Posted inଜାତୀୟ

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା ମାଇନସକୁ ଖସି ଆସିଛି। ଫତେହପୁର ଶେଖାୱାଟିରେ ପ୍ରଥମ ଥର ପାଇଁ ତାପମାତ୍ରା ମାଇନସ ୫.୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଏଠାରେ ପିଇବା ପାଣି ବରଫରେ ପରିଣତ ହେବାରେ ଲାଗିଛି। ଜଳ ଯୋଗାଣ ପାଇପ୍‌ରେ ପାଣି ବରଫ ପାଲଟି ଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ଦିନରେ ଅଧିକ ଅଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବାର ସମ୍ଭାବନା ରହିଛି। ପାରିବ।

ରାଜଧାନୀ ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତର ବହୁ ଅଞ୍ଚଳରେ ଶୀତ ଲହର ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ନାଗପୁରରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଠାରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ ରହିଛି। ଉତ୍ତରକାଶୀର ପାହାଡ଼ିଆ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ଥିବା ହର୍ଷିଲ, ଝାଲା ସୁଖୀ ଟପ, ମୁଖୱା ଧରାଲି ଆଦି ଅଞ୍ଚଳରେ ସକାଳ ଓ ସାର ତାପମାତ୍ରା ମାଇନସ ଡିଗ୍ରୀ ତଳେ ପହଞ୍ଚିଛି। ରାଜସ୍ଥାନରେ ମନାଲି ପରି ପାଣିପାଗ ସୃଷ୍ଟି ହୋଇଛି।

ଏଠାରେ ଗଛ ଉପରେ ତୁଷାରପାତ ହେଉଛି। କ୍ଷେତରେ ଥିବା ଫସଲ ଉପରେ ବରଫର ଏକ ଆବରଣ ଦେଖିବାକୁ ମିଳୁଛି। ସିକରର ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛ।

ଏହାପୂର୍ବରୁ ୭ ବର୍ଷ ତଳେ ଶୀତଦିନରେ ୩୦ ଡିସେମ୍ବର ୨୦୧୪ରେ ଏଭଳି ତାପ ରେକର୍ଡ କରାଯାଇଥିଲା। ଯେତେବେଳେ ତାପମାତ୍ରା ମାଇନସ ୪.୬ ରେକର୍ଡ କରାଯାଇଥିଲା। କିନ୍ତୁ ଏଥର ତାପମାତ୍ରା ଆହୁରି କମିଛି। ଡିସେମ୍ବର ୧୭ରେ ତାପମାତ୍ରା ମାଇନସ ୧.୬ ଥିଲା। ସେହିପରି ଡିସେମ୍ବର ୧୮ରେ ମାଇନସ ୩.୮ ଥିବାବେଳେ ଡିସେମ୍ବର ୨୧ ସକାଳ ୭ଟା ୩୦ରେ ଏହା ମାଇନସ ୫.୨ ଛୁଇଁଛି।

ପ୍ରବଳ ଥଣ୍ଡା ଯୋଗୁ କୃଷକମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନେ ଫସଲ ପାଇଁ ଜଳସେଚନ କରି ପାରୁନାହାନ୍ତି। ଜଳ ଯୋଗାଣ ପାଇପଲାଇନରେ ପାଣି ମଧ୍ୟ ବରଫ ହୋଇଯାଇଛି। ଲଦାଖରେ ନଦୀର ଉପରସ୍ତର ଫ୍ରିଜ ହୋଇ ବରଫ ପାଲଟିଛି। ସବୁଠାରୁ ବଡ ସମସ୍ୟା କରିଛି ପାନୀୟ ଜଳ। ଏହା ବରଫ ପାଲଟି ଯିବାରୁ ଲୋକେ ଅସୁବିଧାରେ ପଡୁଛନ୍ତି।

ରନ୍ଧାରନ୍ଧି ପାଇଁ ତେଲକୁ ଗରମ କରିବା ଲାଗି ଅଧିକ ସମୟ ଲାଗୁଛି। ଜମ୍ମୁରେ ଶୀତ ଗତ ୨୩ ବର୍ଷର ରେକର୍ଡ ଭାଙ୍ଗିଛି। ସକାଳେ ଘନ କୁହୁଡ଼ି ଏବଂ ଥଣ୍ଡା ଯୋଗୁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଏଥିସହିତ ରେଳ ଏବଂ ସଡକ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ମଧ୍ୟପ୍ରଦେଶର ହୋଶଙ୍ଗାବାଦର ତାପମାତ୍ରା ୦.୫ ଡିଗ୍ରୀ ଛୁଇଁଛି। ପାଣିପାଗ ବିଜ୍ଞାନୀମାନେ ଆଗାମୀ ଦିନରେ ଅଧିକ ଥଣ୍ଡା ବିଷୟରେ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri