ଗାଡ଼ି ଛିଡ଼ା କରି ଚକା ଯାଞ୍ଚ୍‌ କରୁଥିଲେ ଡ୍ରାଇଭର୍‌, ପଛପଟୁ ପିଟିଲା ଟ୍ରକ୍‌: ଆଉ ତା’ପରେ…

କେନ୍ଦୁଝର,୨୦।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଫାଣ୍ଡି ଅଧୀନ ଝୁମ୍ପୁରା ବାଇପାସ ଟାଙ୍ଗରାଣୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ୧୪ ଚକିଆ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଚାଳକ ନିଜେ ମାଲିକ ବୋଲି ଜଣାପଡିଛି ତେବେ ତାଙ୍କ ପରିଚୟ ଜଣାପଡୁନାହିଁ।

ଆଜି ସକାଳ ପ୍ରାୟ ୭ଟା ସମୟରେବେଳେ ରିମିଳିପଟୁ କେନ୍ଦୁଝର ଅଭିମୁଖେ ଆସୁଥିବାବେଳେ (ଓଡ଼ି ୩୪, ୟୁ/ ୬୭୦୯) ଚକ ଜାମ ହୋଇ ଯାଇଥିବାରୁ ସେ ଗାଡିଛିଡା କରି ଓହ୍ଲାଇ ଯାଞ୍ଚ କରିଥିଲେ। ଏହି ସମୟରେ ପଛପଟୁ କ୍ଷୀପ୍ର ଗତିରେ ଅନ୍ୟ ଏକ ୧୪ ଚକିଆ ଟ୍ରକ (ଡବ୍ଲ୍ୟୁ ବି ୪୫/୭୭୫୭) ଧକ୍କା ଦେଇଥିଲା। ଫଳରେ ତାଙ୍କ ଉପରେ ଟ୍ରକଟି ମାଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଗୁରୁତର ଭାବେ ଫସି ଯାଇଥିଲେ। ପଳାସପଙ୍ଗା ଫାଣ୍ଡି ଅଧିକାରୀ ମାନସ ରଞ୍ଜନ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଓ ଦମକଳ ବାହିନୀଙ୍କ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି କାରଣରୁ ଗୋଟିଏ ପାର୍ଶ୍ୱ ରାସ୍ତାରେ ଗାଡ଼ି ଚଳାଚଳ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଥିଲା। ପୋଲିସ ଆହତ ଡ଼୍ରାଇଭରଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ମେଡିକାଲ ପଠେଇଥିବାବେଳେ ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ପୋଲିସ ମୃତ ଓ ଆହତ ଙ୍କ ଚିହ୍ନଟ ପାଇଁ ପଦକ୍ଷେପ ନେଇଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri