Posted inଗଜପତି

ଉକାରସିଂ ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ

ନୂଆଗଡ଼,୨।୬: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ହୋଇଛି। ବିଭିନ୍ନ ସ୍ଥାନରେ କୂଅ ପୋଖରୀ ଶୁଖି ଯାଉଥିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ଅନେକ ଗାଁକୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଉକାରସିଂ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗ୍ରାମରେ ୪୦ ପରିବାର ରହୁଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏଠାରେ ଗୋଟିଏ ବି ନଳକୂପ ନ ଥିବାବେଳେ ୨ କୂଅ ରହି ମଧ୍ୟ ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ଲୋକଙ୍କ କାମରେ ଆସୁନାହିଁ। ସୂଚନା ଅନୁଯାୟୀ, ଏଠାରେ ନିକଟସ୍ଥ ଭୂୟାଉଲ ପାହାଡ଼ର ଝରଣାରୁ ୨୦୧୦ ମସିହାରେ ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ତରଫରୁ ଏକ ଟାଙ୍କି ତିଆରି କରି ସେଠାରୁ ପାଇପ ଯୋଗେ ପ୍ରତ୍ୟେକ ଘରର ଶୌଚାଳୟକୁ ପାଣି ସଂଯୋଗ କରାଯାଇଛି। ତେବେ ଗ୍ରୀଷ୍ମ ଋତୁର ପ୍ରକୋପ ଯୋଗୁ ଆରମ୍ଭରୁ ହିଁ ସେହି ଝରଣା ପାଣି ଶୁଖିଯାଇଥିବାରୁ ଲୋକଙ୍କୁ ପାଣି ଟୋପାଏ ମିଳିବା କଷ୍ଟକର ହୋଇପଡୁଛି। ଶେଷରେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି ଲୋକେ। ଗୋଟିଏ କିଲୋମିଟର ଦୂରକୁ ଗ୍ରାମର ମହିଳାମାନଙ୍କ ସହ ଗର୍ଭବତୀ ଏବଂ ମା’ଛୁଆକୁ କାଖରେ ନେଇ ଖାଲ ଢିପ ବିଲମାଳ ଦେଇ ଚୁଆ ପାଣି ଆଣୁଥିବା ଦେଖିବାକୁ ମିଳୁଛି। ଏହି ଚୁଆ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଗ୍ରାମରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?