ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର ମାନ୍ୟତା ଅନୁସାରେ, କିଛି ଲୋକଙ୍କ ଜୀବନରେ ସଫଳତା ଅପେକ୍ଷାକୃତ ବିଳମ୍ବରେ ଆସେ। ବିଶେଷକରି ୪୦ ବର୍ଷ ବୟସ ପରେ ଏମାନଙ୍କ ଜୀବନରେ ଧନ, ସମ୍ମାନ ଓ କ୍ୟାରିୟରରେ ବଡ଼ ଉନ୍ନତି ଦେଖାଯାଇଥାଏ ବୋଲି ବିଶ୍ୱାସ ରହିଛି। ଜ୍ୟୋତିଷ ମତରେ, କିଛି ରାଶିର ବ୍ୟକ୍ତିମାନେ ଯୁବାବସ୍ଥାରେ ଅଧିକ ସଂଘର୍ଷ କରିଥିଲେ ମଧ୍ୟ ପରେ ନିଜ ଅଭିଜ୍ଞତା, ପରିଶ୍ରମ ଓ ଦକ୍ଷତା ବଳରେ ବଡ଼ ସଫଳତା ହାସଲ କରନ୍ତି।
ରାଶିଚକ୍ରର ଦ୍ୱିତୀୟ ରାଶି ହେଉଛି ବୃଷ। ଏହି ରାଶିର ଲୋକମାନେ ପରିଶ୍ରମୀ, ଧୈଯ୍ୟବାନ ଓ ନିଷ୍ଠାବାନ ବୋଲି ଜ୍ୟୋତିଷରେ କୁହାଯାଏ। ତେବେ କ୍ୟାରିୟରର ପ୍ରାରମ୍ଭିକ ସମୟରେ ଅନେକ ପରିଶ୍ରମ କରିଥିଲେ ମଧ୍ୟ ଆଶାନୁସାରେ ଫଳ ମିଳିନପାରେ। ଫଳରେ ନିରାଶା ମଧ୍ୟ ଦେଖାଦେଇପାରେ। କିନ୍ତୁ ୪୦ ବର୍ଷ ପରେ ଅଭିଜ୍ଞତାକୁ ଠିକ ଭାବେ ବ୍ୟବହାର କରି ନିଷ୍ପତ୍ତି ନେବାର କ୍ଷମତା ବଢ଼ିଥାଏ ଏବଂ ଏହି ସମୟରେ ଧନ ଓ ପ୍ରତିଷ୍ଠା ହାସଲର ସୁଯୋଗ ବଢ଼େ ବୋଲି ମାନ୍ୟତା ରହିଛି।
ରାଶିଚକ୍ରର ଷଷ୍ଠ ରାଶି କନ୍ୟା। ଏହି ରାଶିର ଲୋକମାନଙ୍କୁ ପରଫେକ୍ସନିଷ୍ଟ ଓ ତର୍କସଙ୍ଗତ ଚିନ୍ତାଧାରାର ଅଧିକାରୀ ବୋଲି କୁହାଯାଏ। ଜୀବନର ପ୍ରାରମ୍ଭରେ ଅନ୍ୟମାନଙ୍କ ସହଯୋଗ ଉପରେ ଅଧିକ ନିର୍ଭର କରିବା କାରଣରୁ ସମୟ ନଷ୍ଟ ହୋଇପାରେ। ତେବେ ବୟସ ବଢ଼ିବା ସହ ନିଜ ଦକ୍ଷତା ଓ ଶକ୍ତି ସମ୍ପର୍କରେ ଅଧିକ ଜାଣିପାରନ୍ତି। ବିଶେଷକରି ୪୦ ପରେ ନିଜର ଲଜିକାଲ ମାଇଣ୍ଡ ଓ କୌଶଳକୁ ବ୍ୟବହାର କରି କ୍ୟାରିୟର କିମ୍ବା ବ୍ୟବସାୟରେ ଉନ୍ନତି କରିପାରନ୍ତି ବୋଲି ଜ୍ୟୋତିଷୀୟ ମତ ରହିଛି।
ରାଶିଚକ୍ରର ଦଶମ ରାଶି ମକର ଏବଂ ଏହାର ସ୍ବାମୀ ଶନି ବୋଲି ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ରହିଛି। ଏହି ରାଶିର ଲୋକମାନେ ଶୃଙ୍ଖଳିତ, ଦାୟିତ୍ୱବାନ ଓ ପରିଶ୍ରମୀ ହୋଇଥାନ୍ତି ବୋଲି କୁହାଯାଏ। ଜୀବନର ପ୍ରାରମ୍ଭିକ ସମୟରେ ଅଭିଜ୍ଞତାର ଅଭାବ ଯୋଗୁ ସଂଘର୍ଷ କରିବାକୁ ପଡ଼ିପାରେ। କିନ୍ତୁ ଦାୟିତ୍ୱରୁ କେବେ ପଛକୁ ହଟନ୍ତି ନାହିଁ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ୪୦ ବର୍ଷ ପରେ ଶନିଙ୍କ ପ୍ରଭାବରେ ଏମାନଙ୍କ ଜୀବନରେ ସ୍ଥିରତା ଓ ସଫଳତା ଆସିପାରେ। ଏହି ସମୟରେ ବଡ଼ ପଦ, ଧନ ଓ ପ୍ରତିଷ୍ଠା ମିଳିବାର ସମ୍ଭାବନା ଥାଏ ବୋଲି ବିଶ୍ୱାସ କରାଯାଏ।

