Posted inଜାତୀୟ

ଡ୍ରାଇଭର ଢୁଳାଉଥିଲେ ସତର୍କ କରାଇବ

ନୂଆଦିଲ୍ଲୀ,୧୧ା୯(ପି.ଟି.) : ଟ୍ରେନ୍‌ ଚଳାଉଥିବାବେଳେ ଡ୍ରାଇଭରଙ୍କ ଆଖିପତା ଲାଗିଗଲେ, ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭିତ୍ତିକ ଡିଭାଇସ୍‌ ଏହାକୁ ଚିହ୍ନଟ କରି ତାଙ୍କୁ ଟ୍ରେନ୍‌ ଅଟକାଇବା ପାଇଁ ସତର୍କ କରାଇଦେବ। ଉତ୍ତରପୂର୍ବ ଫ୍ରଣ୍ଟିୟର ରେଲଓ୍ବେ (ଏନ୍‌ଏଫ୍‌ଆର୍‌) ଏଭଳି ଏକ ଡିଭାଇସ୍‌ ବିକଶିତ କରୁଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ଡ୍ରାଇଭରଙ୍କ ଆଖିପତା ଲାଗୁଥିଲେ ସେମାନଙ୍କୁ ସତର୍କ କରାଇବା ନିମନ୍ତେ ଏକ ଉପକରଣ ବିକଶିତ କରିବାକୁ ରେଲ୍‌ଓ୍ବେ ବୋର୍ଡ ଗତ ଜୁନ୍‌ରେ ଏନ୍‌ଏଫ୍‌ଆର୍‌କୁ କହିଥିଲା। ରେଲଓ୍ବେ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ୍‌ (ଆର୍‌ଡିଏଏସ୍‌) ନାମକ ଏହି ଉପକରଣ କେବଳ ସତର୍କ କରାଇବ ତାହା ନୁହେଁ, ଯଦି ଡ୍ରାଇଭର ସତର୍କତା ହରାଇଥାନ୍ତି, ତେବେ ଏହା ଜରୁରୀ ବ୍ରେକ୍‌ର ଉପଯୋଗ କରିପାରିବ। ଜରୁରୀ ବ୍ରେକ୍‌ ଚାପିବା ପାଇଁ ଆର୍‌ଡିଏଏସ୍‌କୁ ଏକ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ୍‌ ସହ ସଂଯୋଗ କରାଯିବ।

ଉକ୍ତ ଡିଭାଇସ୍‌ ଏବେ ବିକାଶ ପର୍ଯ୍ୟାୟରେ ରହିଥିବାବେଳେ ଏହା ଯେପରି ଉପଯୁକ୍ତ ଭାବେ କାର୍ଯ୍ୟ କରିବ, ତାହା ସୁନିଶ୍ଚିତ କରିବା ଲାଗି ପରୀକ୍ଷା ନିରୀକ୍ଷା ଜାରି ରହିଛି। ଆଉ କିଛି ସପ୍ତାହ ମଧ୍ୟରେ ଏହା ବ୍ୟବହାର ଲାଗି ପ୍ରସ୍ତୁତ ହୋଇଯିବ ବୋଲି ଏନ୍‌ଏଫ୍‌ଆରର ବୈଷୟିକ ଟିମ୍‌ କହିଛି। ଆର୍‌ଡିଏଏସ୍‌ ପ୍ରସ୍ତୁତ ହୋଇଗଲେ, ଏହାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ପ୍ରଥମେ ୨୦ଟି ମାଲ୍‌ଗାଡ଼ି ଇଞ୍ଜିନ୍‌ ଏବଂ ଯାତ୍ରୀବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri