ନିଶା ବେପାରୀଙ୍କୁ କଠୋର ଦଣ୍ଡ ମିଳୁ: ହାଇକୋର୍ଟ

କଟକ ଅଫିସ,୨୧।୮: ଗତ ଦଶ ବର୍ଷ ଭିତରେ ଦେଶରେ ନିଶା ବେପାର ବହୁଗୁଣରେ ବଢ଼ିଯାଇଛି। ନିଶା କାରବାରକୁ ରୋକିବା ପାଇଁ ଏନ୍‌ଡିପିଏସ୍‌ ଆକ୍ଟ ରହିଛି। ତଥାପି ନିଶା ମାଫିଆମାନେ ଖସି ଯାଉଛନ୍ତି। ଏଣୁ ନିଶା କାରବାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ ଆଇନ୍‌ ଅନୁଯାୟୀ କଠୋରରୁ କଠୋରରୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ହାଇକୋର୍ଟ ପ୍ରକାଶ କରିଛନ୍ତି। ଜଣେ ଅଭିଯୁକ୍ତଙ୍କ ଜାମିନ୍‌ର ଶୁଣାଣି ବେଳେ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଉପରୋକ୍ତ ରାୟ ଦେଇଛନ୍ତି।
ବଲାଙ୍ଗୀର ସଦର ଥାନା ପୋଲିସ ନିଶା କାରବାର ଅଭିଯୋଗରେ ବିକାଶ ଦୁରିଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆକ୍ଟର ଧାରା ୨୧(ସି) ଏବଂ ୨୯ରେ ମାମଲା ରହିଛି। ବଲାଙ୍ଗୀର ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ କୋର୍ଟରେ ଏହି ମାମଲା ବିଚରାଧୀନ ଥିବାବେଳେ ସେ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିଥିବାରୁ ବିକାଶଙ୍କୁ ମଧ୍ୟ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ନିଶା ଚାଲାଣ ଓ ବେପାର ବର୍ତ୍ତମାନ ସାମାଜିକ ବ୍ୟାଧିରେ ପରିଣତ ହେଲାଣି। ଯୁବପିଢ଼ିଙ୍କ ମଧ୍ୟରେ ଏହା ହିଂସ୍ର ଆଚରଣ ବଢ଼ାଉଛି। ନିଶା ଦ୍ରବ୍ୟ ଉପତ୍ାଦନ, କାରବାର, ଚାଲାଣ, ବ୍ୟବହାର, ବିକ୍ରି, ଆମଦାନୀ ଆଦି ରୋକିବା ଲକ୍ଷ୍ୟ ନେଇ ଏନ୍‌ଡିପିଏସ୍‌ ଆକ୍ଟ କାର୍ଯ୍ୟକାରୀ କରାଯାଇଥିଲା। ହେଲେ ସମସ୍ତ ସୀମା ସରହଦକୁ ଟପି ବର୍ତ୍ତମାନ ନିଶା କାରବାର ବହୁ ପରିମାଣରେ ବଢ଼ିଯାଇଛି। କାଶ ଓ ଯନ୍ତ୍ରଣା ଉପଶମ କରୁଥିବା ଭଳି ଅନେକ ଔଷଧ ଯଥା କଫ୍‌ଶିରପ୍‌ରେ ସାମାନ୍ୟ ମାଦକ ଅଂଶ ରହୁଛି। ହେଲେ ଏହି ଔଷଧକୁ ମଧ୍ୟ ନିଶା ପାଇଁ ବ୍ୟବହାର କରାଯାଉଛି। ଏନ୍‌ଡିପିଏସ୍‌ ଆକ୍ଟ କାର୍ଯ୍ୟକାରୀ ହେଉଥିବା ସତ୍ତ୍ବେ ଅନେକ ମାମଲାରେ ଦୋଷୀମାନେ ଖସି ଯାଉଛନ୍ତି। ଏଣୁ ନିଶା କାରବାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri