Posted inଖେଳ

ଭାରତ ପକ୍ଷରୁ ଖେଳିବା ସ୍ବପ୍ନ

ବରଗଡ଼ର ଝିଅ ନିର୍ମାଲ୍ୟା ରାଉତ। ଓଡ଼ିଶାର ଏକ ପଛୁଆ ଜିଲାରୁ ଆସିଥିଲେ ମଧ୍ୟ କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ କ୍ରୀଡ଼ା ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଛୋଟ ବେଳରୁ ସେ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହାକୁ ସାକାର ପରିବାପାଇଁ ପ୍ରାଣପଣେ ଲାଗିଛନ୍ତି। ଭବିଷ୍ୟତରେ ସିନିୟର ସ୍ତରରେ ଭାରତ ପକ୍ଷରୁ ଖେଳିବା ତାଙ୍କ ଇଚ୍ଛା। ସମ୍ପ୍ରତି ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମହିଳା ରଗ୍‌ବୀ ଇଭେଣ୍ଟରେ ଚାମ୍ପିୟନ ହୋଇଥିବା କିଟ୍‌ ବିଶ୍ୱବିଦ୍ୟାଳୟ ଦଳର ଅନ୍ୟତମ ସଦସ୍ୟା ଥିଲେ ନିର୍ମାଲ୍ୟା। ତାଙ୍କ ବାପା ବାସୁଦେବ ରାଉତ ଜଣେ କୃଷକ। ପାଠ ପଢ଼ିବା ପାଇଁ ବାପା ତାଙ୍କୁ ଭୁବନେଶ୍ୱର ଛାଡ଼ିଥିଲେ। ମାତ୍ର ନିର୍ମାଲ୍ୟା କେବଳ ପଢ଼ାରେ ନୁହେଁ ଖେଳ ଉପରେ ମଧ୍ୟ ଫୋକସ କଲେ। ଏହା ହିଁ ଆଜି ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଗୁରୁ ଗୋବିନ୍ଦ ସିଂ ସ୍ପୋଟର୍‌ସ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ କିଟ୍‌ ବିଶ୍ୱବିଦ୍ୟାଳୟ ୬୦-୦ରେ ମୁମ୍ବାଇକୁ ପରାସ୍ତ କରିଥିଲା। ୧୮ ବର୍ଷୀୟା ନିର୍ମାଲ୍ୟା ବିଜୟୀ ଦଳ ପକ୍ଷରୁ ସର୍ବାଧିକ ୧୦ ପଏଣ୍ଟ ସ୍କୋର କରିଥିଲେ।
ୟୁନିଭର୍ସିଟି ଗେମ୍ସରେ ଭାଗନେବା ନିର୍ମାଲ୍ୟାଙ୍କ ପାଇଁ ଏହା ପ୍ରଥମ ଥିଲା। ଏ ସମ୍ପର୍କରେ ନିର୍ମାଲ୍ୟା କହିଛନ୍ତି ଯେ, ”ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସକୁ ମୁଁ ମନଭରି ଉପଭୋଗ କରିଛି। ପ୍ରଥମଥର ମୁଁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି। ଏହା ପୂର୍ବରୁ ମୁଁ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳିଥିଲେ ହେଁ ୟୁନିଭର୍ସିଟି ଗେମ୍ସକୁ ବେଶି ଉପଭୋଗ କରିଛି। ମୁଁ ସିନିୟର ସ୍ତରରେ ଭାରତ ପାଇଁ ରଗ୍‌ବୀ ଖେଳିବାକୁ ଚାହେଁ ଏବଂ ଏସିଆନ ଗେମ୍ସରେ ପଦକ ଜିତିବା ମୋର ଇଚ୍ଛା। ଏଥିପାଇଁ ମୁଁ କଠିନ ପରିଶ୍ରମ କରୁଛି। ଭାରତୀୟ ଦଳରେ ସ୍ଥାନ ପାଇବା ମୋର ପରବର୍ତ୍ତୀ ଲକ୍ଷ୍ୟ“। ନିର୍ମାଲ୍ୟା ଏହା ପୂର୍ବରୁ ଓଡ଼ିଶା ପକ୍ଷରୁ ଜୁନିୟର ଏବଂ ସିନିୟର ନ୍ୟାଶ୍‌ନାଲ୍ସ ରଗ୍‌ବୀ ଟୁର୍ନାମେଣ୍ଟ ଖେଳି ସାରିଛନ୍ତି। ” ଏହା ପୂର୍ବରୁ ମୁଁ ଜାତୀୟ ଜୁନିୟର ଓ ସିନିୟର ରଗ୍‌ବୀ ପ୍ରତିଯୋଗିତା ଖେଳି ସାରିଛି। ଜାତୀୟ ଜୁନିୟର ପ୍ରତିଯୋଗିତା ୨୦୨୨ରେ ବିହାରରେ ହୋଇଥିଲା। ଏଥିରେ ଓଡ଼ିଶା ଦଳ ଦ୍ୱିତୀୟ ସ୍ଥାନରେ ରହିଥିଲା। ଗୁଜରାଟ ନ୍ୟାଶନାଲ ଗେମ୍ସରେ କିନ୍ତୁ ଓଡ଼ିଶା ଚାମ୍ପିୟନ ହୋଇଥିଲା। ପୂର୍ବରୁ ମୁଁ ରଗ୍‌ବୀ ସମ୍ପର୍କରେ ବିଶେଷ କିଛି ଜାଣି ନ ଥିଲି। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସେସ (କିସ୍‌) ଆସିବାପରେ ମୁଁ ଏହି ଖେଳ ସମ୍ପର୍କରେ ଜାଣିବାକୁ ପାଇଲି। ଏହି କ୍ରୀଡ଼ା ମୋତେ ପସନ୍ଦ ଆସିଲା, ତେଣୁ ଖେଳିବାକୁ ଇଚ୍ଛାକଲି। ଏବେ ଏହି କ୍ରୀଡ଼ାରେ ମୁଁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି“ ବୋଲି ନିର୍ମାଲ୍ୟା କହିଛନ୍ତି। ନିର୍ମାଲ୍ୟା ରାଜ୍ୟର ପ୍ରତିଷ୍ଠିତ କୋଚ୍‌ ମାନସ କୁମାର ଜେନାଙ୍କଠାରୁ କୋଚିଂ ନେଇ ଆଗକୁ ବଢ଼ୁଛନ୍ତି।
କିଟ୍‌ ରଗ୍‌ବୀ ଏକାଡେମୀର ଛାତ୍ରୀ ନିର୍ମାଲ୍ୟାଙ୍କର ଅନ୍ତର୍ଜାତୀୟ ପଦାର୍ପଣ ୨୦୨୧ରେ ହୋଇଥିଲା। ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ରଗ୍‌ବୀ ୭ଏସ୍‌ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟା ଥିଲେ। ୨୦୨୨ ନଭେମ୍ବରରେ ଉଜ୍‌ବେକିସ୍ତାନର ୟଙ୍ଗିଆବାଦଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳରୁ ମଧ୍ୟ ସେ ଖେଳିଥିଲେ। ଏହା ବ୍ୟତୀତ ଗତବର୍ଷ ଡିସେମ୍ବରରେ ନେପାଳର କାଠମାଣ୍ଡୁରେ ଆୟୋଜିତ ୧୮ ବର୍ଷରୁ କମ୍‌ ଏସିଆ ମହିଳା ରଗ୍‌ବୀ ସେଭେନ୍ସରେ ରୌପ୍ୟ ପଦକ ପାଇଥିବା ଭାରତୀୟ ଦଳରୁ ମଧ୍ୟ ସେ ପ୍ରତିନିଧିତ୍ୱ କରିଥିଲେ।
-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri