ବୁଲାଗୋରୁଙ୍କ କବ୍‌ଜାରେ କଟକ-ଚାନ୍ଦବାଲି ରାସ୍ତା

ଆଳି,୧୨ା୫(ଡି.ଏନ.ଏ.): କଟକ-ଚାନ୍ଦବାଲି ରାସ୍ତାର ବିଭିନ୍ନ ଛକ ଏବେ ବୁଲାଗୋରୁଙ୍କ କବ୍‌ଜାରେ। ଏହି ଛକ ସ୍ଥାନଗୁଡିକରେ ମାଳମାଳ ବୁଲାଗୋରୁଙ୍କ ଅବାଧ ଚଳପ୍ରଚଳ ଯୋଗୁ ଗାଡି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ପ୍ରବେଶପଥ ପତ୍ରପୁର ସେତୁ ନିକଟରୁ ଗଡ଼ଗଡି ସେତୁ ପର୍ଯ୍ୟନ୍ତ ରାସ୍ତାର ପତ୍ରପୁର, ସିଙ୍ଗିରିବଜାର, ଚଣ୍ଡୀବଜାର, ନିଆଳହାଟ, ଡାକବଙ୍ଗଳା ଛକ, ଆଳି ନୂଆବଜାର, ମିଲ୍‌ ବଜାର, ବାଳକାଟି ଛକ ଏବେ ମାଳମାଳ ବୁଲାଗୋରୁଙ୍କ ଯୋଗୁ ରାସ୍ତା ଜାମ ହୋଇଯାଉଛି। ବୁଲା ଗୋରୁ ବିଲରୁ ଚରିବୁଲି ସିଧାସଳଖ ରାଜରାସ୍ତାକୁ ଚାଲି ଆସୁଛନ୍ତି। ରାସ୍ତାରେ ଲଢେଇ କରି ବା ସହ ଶୋଇ ରହୁଛନ୍ତି। ଗୋରୁ ରାସ୍ତାରେ ଶୋଇ ରହୁଥିବାରୁ ଯାନବାହନ ଚଲାଇବା କଷ୍ଟକର ହୋଇପଡିଛି। ଏପରି କି ଅନେକ ଚାରିଚକିଆ ବାହନ ଅନେକ ସମୟ ଧରି ରାସ୍ତାରେ ଅଟକି ରହୁଛନ୍ତି।
ଏହି ରାସ୍ତାଟି ସବୁ ସମୟରେ ଚଳଚଞ୍ଚଳ ରହିଥାଏ। ଏହି ରାସ୍ତାରେ ଦୈନିକ ହଜାର ହଜାର ଯାନବାହନ ଚଳାଚଳ କରିଥାଏ। ଦୁଇଚକିଆଠାରୁ ଆରମ୍ଭ କରି ମାଲବାହୀ ଗାଡି ଦୈନିକ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ବିଭିନ୍ନ ଛକରେ ବୁଲା ଗୋରୁଙ୍କ ଅବାଧ ଚଳପ୍ରଚଳ ଗାଡି ଚାଳକମାନଙ୍କ ପାଇଁ କାଳ ସାଜିଛି। କେତେବେଳେ ଗାଡି ଦୁର୍ଘଟଣାରେ ଗୋରୁ ଆହତ ହେଉଛନ୍ତି ତ କେତେବେଳେ ଗାଡି ଚାଳକ ଆହତ ହେଉଥିବା ଦେଖିବାକୁ ମିଳୁଛି। ହେଲେ ବ୍ଲକ ପ୍ରଶାସନ କି ପୋଲିସ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଗୋରୁ ମାଲିକମାନେ ମଧ୍ୟ ସଚେତନ ହେଉନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସଚେତନତା ଓ କାଞ୍ଜିଆହୁଦା କରି ଗୋରୁଙ୍କୁ ଅଟକ ରଖାଗଲେ ମାଲିକମାନଙ୍କ ଚେତା ପଶିବ। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri