Posted inଜାତୀୟ

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା ମାଇନସକୁ ଖସି ଆସିଛି। ଫତେହପୁର ଶେଖାୱାଟିରେ ପ୍ରଥମ ଥର ପାଇଁ ତାପମାତ୍ରା ମାଇନସ ୫.୨ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଏଠାରେ ପିଇବା ପାଣି ବରଫରେ ପରିଣତ ହେବାରେ ଲାଗିଛି। ଜଳ ଯୋଗାଣ ପାଇପ୍‌ରେ ପାଣି ବରଫ ପାଲଟି ଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଆଗାମୀ ଦିନରେ ଅଧିକ ଅଧିକ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯିବାର ସମ୍ଭାବନା ରହିଛି। ପାରିବ।

ରାଜଧାନୀ ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତର ବହୁ ଅଞ୍ଚଳରେ ଶୀତ ଲହର ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ନାଗପୁରରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଏଠାରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ ରହିଛି। ଉତ୍ତରକାଶୀର ପାହାଡ଼ିଆ ଅଞ୍ଚଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ଥିବା ହର୍ଷିଲ, ଝାଲା ସୁଖୀ ଟପ, ମୁଖୱା ଧରାଲି ଆଦି ଅଞ୍ଚଳରେ ସକାଳ ଓ ସାର ତାପମାତ୍ରା ମାଇନସ ଡିଗ୍ରୀ ତଳେ ପହଞ୍ଚିଛି। ରାଜସ୍ଥାନରେ ମନାଲି ପରି ପାଣିପାଗ ସୃଷ୍ଟି ହୋଇଛି।

ଏଠାରେ ଗଛ ଉପରେ ତୁଷାରପାତ ହେଉଛି। କ୍ଷେତରେ ଥିବା ଫସଲ ଉପରେ ବରଫର ଏକ ଆବରଣ ଦେଖିବାକୁ ମିଳୁଛି। ସିକରର ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛ।

ଏହାପୂର୍ବରୁ ୭ ବର୍ଷ ତଳେ ଶୀତଦିନରେ ୩୦ ଡିସେମ୍ବର ୨୦୧୪ରେ ଏଭଳି ତାପ ରେକର୍ଡ କରାଯାଇଥିଲା। ଯେତେବେଳେ ତାପମାତ୍ରା ମାଇନସ ୪.୬ ରେକର୍ଡ କରାଯାଇଥିଲା। କିନ୍ତୁ ଏଥର ତାପମାତ୍ରା ଆହୁରି କମିଛି। ଡିସେମ୍ବର ୧୭ରେ ତାପମାତ୍ରା ମାଇନସ ୧.୬ ଥିଲା। ସେହିପରି ଡିସେମ୍ବର ୧୮ରେ ମାଇନସ ୩.୮ ଥିବାବେଳେ ଡିସେମ୍ବର ୨୧ ସକାଳ ୭ଟା ୩୦ରେ ଏହା ମାଇନସ ୫.୨ ଛୁଇଁଛି।

ପ୍ରବଳ ଥଣ୍ଡା ଯୋଗୁ କୃଷକମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନେ ଫସଲ ପାଇଁ ଜଳସେଚନ କରି ପାରୁନାହାନ୍ତି। ଜଳ ଯୋଗାଣ ପାଇପଲାଇନରେ ପାଣି ମଧ୍ୟ ବରଫ ହୋଇଯାଇଛି। ଲଦାଖରେ ନଦୀର ଉପରସ୍ତର ଫ୍ରିଜ ହୋଇ ବରଫ ପାଲଟିଛି। ସବୁଠାରୁ ବଡ ସମସ୍ୟା କରିଛି ପାନୀୟ ଜଳ। ଏହା ବରଫ ପାଲଟି ଯିବାରୁ ଲୋକେ ଅସୁବିଧାରେ ପଡୁଛନ୍ତି।

ରନ୍ଧାରନ୍ଧି ପାଇଁ ତେଲକୁ ଗରମ କରିବା ଲାଗି ଅଧିକ ସମୟ ଲାଗୁଛି। ଜମ୍ମୁରେ ଶୀତ ଗତ ୨୩ ବର୍ଷର ରେକର୍ଡ ଭାଙ୍ଗିଛି। ସକାଳେ ଘନ କୁହୁଡ଼ି ଏବଂ ଥଣ୍ଡା ଯୋଗୁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଏଥିସହିତ ରେଳ ଏବଂ ସଡକ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ମଧ୍ୟପ୍ରଦେଶର ହୋଶଙ୍ଗାବାଦର ତାପମାତ୍ରା ୦.୫ ଡିଗ୍ରୀ ଛୁଇଁଛି। ପାଣିପାଗ ବିଜ୍ଞାନୀମାନେ ଆଗାମୀ ଦିନରେ ଅଧିକ ଥଣ୍ଡା ବିଷୟରେ ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ଆମ୍ବୁଲାନ୍ସରେ ନିଆଁ ଲାଗିବା ଘଟଣା: ସାମ୍ନାକୁ ଆସିଲା ସତ, ସବୁ ବଖାଣିଲେ ଡ୍ରାଇଭର

ଉଦଳା,୧୦ା୧୦(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ଭିତରେ ଆମ୍ବୁଲାନ୍ସ ଅଗ୍ନିକାଣ୍ଡ ହେବା ପଛର ସତ ଆସିଲା ସାମ୍ନାକୁ। ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଏମଭିଆଇଙ୍କ ଆଗରେ ବଖାଣିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?