Posted inଗଜପତି

ଉକାରସିଂ ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ

ନୂଆଗଡ଼,୨।୬: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ପାନୀୟ ଜଳ ସଙ୍କଟ ଏବେ ଉତ୍କଟ ହୋଇଛି। ବିଭିନ୍ନ ସ୍ଥାନରେ କୂଅ ପୋଖରୀ ଶୁଖି ଯାଉଥିବାରୁ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ଅନେକ ଗାଁକୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ। ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡ଼ା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଉକାରସିଂ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ଗ୍ରାମରେ ୪୦ ପରିବାର ରହୁଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏଠାରେ ଗୋଟିଏ ବି ନଳକୂପ ନ ଥିବାବେଳେ ୨ କୂଅ ରହି ମଧ୍ୟ ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହାର ରକ୍ଷଣାବେକ୍ଷଣ ଅଭାବରୁ ତାହା ଲୋକଙ୍କ କାମରେ ଆସୁନାହିଁ। ସୂଚନା ଅନୁଯାୟୀ, ଏଠାରେ ନିକଟସ୍ଥ ଭୂୟାଉଲ ପାହାଡ଼ର ଝରଣାରୁ ୨୦୧୦ ମସିହାରେ ସ୍ବେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶ ତରଫରୁ ଏକ ଟାଙ୍କି ତିଆରି କରି ସେଠାରୁ ପାଇପ ଯୋଗେ ପ୍ରତ୍ୟେକ ଘରର ଶୌଚାଳୟକୁ ପାଣି ସଂଯୋଗ କରାଯାଇଛି। ତେବେ ଗ୍ରୀଷ୍ମ ଋତୁର ପ୍ରକୋପ ଯୋଗୁ ଆରମ୍ଭରୁ ହିଁ ସେହି ଝରଣା ପାଣି ଶୁଖିଯାଇଥିବାରୁ ଲୋକଙ୍କୁ ପାଣି ଟୋପାଏ ମିଳିବା କଷ୍ଟକର ହୋଇପଡୁଛି। ଶେଷରେ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି ଲୋକେ। ଗୋଟିଏ କିଲୋମିଟର ଦୂରକୁ ଗ୍ରାମର ମହିଳାମାନଙ୍କ ସହ ଗର୍ଭବତୀ ଏବଂ ମା’ଛୁଆକୁ କାଖରେ ନେଇ ଖାଲ ଢିପ ବିଲମାଳ ଦେଇ ଚୁଆ ପାଣି ଆଣୁଥିବା ଦେଖିବାକୁ ମିଳୁଛି। ଏହି ଚୁଆ ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଗ୍ରାମରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri