ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ ପ୍ରଚୁର ‘ଦୂଷିତ’ ମୃଦୁ ପାନୀୟ ସେବନ କରୁଛନ୍ତି। ବୈଜ୍ଞାନିକଙ୍କ ମତରେ ଏହା ମାଧ୍ୟମରେ ଶରୀର ମଧ୍ୟକୁ ବିଷ ପ୍ରବେଶ କରୁଛି। ଦୀର୍ଘକାଳୀନ ସେବନ ଦ୍ବାରା ଏହା କର୍କଟ ଓ ସ୍ନାୟୁ ରୋଗ ସୃଷ୍ଟି କରୁଛି। ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଉଛି। ଶିଶୁଙ୍କଠାରେ ଜନ୍ମଗତ ତ୍ରୁଟି ଦେଖାଯିବା ସହିତ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଛି।
ବେସରକାରୀ ସଂସ୍ଥା ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭାଇରୋନମେଣ୍ଟ (ସିଏସଇ)ର ତଥ୍ୟ ଅନୁଯାୟୀ ବିଦେଶୀ କମ୍ପାନୀଗୁଡ଼ିକ ଭାରତ ପ୍ରତି ପକ୍ଷପାତିତା କରୁଛନ୍ତି। ଗୋଟିଏ ପଟେ ଆମେରିକା ଭଳି ଦେଶରେ ସେମାନେ ନିଜ ଉତ୍ପାଦଗୁଡ଼ିକର ଗୁଣବତ୍ତା ଉପରେ ସତର୍କତାର ସହ ନଜର ରଖନ୍ତି। କିନ୍ତୁ ଅଧିକ ରୋଜଗାର ଆଶାରେ ଭାରତୀୟଙ୍କୁ ସେମାନେ କୀଟନାଶକର ମିଶ୍ରଣ ବିକ୍ରି କରୁଛନ୍ତି। ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଅପମିଶ୍ରଣ ସାମଗ୍ରୀ କେବଳ ଏହି ମୃଦୁ ପାନୀୟ ପର୍ଯ୍ୟନ୍ତ ସୀମିତ ରହିନାହିଁ। କିଛି ବର୍ଷ ତଳେ ଠିପି ବନ୍ଦ ମିନେରାଲ (ଖଣିଜ) ବୋତଲ ଜଳର ପ୍ରଦୂଷଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ସେହି ସମୟରେ ସିଏସଇ ଦିଲ୍ଲୀର ପ୍ରସିଦ୍ଧ ଦେଶୀ ଏବଂ ବିଦେଶୀ କମ୍ପାନୀର ୧୭ଟି ଏବଂ ମୁମ୍ବାଇର ୧୩ଟି ଠିପି ବନ୍ଦ ବୋତଲ ପାଣି ଉତ୍ପାଦକୁ ପରୀକ୍ଷା କରି ସେହି ଜଳରେ ଲିଣ୍ଡେନ, ଡିଡିଟି, କ୍ଲୋରୋପାଇରିଫସ ଏବଂ ମାଲାଥିଅନ ଭଳି କୀଟନାଶକର ଉପସ୍ଥିତିକୁ ନିଶ୍ଚିତ କରିବାରୁ ସରକାରଙ୍କ ଚେତା ପଶିଥିଲା। ସରକାର ଭାରତୀୟ ମାନକ ବ୍ୟୁରୋର ସୁପାରିସ ଆଧାରରେ ଠିପି ବନ୍ଦ ବୋତଲ ପାଣିର ଶୁଦ୍ଧତା ବଜାୟ ରଖିବା ପାଇଁ ଖାଦ୍ୟ ଅପମିଶ୍ରଣ ଆଇନରେ କିଛି ପରିବର୍ତ୍ତନ କରି ତାହାକୁ ଲାଗୁ କରିଦେଲେ। ପୌରପାଳିକା କିମ୍ବା ନଗର ନିଗମ ଦ୍ୱାରା ଯୋଗାଇ ଦିଆଯାଉଥିବା ଅବା ନଦୀର ଜଳକୁ ଅଧିକାଂଶ ଭାରତୀୟ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି। ଏହି ଜଳକୁ ପରିସ୍କୃତ ପାଇଁ ପୌରପାଳିକା ଏବଂ ନଗରନିଗମ କି ପଦକ୍ଷେପ ନିଅନ୍ତି ତାହା ଅଛପା ନାହିଁ। ବାହ୍ୟ ଜଳ କଥା ଛାଡ଼ନ୍ତୁ ପୃଥିବୀ ପୃଷ୍ଠରେ ବଢୁଥିବା ପ୍ରଦୂଷଣ ପାଇଁ ଭୂଗର୍ଭସ୍ଥ ଜଳ ମଧ୍ୟ ସ୍ବଚ୍ଛ ନୁହେଁ।
ଏକଦା ଏହି ଦେଶରେ କ୍ଷୀର ଏବଂ ଦହିର ବନ୍ୟା ବହୁଥିଲା। ଆଜି ଏସବୁ ଅପମିଶ୍ରିତ । ଦୁଗ୍ଧ ଏହି ଜାଲରୁ ମୁକୁଳି ପାରିନି। ଲାଭ ପାଇଁ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ୟୁରିଆ, ସାବୁନ ଏବଂ ତେଲ ଭଳି କ୍ଷତିକାରକ ଜିନିଷର ସମିଶ୍ରଣରେ ଦୁଗ୍ଧ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏଥିରେ ଦୁଗ୍ଧର କୌଣସି ଚିହ୍ନବର୍ଣ୍ଣ ନାହିଁ। ଅଜ୍ଞାନର ବଶବର୍ତ୍ତୀ ହୋଇ ଲୋକେ ମାନବଜାତି ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଡ. ଭର୍ଗିଜ କୁରିଏନ ଭାରତରେ ‘ଅପରେଶନ ଫ୍ଲଡ’ ଆରମ୍ଭ କଲା ସମୟରେ ଏକଥା କେବେ ବି ଚିନ୍ତା କରି ନ ଥିଲେ ଯେ ସାଧାରଣ ଲୋକଙ୍କୁ ଦୁଗ୍ଧ ଯୋଗାଇବା ପାଇଁ ସେ ଯେଉଁ ଡାଏରି (ଗୋପାଳନ କେନ୍ଦ୍ର) ଖୋଲିବା କଥା କହୁଥିଲେ ତାହା ପାଇଁ ଅବଲମ୍ବିତ ଅସାବଧାନତା ଗାଈ, ମଇଁଷିଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ! ପୁଣି ଏଠାରୁ ମିଳୁଥିବା ଦୁଗ୍ଧ ସାଧାରଣ ଲୋକଙ୍କ ପାଇଁ ସୁବିଧାଜନକ ହେବନାହିଁ। ଭାରତରେ ଡାଏରିଗୁଡ଼ିକର ଅବସ୍ଥା ଭଲ ନାହିଁ। ଅଧିକ କ୍ଷୀର ଆଶାରେ ଗାଈଙ୍କୁ ପ୍ରତିବର୍ଷ ଗର୍ଭବତୀ କରାଯାଉଛି। କାରଣ ପ୍ରସବ ପରେ ଦଶ ମାସ ପର୍ଯ୍ୟନ୍ତ ସେମାନେ ଅଧିକ ଦୁଗ୍ଧ ଦେବେ। ଅଧିକ ଦୁଗ୍ଧ ପାଇଁ ସେମାନଙ୍କୁ ପ୍ରତିଦିନ ଅକ୍ସିଟୋସିନ ଇଞ୍ଜେକ୍ସନ ଦିଆଯାଉଛି। ଏ ସମସ୍ତ ପଦ୍ଧତି ଏହି ପ୍ରାଣୀଙ୍କ ପାଇଁ କେବଳ ବିପଜ୍ଜନକ ନୁହେଁ ବରଂ ସେମାନଙ୍କ ଦୁଗ୍ଧ ସେବନ କରୁଥିବା ଲୋକଙ୍କ ପାଇଁ ମଧ୍ୟ କ୍ଷତିକାରକ।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା ଦୀର୍ଘ ସାତ ବର୍ଷ ଧରି ହୋଇଥିବା ଗବେଷଣାର ତଥ୍ୟରୁ ଜଣାପଡ଼ିଛି ଯେ, ଯେଉଁ ଗାଈ ଦୁଗ୍ଧକୁ ଆମେ ଅନାଦିକାଳରୁ ସୁଷମ ଖାଦ୍ୟ ମାନି ଆହାର ରୂପେ ଗ୍ରହଣ କରିଆସୁଛୁ ସେଥିରେ ମଧ୍ୟ ଡିଡିଟି, ଏଚ୍‌ସିଏଚ୍‌, ଡେଲ୍ଡ୍ରିନ, ଏଲ୍ଡ୍ରିନ ଭଳି କୀଟନାଶକ ମିଶି ରହିଛି। ତଥ୍ୟ ଏକଥା ମଧ୍ୟ କହୁଛି ଯେ ଅଲସର ପୀଡିତ ବ୍ୟକ୍ତି ଯଦି ଡାଏରି ଦୁଗ୍ଧ କିମ୍ବା ଏହାର ଉତ୍ପାଦ ଆହାର କରିବ ତେବେ ତା’ଠାରେ ହୃଦ୍‌ଜନିତ ବେମାରି ଦୁଇରୁ ଛଅ ଗୁଣ ବୃଦ୍ଧି ପାଇବ। ଭାରତୀୟ ଖାଦ୍ୟ ଅପମିଶ୍ରଣ ଆଇନ ଏକ କିଲୋରେ ୦.୦୧ ମିଲିଗ୍ରାମ ହେକ୍ସାକ୍ଲୋରୋ ସାଇକ୍ଲୋ ହେକ୍ସେନ (ଏଚସିଏଚ)କୁ ଅନୁମତି ଦେଇଥାଏ। କିନ୍ତୁ ଆଇସିଏମଆରର ରିପୋର୍ଟରେ ଏହା କିଲୋ ପ୍ରତି ୫.୭ ମିଲିଗ୍ରାମ ରହିଥିବା ଜଣାପଡ଼ିଛି। ଏହାବ୍ୟତୀତ ବୈଜ୍ଞାନିକଙ୍କୁ ଏଥିରେ ଆର୍ସେନିକ, କେଡମିୟମ, ସୀସା ଭଳି କ୍ଷତିକାରକ ଅବଶେଷ ମିଳିଥିଲା; ଯାହା ବୃକକ୍‌, ହୃଦୟ ଓ ମସ୍ତିଷ୍କକୁ କ୍ଷତି ପହଞ୍ଚାଏ।
ଏକଥା କେବଳ ଗାଈ ଏବଂ ମଇଁଷିଙ୍କ ଦୁଗ୍ଧ ପର୍ଯ୍ୟନ୍ତ ସୀମିତ ନୁହେଁ। କୃଷି କ୍ଷେତ୍ରରେ କୀଟନାଶକର ବହୁଳ ବ୍ୟବହାର ଯୋଗୁ ଶିଶୁ ପାଇଁ ଅମୃତ ବିବେଚିତ ମା’ କ୍ଷୀର ମଧ୍ୟ ଆଉ ବିଶୁଦ୍ଧ ହୋଇ ରହିନାହିଁ। ଆମେରିକାର ଏକ ଅଧ୍ୟୟନରେ ଆମେରିକୀୟ ମହିଳାଙ୍କ କ୍ଷୀରରେ କୀଟନାଶକ ଏବଂ ଶହେରୁ ଅଧିକ ଶିଳ୍ପଗତ ରାସାୟନିକ ଅବଶେଷ ଥିବା ଜଣାପଡିଛି। କୀଟନାଶକର ଅବାଧ ବ୍ୟବହାରକୁ ପ୍ରାୟତଃ ବନ୍ଦ କରି ପ୍ରାକୃତିକ ସାର ଏବଂ କୀଟନାଶକ ବ୍ୟବହାର ଆରମ୍ଭ କରିଛନ୍ତି। ତଥାପି ଭାରତ ତାହାକୁ ଅନ୍ଧ ଭାବରେ ଅନୁକରଣ କରୁଛି। ସେମାନେ ଆମ ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ସଭ୍ୟତାର ରହସ୍ୟ ସହିତ ନିଜକୁ ପରିଚିତ କରୁଛନ୍ତି। ଏହି ସମୟରେ ଭାରତୀୟମାନେ ନିଜ ସମୃଦ୍ଧ ଐତିହ୍ୟକୁ ପରିତ୍ୟାଗ କରି ପାଶ୍ଚାତ୍ୟର ଚାକଚକ୍ୟ ପ୍ରତି ପାଗଳ ହୋଇ ଦୌଡୁଛନ୍ତି।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri