ଏସ୍‌ପିଙ୍କୁ ଘେରିଲେ ଅଭିଯୋଗକାରୀ

ଢେଙ୍କାନାଳ ଅଫିସ, ୨୫ ।୧ ଢେଙ୍କାନାଳ ସଦର ଥାନା ହରେକୃଷ୍ଣପୁର ଗ୍ରାମର ଲିସାରାଣୀ ନାୟକଙ୍କ ମୃତ୍ୟୁ ଅଦ୍ୟାବଧି ରହସ୍ୟଘେରରେ ରହିଛି। ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବାବେଳେ ଝିଅଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ବାପା ଆନନ୍ଦ ଚରଣ ଦେହୁରୀ ଅଭିଯୋଗ କରିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସୋମବାର ଆନନ୍ଦ ଚରଣ ଏବଂ ହରେକୃଷ୍ଣପୁର ଗ୍ରାମବାସୀ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଏହି ସମୟରେ ଜିଲା କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଫେରୁଥିବା ଏସ୍‌ପିଙ୍କ ଗାଡ଼ିକୁ ଅଭିଯୋଗକାରୀମାନେ ଅଟକାଇଥିଲେ। କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଅଭିଯୋଗ କରିବାକୁ ଏସ୍‌ପି କହିବା ପରେ ଆନ୍ଦୋଳନକାରୀମାନେ ଗାଡ଼ି ଆଗରୁ ହଟିଥିଲେ।
ଗତ ୨୦ ତାରିଖରେ ଲିସାରାଣୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ସୂଚନା ପାଇ ବାଇକ୍‌ରେ ଘରକୁ ଆସୁଥିବା ବେଳେ ଗଁଦିଆ ଥାନା ବିଶ୍ୱନାଥପୁର ନିକଟରେ ସ୍ବାମୀ ଦିଲୀପ ନାୟକଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆନନ୍ଦ ଚରଣଙ୍କ ଅଭିଯୋଗ ଅନୁଯାୟୀ, ୬ମାସ ତଳେ ଦିଲୀପଙ୍କ ସହ ଝିଅ ଲିସାରାଣୀଙ୍କ ବିବାହ ହୋଇଥିଲା। ତେବେ ଏଥିରେ ଦିଲୀପଙ୍କ ପରିବାର ଲୋକଙ୍କ ସହମତି ନ ଥିଲା। ଏହି କାରଣରୁ ଶାଶୁଘରେ ଲିସାରାଣୀଙ୍କୁ ନିର୍ଯାତନା ଦିଆଯାଉଥିଲା। ଏହାକୁ ନେଇ ଝିଅଜ୍ୱାଇଁ ଚାପରେ ଥିଲେ। ଲିସାଙ୍କ ମୃତଦେହରେ କ୍ଷତ ଚିହ୍ନ ରହିଥିଲା। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି। ଏହାର ବିଧିବଦ୍ଧ ଭାବେ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ହରେକୃଷ୍ଣପୁର ଗ୍ରାମର ସନାତନ ବେହେରା, କୃତ୍ତିବାସ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ସନ୍ତୋଷ ରାଜ, ଅଭୟ ସାହୁ, ତ୍ରିନାଥ ପ୍ରଧାନ ପ୍ରମୁଖ ଏସ୍‌ପିଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ପି ଲୋଗାନୟାଗି ଦିବ୍ୟା ଭି. କୁହନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ମିଳିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଗଠନ ହେବ ସତନ୍ତ୍ର ପାଣ୍ଠି

ଭୁବନେଶ୍ୱର ୨୭।୫(ବ୍ୟୁରୋ): ଏଣିକି ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ସତନ୍ତ୍ର ପାଣ୍ଠି ଗଠନ ହେବ। ଏହି ପାଣ୍ଠି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ। କୌଣସି...

୪୫ ଆପ୍‌ ହଟାଇବାକୁ ଗୁଗଲ୍‌କୁ ଚିଠି ଲେଖିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଗ୍ରାହକଙ୍କୁ ବିଭିନ୍ନ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଠକି ନିଆଯାଉଛି। ନିକଟରେ କୋକୋ...

‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ...

ତଦନ୍ତରେ ବଳ ଲଗାଇଥିଲେ ଭଲ ହୋଇଥାଆନ୍ତା: ଜୟନାରାୟଣ

ଭୁବନେଶ୍ବର, ୧ା୩(ବ୍ୟୁରୋ): ବିଧାନସଭାରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର...

ପୋଲିସ ଉପରକୁ ଗୁଳିମାଡ଼

ଦେବଗଡ଼,୧୩।୧୦(ଡି.ଏନ.ଏ): ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ।...

ଏମିତି କ’ଣ ହେଲା ବରକୁ ବନ୍ଧକ ରଖିଲେ କନ୍ୟାଘର ଗ୍ରାମବାସୀ

ବୌଦ୍ଧ,୨୮ା୨: ବରଯାତ୍ରୀଙ୍କ ମଧ୍ୟରୁ କେତେଜଣ ଯୁବକଙ୍କ ଦୁର୍ବ୍ୟବହାର ପାଇଁ ଶେଷରେ ବନ୍ଧକ ରହିଲେ ବର। ଏଭଳି ଅଭିଯୋଗ ପାଇ ବୌଦ୍ଧ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ...

ମହାପ୍ରଭୁଙ୍କ ବାହୁଡ଼ା: ସିଂହଦ୍ୱାର ସମ୍ମୁଖରେ ତିନି ରଥ

ପୁରୀ ଅଫିସ,୯।୭: ବାହୁଡ଼ିଲେ ତିନିଠାକୁର। ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ। ଶନିବାର ସନ୍ଧ୍ୟାରେ ମାଉସୀ ମା’ଙ୍କ ପାଖରୁ ପୋଡ଼ପିଠା ଖାଇ...

ପଜିଟିଭ୍‌ କଏଦୀଙ୍କୁ ଜେଲ ମନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଏଣିକି ପଜିଟିଭ୍‌ କଏଦୀଙ୍କୁ ଜେଲ୍‌ ମନା। ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଏଦୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଜେଲ୍‌ ବିଭାଗ...

Advertisement
Archives

Model This Week