ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲା: କୋର୍ଟରେ ହାଜର ହୋଇ ବୟାନ ରଖିଲେ ତଦନ୍ତକାରୀ ଅଧିକାରୀ

ବ୍ରହ୍ମପୁର,୧୯।୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମାଙ୍କ କୋର୍ଟରେ ବହୁ ଚର୍ଚ୍ଚିତ ଗାଡ଼ି ଡ୍ରାଇଭର ହତ୍ୟା ମାମଲାର ବିଚାର ଆରମ୍ଭ ହୋଇଛି। ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଦିଗପହଣ୍ଡି ଥାନା ଏସ୍‌ଆଇ ଦେବାଶିଷ ମହାନ୍ତି ଗୁରୁବାର କୋର୍ଟରେ ହାଜର ହୋଇ ନିଜ ବୟାନ ରଖିଛନ୍ତି। ଯାହାକି କୋର୍ଟରେ ରେକର୍ଡ କରାଯାଇଛି। ପୂର୍ବରୁ ଏହି ମାମଲାରେ କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିବା ତତ୍କାଳୀନ ଦିଗପହଣ୍ଡି ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ ହାଜର ହୋଇ ୧୮ତମ ସାକ୍ଷୀ ଭାବେ ନିଜ ବୟାନ ଦେଇସାରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖ ପାଇଁ କୋର୍ଟ ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି।

ମାମଲାର ବିବରଣୀରୁ ପ୍ରକାଶ, ୨୦୧୬ରେ ଦିଗପହଣ୍ଡି ଥାନା ଅଧୀନ ଅନଙ୍ଗପୁର ଗ୍ରାମର ଆର୍‌. ସୁନୀଲ ରେଡ୍ଡୀଙ୍କୁ ୨ଜଣ ଅଜଣା ଯୁବକ ସାକ୍ଷାତ୍‌ କରିଥିଲେ। ଜଣେ ଅଫିସରଙ୍କ ବଦଳି ହୋଇଛି। ତାଙ୍କର ଆସବାବପତ୍ର ଭୁବନେଶ୍ୱର ନେବା ପାଇଁ ତାଙ୍କୁ କହିଥିଲେ। ପରେ ସୁନୀଲ ନିଜ ପିକ୍‌ଅପ୍‌ ଭ୍ୟାନ୍‌ ଧରି ସେମାନେ କହିଥିବା ଜାଗାକୁ ଯାଇଥିଲେ। ସେଠାରେ ଘରର କେତେକ ଆସବାବପତ୍ର ଉକ୍ତ ଗାଡ଼ିରେ ରଖିଥିଲେ। ସେମାନେ ଉକ୍ତ ଗାଡି ନେଇ ଜତୀୟ ରାଜପଥ -୧୬ ପୁକୁଡିବନ୍ଧ ଜଙ୍କଶନ ନିକଟରେ ସୁନୀଲଙ୍କୁ ନିଶାଯୁକ୍ତ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ପରେ ସେ ଅଚେତ ହୋଇପଡିଥିଲେ। ସେମାନେ ଗାଡି ଧରି ଜାତୀୟ ରାଜପଥ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ। ଅନ୍ୟପକ୍ଷେ ଦୀର୍ଘଦିନ ଧରି ସୁନୀଲ ଘରକୁ ଫେରି ନ ଥିବା ବେଳେ ତାଙ୍କ ମୋବାଇଲ ସୁଇଚ୍‌ ଅଫ ରହିଥିଲା। ସୁନୀଲଙ୍କ ଭାଇ ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଜାତୀୟ ରାଜପଥ ଟୋଲଗେଟରେ ଲାଗିଥିବା ସିସି ଟିଭି ଫୁଟେଜ ଓ ସୁନୀଲଙ୍କ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଅନୁଗୋଳର ଲୋକନାଥ ପ୍ରଧାନ ଓରଫ ପାଣ୍ଡା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଲୋକନାଥଙ୍କୁ ଜେରା ବେଳେ ସେମାନେ ସୁନୀଲଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଅଚେତ ପରେ ତାଙ୍କୁ ହୁମା ନିକଟ ଏକ କଲଭର୍ଟ ପାଖରେ ହତ୍ୟା କରି ଫୋପାଡ଼ି ଦେଇଥିଲେ। ପରେ ଅଭିଯୁକ୍ତମାନେ ଗାଡ଼ି ଧରି ଚମ୍ପଟ ମାରିଥିଲେ ବୋଲି ସ୍ବୀକାର କରିଥିଲେ। ଲୋକନାଥ ଗିରଫ ପରଠାରୁ ଏଯାବତ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭାବେ ଜ୍ଞାନ ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ଗଢ଼ିବା ପାଇଁ ଭୋଟରଙ୍କ ଆଶୀର୍ବାଦ କାମନା କଲେ ମୋହନ

କେନ୍ଦୁଝର,୧୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବସନ୍ତପୁର ପଞ୍ଚାୟତର ବିଭିନ୍ନ ଗାଁ ଏବଂ ସାହି ବୁଲି ମାରାଥନ ପ୍ରଚାର କରିଛନ୍ତି କେନ୍ଦୁଝର ସଦର...

ଧାରଣାରେ ବସିଲେ ସିକ୍ୟୁରିଟି କର୍ମଚାରୀ

ବଲାଙ୍ଗୀର,୧୧ା୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସିକ୍ୟୁରିଟିମାନେ ବର୍ଦ୍ଧିତ ଦରମା ଓ ଦରମା ସ୍ଲିପ୍‌ ଦାବିରେ ଶନିବାର ହସ୍ପିଟାଲ ପରିସରରେ ଧାରଣା...

ପ୍ରାର୍ଥୀଙ୍କ ପ୍ରଚାର ଶେଷ: ବୁଥ୍‌ ଅଭିମୁଖେ ପୋଲିଂ ଅଧିକାରୀ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଶନିବାର ଅପରାହ୍ନରେ ନିର୍ବାଚନ ନେଇ ସମସ୍ତ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର...

ବିଜେଡି ଛାଡ଼ିଲେ ସାଧୁ ନେପାକ

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ତଥା ସାଧୁ ନେପାକ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ...

ବରଗଡ଼ ଆସିବେ ମୁଖ୍ୟମନ୍ତ୍ରୀ, ରହିଛି ଏମିତି ସବୁ କାର୍ଯ୍ୟସୂଚୀ…

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ, ହେଲିକପ୍ଟର...

ବଜ୍ରପାତରେ ବିଲ ହିଡ଼ରେ ଟଳିପଡ଼ିଲେ ବୃଦ୍ଧ

ହାଟଡିହୀ,୧୧ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିବରେଇ ପଞ୍ଚାୟତ ସାରୁକୋଣା ଶାସନର ଦେହୁରୀ ସାହି ପଦୁ ପ୍ରଧାନ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି l...

ଚିତ୍ରକୋଣ୍ଡାରେ ବାବୁଶାନ, ଏଲିନାଙ୍କ ରୋଡ୍‌ ଶୋ’

ଚିତ୍ରକୋଣ୍ଡା,୧୧ା୫(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥିନୀ ଲଷ୍ମୀପ୍ରିୟା ନାୟକଙ୍କ ପାଇଁ ଓଲିଉଡ୍‌ ଷ୍ଟାର୍‌ ତଥା ଅଭିନେତା ବାବୁଶାନ ମହାନ୍ତି ଓ...

କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri