Posted inଖେଳ

୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ପୂରଣ ହୋଇଛି’

ନୂଆଦିଲ୍ଲୀ,୨ା୧୧(ପି.ଟି.): ପାରା ଏସିଆନ୍‌ ଗେମ୍ସରେ ଦେଶର ସମ୍ମାନ ବୃଦ୍ଧି କରିଥିବା ଆଥ୍‌ଲେଟମାନଙ୍କୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହାଙ୍ଗଝୋରେ ଅନୁଷ୍ଠିତ ପାରା ଗେମ୍ସରେ ଭାରତ ୧୧୧ ପଦକ ସହିତ ପଞ୍ଚମ ସ୍ଥାନରେ ରହିଥିଲା। ଏହା ଦେଶର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହୋଇଥିବା ବେଳେ ଆଥ୍‌ଲେଟିକ୍ସ ସପକ୍ଷରେ ବର୍ତ୍ତମାନ ହାଓ୍ବା ବହୁଛି ବୋଲି କହିଛନ୍ତି ମୋଦି। ବର୍ତ୍ତମାନର ସରକାର ଆଥ୍‌ଲେଟଙ୍କ ସମ୍ମୁଖରେ ଥିବା ସମସ୍ତ ବାଧାବିଘ୍ନକୁ ଦୂରେଇବାକୁ ପ୍ରୟାସ କରୁଛନ୍ତି ବୋଲି ସେ କହିଥିଲେ। ପୂର୍ବରୁ କ୍ରୀଡାକୁ କ୍ୟାରିୟର କରିବା ପୂର୍ବରୁ ଏହାକୁ ଏକ ସ୍ଥିର କ୍ୟାରିୟର ଭାବେ ଗ୍ରହଣ କରାଯାଉ ନ ଥିଲା। ମାତ୍ର ବର୍ତ୍ତମାନ ସମୟରେ ପରିବର୍ତ୍ତନ ଆସିଛି। ସରକାର ବର୍ତ୍ତମାନ କ୍ରୀଡା ଓ କ୍ରୀଡାବିତ୍‌ଙ୍କ ପଛରେ ଛିଡା ହୋଇଥିବାରୁ ଏହି ଧାରଣାରେ ପରିବର୍ତ୍ତନ ଆସିଛି। ଏହା ସହ ୟୁଥ୍‌ ଅଲିମ୍ପିକ୍ସ ୨୦୩୦ ଓ ଅଲିମ୍ପିକ୍ସ ୨୦୩୬ ପାଇଁ ଭାରତ ବିଡ୍‌ ଦାଖଲ କରିଥିବା ବେଳେ ଏହା ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ଭାରତ ସର୍ବଦା ଭଲ ଆଥ୍‌ଲେଟ ସୃଷ୍ଟି କରିଥାଏ। ତେବେ ଆର୍ଥିକ ପ୍ରତିବନ୍ଧକ ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ରହିଥିଲା। ବିଗତ ୯ ବର୍ଷ ମଧ୍ୟରେ ଏହି ସମସ୍ୟା ଦୂର ହେବାରେ ଲାଗିଛି। ବର୍ତ୍ତମାନ ପ୍ରତି ଆଥ୍‌ଲେଟ ପିଛା ସରକାର ୪-୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସରକାର ଏହାର ସମସ୍ତ ଧ୍ୟାନ ଆଥ୍‌ଲେଟଙ୍କ ଆଡକୁ କେନ୍ଦ୍ରିତ କରିଥିବା ବେଳେ ସେମାନଙ୍କ ରାସ୍ତାରୁ ପ୍ରତିବନ୍ଧକ ଦୂର ହୋଇଥିଲା। ଦକ୍ଷତାକୁ ଯେତେବେଳେ ଉପଯୁକ୍ତ ପ୍ଲାଟଫର୍ମ ମିଳେ ସେତେବେଳେ ଆଥ୍‌ଲେଟମାନେ ଆଗକୁ ବଢିଥାନ୍ତି। ସରକାରଙ୍କ ପକ୍ଷରୁ ଖେଲୋ ଇଣ୍ଡିଆ ଓ ଟପ୍ସ ପରି ସ୍କିମ୍‌ ଲଞ୍ଚ କରାଯାଇଛି। ଚଳିତ ପାରା ଗେମ୍ସରେ ଭାରତୀୟ ଆଥ୍‌ଲେଟ ଜିତିଥିବା ପଦକ କେବଳ ପଦକ ନୁହେଁ ଏହା ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ବୋଲି ସେ କହିଛନ୍ତି। ୨୦୧୪ରେ ଆମେ ୧୫ ନମ୍ବର ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଆମେ ୫ ନମ୍ବର ସ୍ଥାନରେ ରହି ଅଭିଯାନ ଶେଷ କରିବା ଏକ ଚମତ୍କାର ଉପଲବ୍ଧି ବୋଲି କହିଛନ୍ତି ମୋଦି। ବିଗତ କିଛି ବର୍ଷ କ୍ରୀଡା ପାଇଁ ଏକ ଚମତ୍କାର ସମୟ ରହିଥିବା ବେଳେ ଏଥିରେ ଆଥ୍‌ଲେଟମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ସେହିପରି ଦିବ୍ୟାଙ୍ଗ ଆଥ୍‌ଲେଟମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୁବ୍‌ଶୀଘ୍ର ଖୋଲାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?