେଲେ କୌଣସି କେନ୍ଦ୍ର ନଥାଇ ଭୂତ କେନ୍ଦ୍ର ଭାବେ ଦାୟିତ୍ୱ ନେଇଥିବା ସଂସ୍ଥା ଉକ୍ତ ଅର୍ଥକୁ ହରିଲୁଟ କରୁଥିବାର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲା ପ୍ରଶାସନର କେତେକ ଅଧିକାରୀ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ ଜିଲାପାଳଙ୍କୁ ବର୍ଷ ବର୍ଷ ଧରି ଅନ୍ଧକାରରେ ରଖିଥିବା ଚର୍ଚ୍ଚା ହେଉଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ତଥ୍ୟ ଅନୁଯାୟୀ ୨୦୧୬/୧୭ ଆର୍ଥତ୍କ ବର୍ଷରୁ ଯାଜପୁର ସଦର ମହକୁମାର ମାନସାପୋଲଠାରେ ଏକ ନିଶା ନିବାରଣ କେନ୍ଦ୍ର ଅଛି ବୋଲି ସରକାରୀ ଭାବେ ଦର୍ଶାଯାଉଛି। ରିପୋର୍ଟରେ ଏହି କେନ୍ଦ୍ରରେ ମୋଟ ୧୫ଟି ଶଯ୍ୟା ରହିଛି। ଡାକ୍ତର ଓ ନର୍ସ ମଧ୍ୟ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ରିପୋର୍ଟ କହୁଛି। ଏହି ସଂସ୍ଥାର ପରିଚାଳନା ଦାୟିତ୍ୱ ଏକ ସେବା ପ୍ରତିଷ୍ଠାନକୁ ଦିଆଯାଇଛି। ପ୍ରତ୍ୟେକ ବର୍ଷ ଏହି ନିଶା ନିବାରଣ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଶସକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ୨୨ଲକ୍ଷ ୨୬ ହଜାର ୪୨୦ ଟଙ୍କା ଅନୁଦାନ ମିଳୁଛି। ହେଲେ ମାନସାପୋଲଠାରେ ସେଭଳି କୌଣସି ସଂସ୍ଥା ନାହିଁ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୬ା୫: ନିଖିଳ ଉତ୍କଳ ଶିକ୍ଷକ ସଂଘ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଭଦ୍ରକ ପକ୍ଷରୁ ୩୧ ହଜାର ଟଙ୍କା ଅତିରିକ୍ତ ଜିଲାପାଳ...

ଭିଡ଼ିଓ ଭାଇରାଲ ହିଁ ୬ ଅଭିଯୁକ୍ତଙ୍କୁ ଧରାଇଦେଲା

ବଡ଼ଗାଁ,୨୨।୪(ଡି.ଏନ.ଏ.) ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ଥାନା ଅନ୍ତର୍ଗତ ଝରମୁଣ୍ଡା ଗ୍ରାମରେ ସପ୍ତାହେ ତଳେ କେତକ ଯୁବକ ୨ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ...

୨୦ ରାଉଣ୍ଡ ସୁଦ୍ଧା ୩୫,୨୯୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୨୦ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

ନୟାଗଡ଼ ଜିଲା ମୁଖ୍ୟ ଚିକତ୍ସାଳୟ : ୮ମାସ ହେଲା ବନ୍ଦ ରହିଛି ଇସିଜି

ନୟାଗଡ଼ ଅଫିସ,୧୭ା୮- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ ଅବାଧରେ ପଶି ରୋଗୀମାନଙ୍କ ଇସିଜି (ଇଲୋକ୍ଟ୍ରୋ କାଡ଼ିଓଗ୍ରାମ) ପରୀକ୍ଷା କରୁଛନ୍ତି। ଦିନେ କି ଦୁଇଦିନ ନୁହେଁ...

ମାଙ୍କଡ଼ପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ

କପ୍ତିପଦା,୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ର ମାଙ୍କଡ଼ପଡ଼ା ପଞ୍ଚାୟତରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ଏଥିନେଇ ଲୋକେ ଭୟଭୀତ...

ନଷ୍ଟ ହେଉଛି ୫.୪୪ କୋଟିର ଟସର

ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି...

ଥ୍ରେସର ମେଶିନ୍‌ରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଯୋଡ଼ା ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିଡିହା ଗ୍ରାମରେ ମଙ୍ଗଳବାର ଧାନ ଅମଳ କରାଯାଉଥିବା ଥ୍ରେସର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କର...

କରୋନା ମୁକାବିଲା: ଘରକୁ ଯାଇ ୩୨.୩୬ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର, ୧୪।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲା ପ୍ରଶାସନ ପକ୍ଷରୁ ଗଠିତ...

Advertisement
Archives

Model This Week