ପାନୀୟ ଜଳ ସମସ୍ୟା ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୧ା୩:ଖରା ପାଇଁ ନଦୀ ନାଳ ଶୁଖିଲା ପଡ଼ିଛି। ଅଚଳ ନଳକୂପର ମରାମତି ହେଉନାହିଁ। ଗ୍ରାମକୁ ଏବେ ବି ପାଇପ ଯୋଗେ ପାନୀୟ ପାଣି ଯୋଗାଇ ଦିଆଯାଇନାହିଁ। ଏପରି ବହୁ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସୋମବାର ଆୟୋଜିତ ପଲ୍ଲୀରେ ପ୍ରଶାସନ ଶିବିରରେ ପହଞ୍ଚତ୍ଛି। ଭୂଗର୍ଭ ଜଳ ଲୁଣିଆ ହେଉଥିବାରୁ ଜିଲାବାସୀ ପାଣିର ଅଭାବକୁ ନେଇ ଚିନ୍ତାରେ ଅଛନ୍ତି। ମହାକାଳପଡ଼ା ବ୍ଲକ ବଡ଼ଦାଣ୍ଡୁଆ ବ୍ଲକର ଗ୍ରାମବାସୀ ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗ୍ରାମର ପାନୀୟ ଜଳ ସମ୍ପର୍କରେ ଅଭିଯୋଗ କରିଛନ୍ତି।
ବଡ଼ଦାଣ୍ଡୁଆ ଗ୍ରାମର ସରିତା ହାଲ୍‌ଦାର କହିଛନ୍ତି, ଗ୍ରାମରେ ୩ଟି ନଳକୂପ ଅଛି। ତେବେ ଖରାଦିନ ଆରମ୍ଭରୁ ଏହା ଅଚଳ ହୋଇପଡ଼ିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲେ ମଧ୍ୟ ନଳକୂପ ମରାମତି ହୋଇପାରୁନାହିଁ। ପିଇବା ପାଣି ଆଣିବାକୁ ପ୍ରାୟ ୧ କିଲୋମିଟର ଯିବାକୁ ପଡୁଛି। ଜିଲା ପ୍ରଶାସନ ପକ୍ଷରୁ ନଳକୂପ ମରାମତି ସହ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ସେ ଦାବି କରିଛନ୍ତି। ସେହିପରି ରାଜନଗର ବ୍ଲକ ବଗପାଟିଆର ଅନ୍ୟତମ ଅଭିଯୋଗକାରୀ ସୁଦର୍ଶନ ଦାସ କହିଛନ୍ତି, ୭ ନଳକୂପରୁ ୪ଟି ଅଚଳ ହୋଇଛି। ଅବଶିଷ୍ଟ ୩ଟିରେ ପାଣି ପାଇଁ ବିବାଦ ସୃଷ୍ଟି ହେଉଛି। ପାଣି ପାଇଁ ମେଳି ହେଉଥିବାରୁ ଗ୍ରାମ କଳହକୁ ରୋକି ହେଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପାଟକୁରା ଗ୍ରାମର ସଦାଶିବ ଭୋଇ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ କାଟ ଅସହ୍ୟ ହୋଇଛି। ଫଳରେ ଜଗନ୍ନାଥପୁର, ପୁନ୍ଦାଳୋ, ଆଖୁଆ, ନରସିଂହପୁର, ବେଡାରି, ଜଗଦଳପୁର ଆଦି ଗ୍ରାମରେ ପାଇପ ପାଣି ଆବଶ୍ୟକ ମୁତାବକ ପହଞ୍ଚତ୍ ପାରୁନାହିଁ। ଗୋଖାପଡ଼ାର ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ଲୁଣା ଜଳ ସମସ୍ୟାର ସମାଧାନ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ୨୦୧୮ ମସିହାରୁ ନିର୍ମାଣାଧୀନ ଅଛି। ଏହି ପ୍ରକଳ୍ପ ୨୦୨୦ ସୁଦ୍ଧା ସରିବା ପାଇଁ ଠିକା ସଂସ୍ଥା ସହ ଚୁକ୍ତି ହୋଇଥିଲେ ମଧ୍ୟ ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ସରିନାହିଁ। ନଳକୂପଗୁଡ଼ିକ ମରାମତି ହେଉ ନ ଥିବାରୁ ପାନୀୟ ଜଳ ସ୍ଥାନୀୟ ଅଞ୍ଚଳ ପାଇଁ ସମସ୍ୟା ସୃଷ୍ଟି କରିଛି।
ରାଧାକାନ୍ତ ମହାନ୍ତି କହିଛନ୍ତି, ଜିଲାର ରାଜକନିକା, ଆଳି, ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳସ୍ଥ ଭୂତଳ ଜଳ ଲୁଣା ହୋଇଥିବା ନେଇ ରାଜ୍ୟ ଓ କେନ୍ଦ୍ର ଭୂତଳ ଜଳ ବୋର୍ଡ ୨୦୧୭ ମସିହାରେ ରିପୋର୍ଟ ଦେଇଛି। ଏଥିସହ ଜିଲାର ଅବଶିଷ୍ଟ ୫ ବ୍ଲକ ଅଞ୍ଚଳର ଭୂତଳ ଜଳ ଲୁଣାସ୍ତର ବଢ଼ୁଥିବା ଏହି ରିପୋର୍ଟରେ ଉଲ୍ଲେଖ ଅଛି। ଜିଲାର ପାନୀୟ ଜଳ ସମସ୍ୟା ସମାଧାନ ଆବଶ୍ୟକ। ୧୭,୦୩୮ ନଳକୂପ ମଧ୍ୟରୁ ମାତ୍ର ୪୦୦ଟି ନଳକୂପ ଅଚଳ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳୁଛି। ମାତ୍ର ଏଥିରେ ବାସ୍ତବତା ନାହିଁ। ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ନଳକୂପ ଅଚଳ ହୋଇଥିବା ଏକ ବେସରକାରୀ ସଂସ୍ଥା ଆକଳନ କରିଥିବା ସେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରର ବୈଠକ ସରିଛି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ପ୍ରତ୍ୟେକ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଗ୍ରାମରେ ପାନୀୟ ଜଳ ଯୋଗାଣରେ ଅସୁବିଧା ଥିଲେ ଟ୍ୟାଙ୍କର ଯୋଗେ ଜଳ ପରିବହନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?