୧୦ ଲକ୍ଷ ଟଙ୍କାର ଫୋନ୍‌ ପାଇ ଫେରାଇଦେଲେ ଡ୍ରାଇଭର

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାସ୍ତା କଡ଼ରୁ ୧୦ ଲକ୍ଷ ଟଙ୍କାର ମୋବାଇଲ ଫୋନ ଏବଂ ଆସୋସରିଜ ପାଇ ଫେରାଇଦେଲେ ଡ୍ରାଇଭର।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଏକ୍ସପ୍ରେସ୍‌ କୋରିୟର ନାମକ ଏକ ସଂସ୍ଥା ବଲାଙ୍ଗୀରର ଏକ ଡିଷ୍ଟ୍ରିବ୍ୟୁଟର ପାଖକୁ ବସ୍‌ ଯୋଗେ ୧୧ଟି ପେଟି ମୋବାଇଲ ପଠାଇଥିଲେ । ହେଲେ ଏହି ପେଟି ଦଶପଲ୍ଲା ଆଗକୁ ବାଣୀଗୋଛା ଘାଟି ଉପରେ ଖସି ପଡିଥିଲା। ତେବେ ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍‌ର ଦୁଇ ଜଣ ଚାଳକ କାର୍ତ୍ତୀକ ବରାଡ଼ ଏବଂ ପ୍ରୀତିରଞ୍ଜନ ପ୍ରଧାନ ରାସ୍ତାରେ ପେଟି ପଡ଼ିଥିବା ଦେଖି ଥିଲେ । ପେଟି ଖୋଲିଲା ବେଳକୁ ସେଥିରେ ସିଲ୍‌ ଖୋଲା ହୋଇ ନ ଥିବା ବ୍ରାଣ୍ଡେଡ଼ ମୋବାଇଲ ଫୋନ ଥିବା ଦେଖିବାକୁ ପାଇଥିଲେ । ଉଭୟ କାର୍ତ୍ତିକ ଏବଂ ପ୍ରୀତି ଘଟଣା ସମ୍ପର୍କରେ ବସ୍‌ ମାଲିକଙ୍କୁ କହିଥିଲେ । ବସ୍‌ ମାଲିକ ସମ୍ପୃକ୍ତ କୋରିୟର ସଂସ୍ଥାର କର୍ମକର୍ତ୍ତାଙ୍କ ସହ କଥା ହୋଇ ୧୦ ଲକ୍ଷ ଟଙ୍କାର ସ୍ମାର୍ଟ ଫୋନ ଏବଂ ବିଭିନ୍ନ ଜିନିଷ ଫେରାଇ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ସମସ୍ତ ସମ୍ବଳ ବିନିଯୋଗ କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୭(ବ୍ୟୁରୋ): ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହା ହେଉଛି ଆମର ମୂଳମନ୍ତ୍ର। ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା ନିଶ୍ଚିତ କରିବା ଲାଗି ରାଜ୍ୟ ସରକାର ସମସ୍ତ ଉପଲବ୍ଧ ସମ୍ବଳକୁ...

‘ରବି ଧାନ ସଂଗ୍ରହ ଉପରେ ସରକାରଙ୍କ ଗୁରୁତ୍ୱ’

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ବଳବତ୍ତର ରହିଛି। ଏହି ଦୃଷ୍ଟିରୁ ରାଜ୍ୟରେ ଲୋକମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ...

୩ ମାସର ରୋଡ ଟ୍ୟାକ୍ସ ଛାଡ

ଭୁବନେଶ୍ୱର,୨୯ା୫,(ବ୍ୟୁରୋ)-କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି। ୨୦୨୦ ଏପ୍ରିଲ ମାସରୁ ଜୁନ ଯାଏଁ ରୋଡ ଟ୍ୟାକ୍ସ...

ପରିବର୍ତ୍ତିତ ମାର୍ଗରେ ଚାଲିବ ପୁରୁଷୋତ୍ତମ ଏକ୍ସପ୍ରେସ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ (୧୨୮୦୧-୧୨୮୦୨) ଆସନ୍ତା ଡିସେମ୍ବର ୫ ଓ ୬ରେ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ମୋଗଲସରାଇ ରେଳ ମଣ୍ଡଳର ବାବୁଆ ଷ୍ଟେଶନରେ...

ବିଧାନସଭା ପ୍ରଶ୍ନୋତ୍ତର: ସରକାରୀ କର୍ମଚାରୀଙ୍କ ଦରମା, ପେନ୍‌ସନ ୩୮,୮୦୦ କୋଟି

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ସରକାରୀ କର୍ମଚାରୀଙ୍କ ଦରମା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ୩୮ ହଜାର ୮୦୦ କୋଟି ଟଙ୍କା...

ଅସହ୍ୟ ତାତି, ଖାଁ ଖାଁ ଭଦ୍ରକ ସହର

ଭଦ୍ରକ ଅଫିସ, ୨୯ ।୪ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୧୦ଟା ପରେ...

ଏପ୍ରିଲ ୧ରେ ଲକ୍ଷେ ପ୍ରେରଣା ଗ୍ରୀନ୍‌ ଆର୍ମିଙ୍କ ସମାବେଶ

ବେଗୁନିଆ, ୧୩ା୨(ଡି.ଏନ୍‌.ଏ): ବିପ୍ଲବର ମାଟି ଖୋର୍ଦ୍ଧା। ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ। ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, କ୍ଲାଇମେଟ ଚେଞ୍ଜ,...

‘ଯାହା ପ୍ରତିଶ୍ରୁତି ଦେଇଛ ପାଳିବ’

ଭୁବନେଶ୍ବର,୮ା୧୨(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ସୋମବାର ଶେଷ ହୋଇଥିବା ବେଳେ ଗୁରୁବାର ଏହାର ଫଳାଫଳ ପ୍ରକାଶ ପାଇବ। ତେବେ ଏହି ଉପନିର୍ବାଚନରେ ବିଜୟୀ ହେବା ଲାଗି ଉଭୟ...

Advertisement
Archives

Model This Week