ଆଉ ୩ ସ୍ଥାନରେ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନର ସୁଫଳ ମିଳିବା ପରେ ଆଉ ୩ଟି ସ୍ଥାନରେ ଏଭଳି ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବ୍ୟବସ୍ଥା କରିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ପୋଖରୀପୁଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୬, ପଟିଆସ୍ଥିତ ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଓ ଖଣ୍ଡଗିରି ଓ୍ବାର୍ଡ ନଂ.୨୩ରେ ଥିବା କମ୍ୟୁନିଟି ସେଣ୍ଟର। ଏଠାରେ ଟିକାକରଣ ପାଇଁ ବୁଧବାର ରାତି ୭ଟାରୁ ବୁକିଂ ଆରମ୍ଭ ହୋଇଥିଲା। ଏହାର ମାତ୍ର କିଛି ସମୟ ଭିତରେ ସ୍ଲଟ୍‌ ଶେଷ ହୋଇଯାଇଥିଲା। ଏସବୁ ଟିକାକରଣ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବର୍ଗର ଏବଂ ୪୫ ଓ ଊଦ୍ଧର୍‌ବ ବୟସର ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଦିଆଯିବ। ସେହିଭଳି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪୫ ଓ ଊଦ୍ଧର୍‌ବ ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଦିଆଯିବ। ନୂଆ ସ୍ଲଟ୍‌ ୧୦ରୁ ୧୨ତାରିଖ ମଧ୍ୟରେ ମିଳିବ। ସେପଟେ ଭୁବନେଶ୍ୱରରେ ଗତ ୨୪ଘଣ୍ଟାରେ ୫୪୭ଜଣ ନୂଆ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୪୭ଜଣ ସ୍ଥାନୀୟ ଆକ୍ରାନ୍ତ ଥିବାବେଳେ ୧୦୦ଜଣ ହୋମ୍‌ କ୍ୱାରାଣ୍ଟାଇନରେ ଅଛନ୍ତି। ଫଳରେ ରାଜଧାନୀରେ ଏବେ ମୋଟ ସଂକ୍ରମଣ ୮୨,୧୧୭କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଲହର ଲାଗି ଯୋଜନାବଦ୍ଧ ଲଢ଼େଇ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୮।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଦ୍ୱିତୀୟ ଲହରର ତାଣ୍ଡବ ଦେଶରୁ ନ ଯାଉଣୁ ଏବେ ତୃତୀୟ ଲହର ଆସିବା ନେଇ ସତର୍କ ସୂଚନା...

କଫ ସିରପ କାରବାରରୁ ଅପହରଣ: ୧୧ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ, ୧୪।୧୨: ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରୁ କଫ ସିରପ୍‌ କାରବାରରୁ ଉପୁଜିଥିବା ବିବାଦରୁ ୩ଜଣଙ୍କୁ ଅପହରଣ ଓ ମୁଣ୍ଡଜାମିନ ରଖି ଟଙ୍କା ଦାବି...

ବର୍ଷା-ଅନୁଭବଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ ଅଫିସ,୧୧ା୯:ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଗୁରୁବାର କେତେଜଣ ମାନବାଧିକାର...

ଆଜିଠୁ ଓଜେଇଇ ଆବେଦନ

ଭୁବନେଶ୍ୱର, ୬ା୨(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୦ ପାଇଁ ଗୁରୁବାରଠାରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ।...

କୋଇଲା ବୋଝେଇ ପିକ୍‌ଅପ୍‌ ଜବତ: ଚାଳକ ଗିରଫ

ତିହିଡ଼ି, ୬।୯ (ଡି.ଏନ.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଗୋରୁହାଟ ନିକଟରୁ ଶୁକ୍ରବାର ତିହିଡ଼ି ଥାନା ପୋଲିସ କୋଇଲା ବେଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି।...

ରାଜ୍ୟରେ ବନ୍ଦ ହେବ ଓଏସ୍‌ଟିଏଫ୍‌

କଟକ ଅଫିସ, ୯ା୧: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ବନ୍ଦ ହେବାକୁ ଯାଉଛି। ଫେବୃୟାରୀ ମାସ ଅଧାରୁ ଏହି ଯୋଜନାକୁ ବନ୍ଦ କରାଯିବ। ଓଏସ୍‌ଟିଏଫ୍‌କୁ...

ମୋ ବସ୍‌କୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼: ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୬ା୧(ବ୍ୟୁରୋ):  ମୋ ବସ୍‌କୁ ବଳପୂର୍ବକ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ମହିଳା ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଯୁବକଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି।...

ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର, ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଏଣିକି ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର। ପିଲାଙ୍କୁ ଛାତ୍ରଜୀବନରୁ ସ୍ବଚ୍ଛତା ପାଇଁ ସଚେତନ କରାଇବା ଏବଂ ବିଦ୍ୟାଳୟରେ ସ୍ବଚ୍ଛ ପରିବେଶ ପାଇଁ ବିଦ୍ୟାଳୟ...

Advertisement


Archives

Model This Week

Why Dharitri