ଇସଲାମିକ ନିୟମ ଅନୁସାରେ ପୋଷାକ ପିନ୍ଧିଲେ ବାଳିକାଙ୍କୁ ମିଳିବ ପ୍ରାଥମିକ ଶିକ୍ଷା: ଘୋଷଣା କଲା ତାଲିବାନ…

କାବୁଲ,୧୧।୧ : ଆଫଗାନିସ୍ତାନରେ ତାଲିବାନ ଶାସକ ବାଳିକାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବାଳିକାମାନଙ୍କୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ଅନୁମତି ଦିଆ ଯାଇଥିବାବେଳେ ଶିକ୍ଷା ମନ୍ତ୍ରଣାଳୟ ଏକ ସର୍ତ୍ତ ରଖିଛି ଯେ ସେମାନଙ୍କୁ ଇସଲାମିକ ନିୟମ ଅନୁଯାୟୀ ପୋଷାକ ପିନ୍ଧିବାକୁ ପଡ଼ିବ। ତେବେ ତାଲିବାନ ବାଳିକାମାନଙ୍କର ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ଖୋଲିବା ଏବଂ ସେମାନଙ୍କୁ ଶ୍ରେଣୀରେ ନାମଲେଖା କରିବା ପାଇଁ ପ୍ରତିଶ୍ରୁତି ଦେଇଛି।

ସୂଚନାଯୋଗ୍ୟ,ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ କ୍ରମାଗତ ଭାବରେ ମହିଳାଙ୍କ ଅଧିକାରକୁ ରଦ୍ଦ କରିଆସୁଛି। ଏଥିପାଇଁ ସେ ଅନ୍ତର୍ଜାତୀୟ ସମାଲୋଚନା ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। ଆଫଗାନିସ୍ତାନ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ବାଳିକାମାନଙ୍କ ପାଇଁ ବିଦ୍ୟାଳୟ ଏବଂ ଶିକ୍ଷା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛି। ଏହାପୂର୍ବରୁ ତାଲିବାନ ସରକାର ବିଶ୍ୱବିଦ୍ୟାଳୟରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଉଚ୍ଚ ମାଧ୍ୟମିକରେ ବାଳିକା ଆଡମିଶନ ଉପରେ ପୂର୍ବରୁ ଏକ ନିଷେଧାଦେଶ ଜାରି କରାଯାଇଛି।

ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧାଦେଶ ଜାରି କରିଛି। ଏହାକୁ ବିଶ୍ୱ ସମୁଦାୟ ଏବଂ ମୁସଲମାନ ଦେଶମାନେ ନିନ୍ଦା କରିଛନ୍ତି। ତାଲିବାନ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ନିଦା ମହମ୍ମଦ ନାଦିମ କହିଛନ୍ତି ଯେ ମହିଳାଙ୍କ ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବା ନିଷ୍ପତ୍ତିରେ ବିଦେଶୀ ହସ୍ତକ୍ଷେପ ବନ୍ଦ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା: ଘରୁ ବାହାରିଲେ ୨୫୦୦୦ ଟଙ୍କା ଜରିମାନା

ରୋମ୍‌, ୧୪।୩: କରୋନା ମହାମାରୀ ଯୋଗୁ ଚାଇନା ପରେ ଏବେ ଇଟାଲୀରେ ସଙ୍କଟ ଦେଖାଦେଇଛି। ମୃତକ ଏବଂ ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଦିନକୁ ଦିନ ବଢ଼ିବାରେ...

କରୋନା ଟିକା ନେଇ ନ ଥିବା ଲୋକଙ୍କ ପାଇଁ ୟୁରୋପରେ ଲକଡାଉନ

ଇସେଲ୍ସ,୨୧ ।୧୧: ଏବେ କରୋନା ମହାମାରୀର କେନ୍ଦ୍ର ହୋଇଛି ୟୁରୋପ । ଏହାର ବିଭିନ୍ନ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି...

ବିଶ୍ୱକୁ ଅନାହାରରୁ ବଞ୍ଚାଇବାକୁ ରୁଷିଆ-ୟୁକ୍ରେନ ଚୁକ୍ତି

ମସ୍କୋ/କ୍ୱିଭ,୨୩ ।୭: ରୁଷିଆ-ୟୁକ୍ରେନ୍ ମିରର ଡିଲ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଡିଲ କ୍ୱିଭକୁ ବ୍ଲାକ ସି ମାଧ୍ୟମରେ ଖାଦ୍ୟଶସ୍ୟ ରପ୍ତାନିକୁ ପୁଣିଥରେ...

ପାକିସ୍ତାନରେ ଉତ୍କଟ ଖାଦ୍ୟ ସଙ୍କଟ

ଇସ୍‌ଲାମାବାଦ,୧୬।୧: ପାକିସ୍ତାନରେ ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅଟା ପାଇଁ ଲୋକେ ଟ୍ରକ୍‌ ପଛରେ ଧାଉଁଥିବା ଓ କେତେଜଣ ବାଇକ୍‌ରେ ପିଛା କରୁଥିବାର...

ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!

ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ...

ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍‌ପି…

ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍‌ ଦେଶ ପାକିସ୍ଥାନରେ ରହିଲେ। ସମୟ...

ରୁଷିଆରୁ ଶକ୍ତି ଆମଦାନୀ ଭାରତ ପାଇଁ ହିତକର ନୁହେଁ: ଜେନ ସାକି

ୱାଶିଂଟନ,୫ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନ ପୂରଣ ହୋଇଯାଇଥିବା ବେଳେ ଏବେ ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ୟୁକ୍ରେନ୍...

ସମୁଦ୍ର ଗର୍ଭରେ ବୋମା ପରୀକ୍ଷଣ

ବେଜିଂ, ୨୭ା୧୦: ସୀମା ବିସ୍ତାର କରିବାକୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଚାଇନା ଏବେ ଅନ୍ୟଦେଶ ବନ୍ଦରକୁ ନଷ୍ଟ କରିବା ନିମନ୍ତେ କ୍ଷମତା ବୃଦ୍ଧି କରିଛି। ଚାଇନା...

Advertisement
Archives

Model This Week