କୁନି ମନରେ ବଡ଼ ସ୍ବପ୍ନ

କିଏ କହେ ବଡ଼ ହେଲେ ଡାକ୍ତର ହେବି ତ କିଏ ଇଞ୍ଜିନିୟର ଆଉ ପୁଣି କାହାର ଇଚ୍ଛା ଥାଏ ସିଙ୍ଗର କିମ୍ବା ଆକ୍ଟର ହେବାକୁ । କୁନି କୁନି ମନରେ ଥାଏ ଅନେକ ବଡ଼ ସ୍ବପ୍ନ। ହେଲେ କେବେ କେବେ ଅଭିଭାବକମାନଙ୍କର ପିଲାକୁ ଅନ୍ୟ କ୍ଷେତ୍ରରେ ଭର୍ତ୍ତି କରାଇବାର ନିଶା ପିଲାର କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ହେଲେ ତା’ରୁଚିକୁ ନେଇ କ୍ୟାରିୟର ଗଢ଼ିବା ପାଇଁ ଠିକ୍‌ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ଯୋଗାଇଦେବା ଅଭିଭାବକଙ୍କ କର୍ତ୍ତବ୍ୟ ….

ପ୍ରତ୍ୟେକ ଅଭିଭାବକ ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଚାହାନ୍ତି। ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନେ ଜିଦ୍‌ ଧରନ୍ତି ଏବଂ ଏହାଦ୍ୱାରା ଯେ ପିଲାଙ୍କ ଆଗ୍ରହ ଦବିଯାଉଛି ତାହା ସେମାନେ ଦେଖିପାରନ୍ତି ନାହିଁ। ଏମିତିରେ ଅନେକ ପିଲା ମାତାପିତାଙ୍କୁ ସମ୍ମାନ ଦେବା ଲାଗି ହେଉ ଅବା ବାଧ୍ୟତାମୂଳକ ଭାବେ ନିଜ ସ୍ବପ୍ନ ବଦଳରେ ମାତାପିତାଙ୍କ ସ୍ବପ୍ନ ସାକାର କରିବାକୁ ଆଗେଇ ଆସନ୍ତି। ଫଳରେ ପିଲାର କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ପିଲାର ଆଗ୍ରହ ଥିବା ଦିଗକୁ ସମ୍ମାନ ଜଣାଇବା ସହ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେଲେ ତା’ର କ୍ୟାରିୟର ଗଢ଼ିବାର ସ୍ବପ୍ନ ସାକାର ହୋଇପାରିବ ସେଥିରେ ସନ୍ଦେହ ନାହିଁ….
ଲଦି ଦିଅନ୍ତୁ ନାହିଁ ନିଜ ଇଚ୍ଛା: କେତେକ କ୍ଷେତ୍ରରେ ପାରିବାରିକ ଆଭିଜାତ୍ୟ, ସମାଜରେ ଷ୍ଟାଟସ୍‌ ଆଦିକୁ ଗୁରୁତ୍ୱ ଦେଇ ହେଉ କିମ୍ବା ଅପୂରଣୀୟ ରହିଯାଇଥିବା ନିଜ ଲକ୍ଷ୍ୟକୁ ପିଲା ଦ୍ୱାରା ପୂରଣ କରିବା ଲାଗି ଅଭିଭାବକମାନେ ପିଲାଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ନେଇ ବାଧ୍ୟ କରନ୍ତି। ହେଲେ ଏହାଦ୍ୱାରା ଯେ, ସବୁବେଳେ ପିଲାର ଉନ୍ନତି ହେବ ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ପିଲା ଉପରେ ନିଜ ଇଚ୍ଛା ଲଦିଦିଅନ୍ତୁ ନାହିଁ କିମ୍ବା ବାଧ୍ୟ କରନ୍ତୁ ନାହିଁ। ତାଙ୍କ ଇଚ୍ଛାକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଭୁଲ୍‌ ଦିଗରେ ବି ସହଯୋଗ କରିବା। ଯଦି ପିଲା କ୍ୟାରିୟରକୁ ନେଇ ନିହାତି ଭୁଲ୍‌ ପଦକ୍ଷେପ ନେଉଛି ତେବେ ସେହି କ୍ଷେତ୍ରରେ ହିଁ ତାକୁ ବାରଣ କରିବା ଏବଂ ଉଚିତ ପରାମର୍ଶ ଦେବା ଆପଣଙ୍କ କର୍ତ୍ତବ୍ୟ।
ରୁଚିକୁ ସମ୍ମାନ ଦିଅନ୍ତୁ: କେବଳ ଭଲ ପାଠ ପଢ଼ି ଅଧିକ ଦରମାଯୁକ୍ତ ସରକାରୀ ଚାକିରିଟିଏ ହିଁ ପିଲାର ଉତ୍ତମ ଭବିଷ୍ୟତର ମାପକାଠି ନ ଭାବି ତା’ର କେଉଁ ଦିଗରେ ଦକ୍ଷତା ରହିଛି ଦେଖନ୍ତୁ। ବର୍ତ୍ତମାନ ପାଠ ସହିତ ଖେଳକୁଦ, ନାଚ, ଗୀତ, ଅଭିନୟଠୁ ଆରମ୍ଭକରି ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସୁଯୋଗ ରହିଛି। ତେଣୁ ଆପଣଙ୍କ ପିଲା କେଉଁ ଦିଗରେ କ୍ୟାରିୟର ଗଢ଼ିବାକୁ ଚାହୁଁଛି ଜାଣିବାକୁ ଚେଷ୍ଟା କରନ୍ତୁ। ତା’ର ସ୍ବପ୍ନକୁ ସମ୍ମାନ ଦେଇ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ।
ଅନ୍ୟ ସହ ତୁଳନା ଭାଙ୍ଗିପାରେ ମନୋବଳ: ଅନେକ ଅଭିଭାବକ ନିଜ ପିଲାଙ୍କୁ ବାରମ୍ବାର ଅନ୍ୟର ଉଦାହରଣ ଦେବା ସହ ଅନ୍ୟ ସହ ତୁଳନା କରିଥାନ୍ତି। ଅନ୍ୟ କାହାର ପିଲା କେଉଁ କ୍ଷେତ୍ରରେ ଉଚ୍ଚକୁ ବଢୁଥିବାର ଦେଖିଲେ ନିଜ ପିଲାଙ୍କୁ ମଧ୍ୟ ସେହି କ୍ଷେତ୍ରରେ ଦେଖିବାକୁ ଚାହାନ୍ତି। ଏମିତିରେ ସେମାନେ ପିଲାର ରୁଚି ଏବଂ ସ୍ବପ୍ନକୁ ଗୁରୁତ୍ୱ ନ ଦେଇ ବାରମ୍ବାର ଅନ୍ୟ ସହ ତୁଳନା କରିବା ଦ୍ୱାରା ପିଲା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ପିଲାର ମନୋବଳ ଭାଙ୍ଗିଯାଏ ଏବଂ ସେ କୌଣସି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରୁ ବଞ୍ଚତ୍ତ ହୋଇଥାଏ। ତେଣୁ ଏପରି ନ କରି ପିଲାର ଇଚ୍ଛା ଜାଣି ଆଗକୁ ବଢ଼ିବାରେ ସହଯୋଗ କରିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।
ପ୍ରୋତ୍ସାହିତ କରନ୍ତୁ: ବର୍ତ୍ତମାନ ରୋଜଗାର ଲାଗି ଅନେକ ମାର୍ଗ ରହିଛି। ତେଣୁ ଆପଣଙ୍କ ପିଲା କେଉଁ କ୍ଷେତ୍ରରେ ଦକ୍ଷ ଏବଂ ପାରଙ୍ଗମ ଏବଂ ଯଦି ସେ ତାକୁ ନେଇ କ୍ୟାରିୟର ଗଢ଼ିବାର ସ୍ବପ୍ନ ଦେଖୁଛି , ତେବେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ। ଦେଖିବେ ସେ ନିଶ୍ଚୟ ସଫଳତାର ଶୀର୍ଷକୁ ଯାଇ ଆପଣଙ୍କ ପାଇଁ ଗୌରବ ଆଣିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri