ସରିଲା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଡ୍ରୋନ୍‌ ସର୍ଭେ

ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ ଡ୍ରୋନ୍‌ ଟେକ୍‌ ଏବଂ ଆନାଲିଟିକ୍ସ କମ୍ପାନୀ ‘ଆଇଜି ଡ୍ରୋନ୍‌ସ’ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ତଥା ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦରର ଡ୍ରୋନ୍‌ ସର୍ଭେ କାର୍ଯ୍ୟ ନିକଟରେ ଶେଷ ହୋଇଛି। ଏପରିକି ଆଇଜି ଡ୍ରୋନ୍‌ସ ଏହି ସର୍ଭେ କାର୍ଯ୍ୟ ଗତ ୨ମାସରେ ସମ୍ପୂର୍ଣ୍ଣ କରିଥିଲା। ସେହିଭଳି ହାଇଟେକ୍‌ ଡ୍ରୋନ୍‌ଗୁଡିକ ଜରିଆରେ କମ୍ପାନୀ ଏହି ପ୍ରକଳ୍ପର ସର୍ବେକ୍ଷଣ କରିଥିଲାବେଳେ ଏହା ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାରେ ବେଶ୍‌ ସହାୟକ ହେବ ବୋଲି କୁହାଯାଉଛି। ଅପରପକ୍ଷରେ କମ୍ପାନୀ ବିମାନବନ୍ଦର କାର୍ଯ୍ୟର ବିଦ୍ୟମାନ ପ୍ରଗତିକୁ ନିୟମିତ ତଦାରଖ କରିବା ପାଇଁ ଘରୋଇ ଭାବେ ବିକଶିତ ଡ୍ରୋନ୍‌ଗୁଡିକର ଉପଯୋଗ କରିବ। ଏପରିକି ଏହି ଡ୍ରୋନ୍‌ଗୁଡିକରେ ହାଇ ରିଜୋଲ୍ୟୁଶନ ଇମେଜ, ଭିଡିଓ ଓ ଅତିରିକ୍ତ ଡାଟା ହାସଲ କରିବା ପାଇଁ ଆଡଭାନ୍ସଡ୍‌ ସେନ୍ସର ସାମିଲ ରହିଛି। ଏହି ଡାଟାକୁ କମ୍ପାନୀର ନିଜସ୍ବ ସଫ୍ଟୱେର ଆଇଜି ୱାନ୍‌ ମାଧ୍ୟମରେ ପ୍ରୋସେସ୍‌ କରାଯିବ, ଯାହା ଗଭୀର ବୈଷୟିକ ତଥ୍ୟ ଓ ରିଅଲ-ଟାଇମ ପ୍ରୋଜେକ୍ଟ ଟ୍ରାକିଂ ପ୍ରଦାନ କରିବ।

ଏ ସମ୍ପର୍କରେ ଆଇଜି ଡ୍ରୋନ୍‌ସର ପ୍ରତିଷ୍ଠାତା ତଥା ସିଇଓ ବୋଧିସତ୍ୱା ସଂଘପ୍ରିୟା କହିଛନ୍ତି, ଓଡ଼ିଶାର ଏକ ଅଗ୍ରଣୀ ଟେକ୍‌ କମ୍ପାନୀ ଭାବେ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପ୍ରକଳ୍ପର ସର୍ଭେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଥିଲାବେଳେ ସରକାରଙ୍କଠାରୁ କଣ୍ଟ୍ରାକ୍ଟ ପାଇବା ପରେ ଆମେ ତତ୍‌କ୍ଷଣାତ ଆମର ହାଇଟେକ୍‌ ଡ୍ରୋନ୍‌ ଟେକ୍ନୋଲୋଜି ସହ କାର୍ଯ୍ୟ ଆରମ୍ଭ କରିଥିଲୁ। ଏପରିକି ଆମର ଟିମ୍‌ ମ୍ୟାପିଂ ଓ ସର୍ଭେ କାର୍ଯ୍ୟରେ ନିଜର ସମସ୍ତ ପ୍ରୟାସ ବିନିଯୋଗ କରିଥିଲାବେଳେ ଆମେ ଏହି ପ୍ରକଳ୍ପ ପାଇଁ ୧୦ ଟି ଡ୍ରୋନ ନିୟୋଜିତ କରିଥିଲୁ। ସେହିଭଳି ଆମେ ଅତୀତରେ ମେଟ୍ରୋ ରେଲ୍‌, ବୁଲେଟ ଟ୍ରେନ ଓ ଖଣ ପ୍ରକଳ୍ପ ଭଳି ଅନେକ ପ୍ରକଳ୍ପର ସର୍ଭେ କରିଛୁ ଏବଂ ଏହି ପ୍ରକଳ୍ପ ଆମର ଆଉ ଏକ ସଫଳତା ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ କମ୍ପାନୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ଅନୁପ୍ରାଣିତ ଆଇଜି ଡ୍ରୋନ୍‌ସ ଜଗାର ଶୁଭାରମ୍ଭ କରିଛି, ଯାହାକି ସୁରକ୍ଷା, ପ୍ରତିରକ୍ଷା, କୃଷି, ଭିତ୍ତିଭୂମି କ୍ଷେତ୍ରର ତଦାରଖରେ ସଫଳତା ହାସଲ କରିଥିବା ଅତ୍ୟାଧୁନିକ ସର୍ଭେଲାନ୍ସ ଡ୍ରୋନ୍‌ । ହାଇ ରିଜୋଲ୍ୟୁଶନ କ୍ୟାମେରା ଓ ଆଡ୍‌ଭାନ୍ସଡ ସେନ୍ସରେ ସୁସଜ୍ଜିତ ଏହାର ମଜଭୁତ ଡିଜାଇନ ଠିକ୍‌ ଡାଟା ସଂଗ୍ରହ ଓ ବାସ୍ତବ ସମୟର ନିରୀକ୍ଷଣ ସୁନିଶ୍ଚିତ କରିଥାଏ। ଉଦ୍ଭାବନ ସହ ନିର୍ଭରଯୋଗ୍ୟକୁ ଏକତ୍ରିତକରି ଏହା ଅତୁଳନୀୟ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?