ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ ରେଳ କର୍ମଚାରୀଙ୍କୁ ଆର୍‌ପିଏଫ୍‌ ଥାନା ହାଜତରେ ଅକଥନୀୟ ନିର୍ଯାତନା ଦିଆଯାଇଛି। ଆର୍‌ପିଏଫ୍‌ ପୋଲିସ ତାଙ୍କୁ ବାଡ଼େଇ ହାତ, ଗୋଡ଼ ଭାଙ୍ଗିଦେବା ସହ ଯୌନାଙ୍ଗ ଓ ଶରୀରର ବିଭିନ୍ନ ଅଙ୍ଗରେ ବିଦ୍ୟୁତ୍‌ ଶକ୍‌ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଇଷ୍ଟ କୋଷ୍ଟ ରେଲ୍‌ଓ୍ବେ ଭୁବନେଶ୍ୱରର କୋଚିଂ ଡିପୋ ଅଫିସର ସିଦ୍ଧାନ୍ତ ମିଶ୍ର ଖୋର୍ଦ୍ଧାରୋଡ୍‌ ଆର୍‌ପିଏଫ୍‌ର ସିନିୟର ଡିଭିଜନାଲ ସିକ୍ୟୁରିଟି କମିଶନରଙ୍କୁ ଚିଠି ଲେଖିଛନ୍ତି। ସିସିଟିଭି ଯାଞ୍ଚରୁ ସୌମ୍ୟରଞ୍ଜନ ଉକ୍ତ ଚୋରିରେ ସମ୍ପୃକ୍ତ ନ ଥିବା ଜଣାଇଛନ୍ତି। ଅନ୍ୟପକ୍ଷରେ ଇଷ୍ଟ କୋଷ୍ଟ ରେଲ୍‌ଓ୍ବେ କଣ୍ଟ୍ରାକ୍ଟ ଶ୍ରମିକ ୟୁନିୟନ ବ୍ରହ୍ମପୁର ଏସ୍‌ପି, ଖୋର୍ଦ୍ଧା ଡିଆର୍‌ଏମ୍‌, ପୂର୍ବତଟ ରେଳ ମୁଖ୍ୟାଳୟ ସମେତ ବିଭିନ୍ନ ବିଭାଗ ଓ କମିଶନରେଟ ପୋଲିସ ନିକଟରେ ଅଭିଯୋଗ କରିଛି। ଘଟଣାର ନିରପେକ୍ଷ ତଦନ୍ତ ସହ ନ୍ୟାୟ ନ ମିଳିଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି।
କୋଚିଂ ଡିପୋ ଅଫିସରଙ୍କ ଚିଠି ଓ ସଂଘର ଅଭିଯୋଗ ଅନୁସାରେ, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ସୌମ୍ୟରଞ୍ଜନ ଟ୍ରେନରେ ବେଡ୍‌ରୋଲ୍‌ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଗତମାସ ୨୭ ତାରିଖରେ ସେ ୧୮୪୬୩ ନମ୍ବର ପ୍ରଶାନ୍ତି ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁ ଡ୍ୟୁଟିରେ ଯାଉଥିଲେ। ବ୍ରହ୍ମପୁର ଷ୍ଟେଶନ ନିକଟରେ ଏ-୧ କୋଚ୍‌ର ସିଟ୍‌ ନମ୍ବର ୨୫ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍‌ ଚୋରି ହୋଇଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ସୌମ୍ୟ ଜାଣିବା ପରେ ଆର୍‌ପିଏଫ୍‌କୁ ସୂଚନା ଦେଇଥିଲେ। ହେଲେ ଆର୍‌ପିଏଫ୍‌ କର୍ମଚାରୀମାନେ ତାଙ୍କୁ ବିଶାଖାପାଟଣା ନେଇଯାଇ ପଚରାଉଚରା କରିବା ସହ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଆର୍‌ପିଏଫ୍‌ ଥାନାକୁ ଅଣାଯାଇ ହାଜତରେ ରଖାଯାଇଥିଲା। ସେଠାରେ ସାଦା ପୋଷାକଧାରୀ ଏବଂ ଜନୈକ ପୋଷାକଧାରୀ ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିବା ସହ ଚୋରି କରିଥିବା ସ୍ବୀକାର କରିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ବିଦ୍ୟୁତ୍‌ ସକ୍‌ ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ସୌମ୍ୟଙ୍କୁ ଡିସ୍‌ଚାର୍ଜ କରାଯାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସଂଘ ଅଭିଯୋଗ କରିଛି। ସୌମ୍ୟରଞ୍ଜନଙ୍କୁ ନିର୍ଯାତନା ଦେଇଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପୀଡ଼ିତଙ୍କ ଚିକିତ୍ସା ଖର୍ଚ୍ଚ ସହ କ୍ଷତିପୂରଣ ଦେବାକୁ ସଂଘ ଦାବି କରିଛି। ଦାବି ପୂରଣ ନ ହେଲେ ସଂଘ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ନବକିଶୋର ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୋଗ ନେଇ ଖୋର୍ଦ୍ଧା ଡିଆର୍‌ଏମ୍‌ ଓ ଆର୍‌ପିଏଫ୍‌ କମିଶନରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ବିଡ଼ା ବିଡ଼ା ଟଙ୍କା ଗଣାଚାଲିଛି

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri