ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ ପ୍ରଚୁର ‘ଦୂଷିତ’ ମୃଦୁ ପାନୀୟ ସେବନ କରୁଛନ୍ତି। ବୈଜ୍ଞାନିକଙ୍କ ମତରେ ଏହା ମାଧ୍ୟମରେ ଶରୀର ମଧ୍ୟକୁ ବିଷ ପ୍ରବେଶ କରୁଛି। ଦୀର୍ଘକାଳୀନ ସେବନ ଦ୍ବାରା ଏହା କର୍କଟ ଓ ସ୍ନାୟୁ ରୋଗ ସୃଷ୍ଟି କରୁଛି। ପ୍ରଜନନ କ୍ଷମତାକୁ କ୍ଷତି ପହଞ୍ଚାଉଛି। ଶିଶୁଙ୍କଠାରେ ଜନ୍ମଗତ ତ୍ରୁଟି ଦେଖାଯିବା ସହିତ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରୁଛି।
ବେସରକାରୀ ସଂସ୍ଥା ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭାଇରୋନମେଣ୍ଟ (ସିଏସଇ)ର ତଥ୍ୟ ଅନୁଯାୟୀ ବିଦେଶୀ କମ୍ପାନୀଗୁଡ଼ିକ ଭାରତ ପ୍ରତି ପକ୍ଷପାତିତା କରୁଛନ୍ତି। ଗୋଟିଏ ପଟେ ଆମେରିକା ଭଳି ଦେଶରେ ସେମାନେ ନିଜ ଉତ୍ପାଦଗୁଡ଼ିକର ଗୁଣବତ୍ତା ଉପରେ ସତର୍କତାର ସହ ନଜର ରଖନ୍ତି। କିନ୍ତୁ ଅଧିକ ରୋଜଗାର ଆଶାରେ ଭାରତୀୟଙ୍କୁ ସେମାନେ କୀଟନାଶକର ମିଶ୍ରଣ ବିକ୍ରି କରୁଛନ୍ତି। ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଅପମିଶ୍ରଣ ସାମଗ୍ରୀ କେବଳ ଏହି ମୃଦୁ ପାନୀୟ ପର୍ଯ୍ୟନ୍ତ ସୀମିତ ରହିନାହିଁ। କିଛି ବର୍ଷ ତଳେ ଠିପି ବନ୍ଦ ମିନେରାଲ (ଖଣିଜ) ବୋତଲ ଜଳର ପ୍ରଦୂଷଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ସେହି ସମୟରେ ସିଏସଇ ଦିଲ୍ଲୀର ପ୍ରସିଦ୍ଧ ଦେଶୀ ଏବଂ ବିଦେଶୀ କମ୍ପାନୀର ୧୭ଟି ଏବଂ ମୁମ୍ବାଇର ୧୩ଟି ଠିପି ବନ୍ଦ ବୋତଲ ପାଣି ଉତ୍ପାଦକୁ ପରୀକ୍ଷା କରି ସେହି ଜଳରେ ଲିଣ୍ଡେନ, ଡିଡିଟି, କ୍ଲୋରୋପାଇରିଫସ ଏବଂ ମାଲାଥିଅନ ଭଳି କୀଟନାଶକର ଉପସ୍ଥିତିକୁ ନିଶ୍ଚିତ କରିବାରୁ ସରକାରଙ୍କ ଚେତା ପଶିଥିଲା। ସରକାର ଭାରତୀୟ ମାନକ ବ୍ୟୁରୋର ସୁପାରିସ ଆଧାରରେ ଠିପି ବନ୍ଦ ବୋତଲ ପାଣିର ଶୁଦ୍ଧତା ବଜାୟ ରଖିବା ପାଇଁ ଖାଦ୍ୟ ଅପମିଶ୍ରଣ ଆଇନରେ କିଛି ପରିବର୍ତ୍ତନ କରି ତାହାକୁ ଲାଗୁ କରିଦେଲେ। ପୌରପାଳିକା କିମ୍ବା ନଗର ନିଗମ ଦ୍ୱାରା ଯୋଗାଇ ଦିଆଯାଉଥିବା ଅବା ନଦୀର ଜଳକୁ ଅଧିକାଂଶ ଭାରତୀୟ ପାନୀୟ ଜଳ ରୂପେ ବ୍ୟବହାର କରନ୍ତି। ଏହି ଜଳକୁ ପରିସ୍କୃତ ପାଇଁ ପୌରପାଳିକା ଏବଂ ନଗରନିଗମ କି ପଦକ୍ଷେପ ନିଅନ୍ତି ତାହା ଅଛପା ନାହିଁ। ବାହ୍ୟ ଜଳ କଥା ଛାଡ଼ନ୍ତୁ ପୃଥିବୀ ପୃଷ୍ଠରେ ବଢୁଥିବା ପ୍ରଦୂଷଣ ପାଇଁ ଭୂଗର୍ଭସ୍ଥ ଜଳ ମଧ୍ୟ ସ୍ବଚ୍ଛ ନୁହେଁ।
ଏକଦା ଏହି ଦେଶରେ କ୍ଷୀର ଏବଂ ଦହିର ବନ୍ୟା ବହୁଥିଲା। ଆଜି ଏସବୁ ଅପମିଶ୍ରିତ । ଦୁଗ୍ଧ ଏହି ଜାଲରୁ ମୁକୁଳି ପାରିନି। ଲାଭ ପାଇଁ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ୟୁରିଆ, ସାବୁନ ଏବଂ ତେଲ ଭଳି କ୍ଷତିକାରକ ଜିନିଷର ସମିଶ୍ରଣରେ ଦୁଗ୍ଧ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏଥିରେ ଦୁଗ୍ଧର କୌଣସି ଚିହ୍ନବର୍ଣ୍ଣ ନାହିଁ। ଅଜ୍ଞାନର ବଶବର୍ତ୍ତୀ ହୋଇ ଲୋକେ ମାନବଜାତି ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଡ. ଭର୍ଗିଜ କୁରିଏନ ଭାରତରେ ‘ଅପରେଶନ ଫ୍ଲଡ’ ଆରମ୍ଭ କଲା ସମୟରେ ଏକଥା କେବେ ବି ଚିନ୍ତା କରି ନ ଥିଲେ ଯେ ସାଧାରଣ ଲୋକଙ୍କୁ ଦୁଗ୍ଧ ଯୋଗାଇବା ପାଇଁ ସେ ଯେଉଁ ଡାଏରି (ଗୋପାଳନ କେନ୍ଦ୍ର) ଖୋଲିବା କଥା କହୁଥିଲେ ତାହା ପାଇଁ ଅବଲମ୍ବିତ ଅସାବଧାନତା ଗାଈ, ମଇଁଷିଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ! ପୁଣି ଏଠାରୁ ମିଳୁଥିବା ଦୁଗ୍ଧ ସାଧାରଣ ଲୋକଙ୍କ ପାଇଁ ସୁବିଧାଜନକ ହେବନାହିଁ। ଭାରତରେ ଡାଏରିଗୁଡ଼ିକର ଅବସ୍ଥା ଭଲ ନାହିଁ। ଅଧିକ କ୍ଷୀର ଆଶାରେ ଗାଈଙ୍କୁ ପ୍ରତିବର୍ଷ ଗର୍ଭବତୀ କରାଯାଉଛି। କାରଣ ପ୍ରସବ ପରେ ଦଶ ମାସ ପର୍ଯ୍ୟନ୍ତ ସେମାନେ ଅଧିକ ଦୁଗ୍ଧ ଦେବେ। ଅଧିକ ଦୁଗ୍ଧ ପାଇଁ ସେମାନଙ୍କୁ ପ୍ରତିଦିନ ଅକ୍ସିଟୋସିନ ଇଞ୍ଜେକ୍ସନ ଦିଆଯାଉଛି। ଏ ସମସ୍ତ ପଦ୍ଧତି ଏହି ପ୍ରାଣୀଙ୍କ ପାଇଁ କେବଳ ବିପଜ୍ଜନକ ନୁହେଁ ବରଂ ସେମାନଙ୍କ ଦୁଗ୍ଧ ସେବନ କରୁଥିବା ଲୋକଙ୍କ ପାଇଁ ମଧ୍ୟ କ୍ଷତିକାରକ।
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଦ୍ୱାରା ଦୀର୍ଘ ସାତ ବର୍ଷ ଧରି ହୋଇଥିବା ଗବେଷଣାର ତଥ୍ୟରୁ ଜଣାପଡ଼ିଛି ଯେ, ଯେଉଁ ଗାଈ ଦୁଗ୍ଧକୁ ଆମେ ଅନାଦିକାଳରୁ ସୁଷମ ଖାଦ୍ୟ ମାନି ଆହାର ରୂପେ ଗ୍ରହଣ କରିଆସୁଛୁ ସେଥିରେ ମଧ୍ୟ ଡିଡିଟି, ଏଚ୍‌ସିଏଚ୍‌, ଡେଲ୍ଡ୍ରିନ, ଏଲ୍ଡ୍ରିନ ଭଳି କୀଟନାଶକ ମିଶି ରହିଛି। ତଥ୍ୟ ଏକଥା ମଧ୍ୟ କହୁଛି ଯେ ଅଲସର ପୀଡିତ ବ୍ୟକ୍ତି ଯଦି ଡାଏରି ଦୁଗ୍ଧ କିମ୍ବା ଏହାର ଉତ୍ପାଦ ଆହାର କରିବ ତେବେ ତା’ଠାରେ ହୃଦ୍‌ଜନିତ ବେମାରି ଦୁଇରୁ ଛଅ ଗୁଣ ବୃଦ୍ଧି ପାଇବ। ଭାରତୀୟ ଖାଦ୍ୟ ଅପମିଶ୍ରଣ ଆଇନ ଏକ କିଲୋରେ ୦.୦୧ ମିଲିଗ୍ରାମ ହେକ୍ସାକ୍ଲୋରୋ ସାଇକ୍ଲୋ ହେକ୍ସେନ (ଏଚସିଏଚ)କୁ ଅନୁମତି ଦେଇଥାଏ। କିନ୍ତୁ ଆଇସିଏମଆରର ରିପୋର୍ଟରେ ଏହା କିଲୋ ପ୍ରତି ୫.୭ ମିଲିଗ୍ରାମ ରହିଥିବା ଜଣାପଡ଼ିଛି। ଏହାବ୍ୟତୀତ ବୈଜ୍ଞାନିକଙ୍କୁ ଏଥିରେ ଆର୍ସେନିକ, କେଡମିୟମ, ସୀସା ଭଳି କ୍ଷତିକାରକ ଅବଶେଷ ମିଳିଥିଲା; ଯାହା ବୃକକ୍‌, ହୃଦୟ ଓ ମସ୍ତିଷ୍କକୁ କ୍ଷତି ପହଞ୍ଚାଏ।
ଏକଥା କେବଳ ଗାଈ ଏବଂ ମଇଁଷିଙ୍କ ଦୁଗ୍ଧ ପର୍ଯ୍ୟନ୍ତ ସୀମିତ ନୁହେଁ। କୃଷି କ୍ଷେତ୍ରରେ କୀଟନାଶକର ବହୁଳ ବ୍ୟବହାର ଯୋଗୁ ଶିଶୁ ପାଇଁ ଅମୃତ ବିବେଚିତ ମା’ କ୍ଷୀର ମଧ୍ୟ ଆଉ ବିଶୁଦ୍ଧ ହୋଇ ରହିନାହିଁ। ଆମେରିକାର ଏକ ଅଧ୍ୟୟନରେ ଆମେରିକୀୟ ମହିଳାଙ୍କ କ୍ଷୀରରେ କୀଟନାଶକ ଏବଂ ଶହେରୁ ଅଧିକ ଶିଳ୍ପଗତ ରାସାୟନିକ ଅବଶେଷ ଥିବା ଜଣାପଡିଛି। କୀଟନାଶକର ଅବାଧ ବ୍ୟବହାରକୁ ପ୍ରାୟତଃ ବନ୍ଦ କରି ପ୍ରାକୃତିକ ସାର ଏବଂ କୀଟନାଶକ ବ୍ୟବହାର ଆରମ୍ଭ କରିଛନ୍ତି। ତଥାପି ଭାରତ ତାହାକୁ ଅନ୍ଧ ଭାବରେ ଅନୁକରଣ କରୁଛି। ସେମାନେ ଆମ ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ସଭ୍ୟତାର ରହସ୍ୟ ସହିତ ନିଜକୁ ପରିଚିତ କରୁଛନ୍ତି। ଏହି ସମୟରେ ଭାରତୀୟମାନେ ନିଜ ସମୃଦ୍ଧ ଐତିହ୍ୟକୁ ପରିତ୍ୟାଗ କରି ପାଶ୍ଚାତ୍ୟର ଚାକଚକ୍ୟ ପ୍ରତି ପାଗଳ ହୋଇ ଦୌଡୁଛନ୍ତି।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?