ପିଇବା ପାଣି ପାଇଁ ଡହଳବିକଳ ଏସ୍‌.ଉରୁଡା ଗ୍ରାମବାସୀ

ପାରଳାଖେମୁଣ୍ଡି,୪ା୯ (ଗିରିଧାରୀ ପରିଛା): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା, ପ୍ରକଳ୍ପ ମାନ କରୁଛନ୍ତି। ଏଥିପାଇଁ ରାଜକୋଷରୁ ବହୁ କୋଟି ଟଙ୍କା ବ୍ୟୟ ବରାଦ ହେଉଛି। ହେଲେ କେତେକ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁ ସରକାରଙ୍କ ଜନହିତକର ଯୋଜନାଗୁଡିକ ଫେଲ ମାରୁଛି। ଏପରି ସ୍ଥଳେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ମାଲାମାଲ ହେଉଥିବା ବେଳେ ସରକାରଙ୍କ ଏହି ପାନୀୟ ଜଳ ଯୋଗାଣ ଯୋଜନା ଫେଲ ମାରୁଥିବା ଅଭିଯୋଗ ହେଉଛି। ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲା ଗୋଷାଣି ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ. ଉରୁଡା ଗ୍ରାମରେ। ଏହି ଗ୍ରାମରେ ୨୦୧୭ ମସିହାରେ ପାନୀୟ ଜଳ ଯୋଗାଇବା ଲାଗି ୩୦ ହଜାର ଲିଟର ବିଶିଷ୍ଟ ଓଭର ହେଡ ଟାଙ୍କି ନିର୍ମାଣ ହୋଇଥିଲା। ଗ୍ରାମର ସମସ୍ତ ଘରକୁ ମଧ୍ୟ ଟ୍ୟାପ ସଂଯୋଗ କରାଯାଇଥିଲା। ମାତ୍ର ଦିନେ ଦୁଇଦିନ ପରେ ପମ୍ପହାଉସ ମୋଟରଟି ଖରାପ ହୋଇଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଛଅ ବର୍ଷ ହେଲା ଏହି ପାନୀୟ ଜଳ ପ୍ରକଳ୍ପ ବନ୍ଦ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଓଭର ହେଡ ପାଣି ଟାଙ୍କି ଉପରେ ଏସ. ଉରୁଡା ଗ୍ରାମର ଉପରସାହି, ଜକାର ସାହି, ଢେପସାହି, କେ.ଉରୁଡା, ନୂଆସାହିର ପ୍ରାୟ ପନ୍ଦର ଶହରୁ ଊର୍ଦ୍ଧ ଅଧିବାସୀ ନିର୍ଭର କରନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ବସାଯାଇଥିବା ଟ୍ରାନ୍ସଫର୍ମର ୨୦୧୮ରେ ବାତ୍ୟା ‘ତିତ୍‌ଲି’ରେ ଭାଙ୍ଗିରୁଜି ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫର୍ମର ମଧ୍ୟ ବସାଯାଇ ନାହିଁ। ଗ୍ରାମରେ ଜଳ ଯୋଗାଣ ନିମନ୍ତେ ଅନ୍ୟ ବିକଳ୍ପ ନଳକୂପ ରହିଥିଲେ ମଧ୍ୟ ଏଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଖରାପ ହୋଇଯାଇଛି। ଗୋଟିଏ କି ଦୁଇଟି ନଳକୂପରୁ ପାଣି ଆସୁଛି, ହେଲେ କଳଙ୍କିଯୁକ୍ତ ପାଣି ଆସୁଥିବାରୁ ଲୋକେ ଏହି ପାଣିକୁ ବ୍ୟବହାର କରିପାରୁନାହାନ୍ତି। ଏପରି ସ୍ଥଳେ ଗ୍ରାମରେ ଗୋଟିଏ ମାତ୍ର କୂଅ ରହିଥିବାରୁ ମହିଳାମାନେ ପ୍ରାୟ ଦୁଇ କିମି ରାସ୍ତା ଅତିକ୍ରମ କରି ହାଣ୍ଡିଏ ଲେଖା ପାଣି ବୋହି ଆଣୁଛନ୍ତି। ଏହି କୂଅ ନିକଟକୁ ଯିବାକୁ ମଧ୍ୟ ରାସ୍ତା ନାହିଁ। ଲଟାବୁଦା ଘେରା ମଧ୍ୟ ଦେଇ ପାଣି ଆଣୁଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ନେଇ ପ୍ରଶାସନକୁ ବହୁବାର ଜଣାଯାଇଛି। ହେଲେ ଫଳ ଶୂନ୍ୟ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜୁଲାଇ ୩୧ରେ ଗୋଷାଣି ବ୍ଲକ ଲାବାଣ୍ୟଗଡ ଠାରେ ହୋଇଥିବା ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲା। ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ୧୫ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମାସେ ବିତିଯାଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରି ନଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri