Posted inଜାତୀୟ

ଡିଆର୍‌ଡିଓକୁ ମିଳିଲା ଗ୍ରୀନ୍‌ ପ୍ରପଲଶନ୍‌ ସିଷ୍ଟମ୍‌

ମୁମ୍ବାଇ,୧୨ା୧୨: ମୁମ୍ବାଇର ଡିପ୍‌-ଟେକ୍‌ ଷ୍ଟାର୍ଟଅପ୍‌ ମନସ୍ତୁ ସ୍ପେସ୍‌ ଟେକ୍‌ନୋଲୋଜିଜ୍‌ ଏହାର କ୍ରାନ୍ତିକାରୀ ଆଇବୁଷ୍ଟର ଗ୍ରୀନ୍‌ ପ୍ରପଲଶନ୍‌ ସିଷ୍ଟମ୍‌କୁ ସଫଳତାର ସହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)କୁ ହସ୍ତାନ୍ତର କରିଛି। ଡିଆର୍‌ଡିଓର ଟେକ୍‌ନୋଲୋଜି ଡେଭେଲପ୍‌ ଫଣ୍ଡ (ଟିଡିଏଫ୍‌) ସହଯୋଗରେ ୪ ବର୍ଷର କଠୋର ଗବେଷଣା ଏବଂ ବିକାଶ ଫଳରେ ଏହି ସଫଳତା ମିଳିଛି। ମହାକାଶ ଓ ପ୍ରତିରକ୍ଷା ପ୍ରଯୁକ୍ତିରେ ଦେଶର ସାମର୍ଥ୍ୟ ବଢ଼ାଇବାରେ ଭାରତୀୟ ଷ୍ଟାର୍ଟଅପ୍‌ମାନଙ୍କ ଭୂମିକା ବୃଦ୍ଧି ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି।
୧୦୦ରୁ ୫୦୦ କିଲୋଗ୍ରାମ ଓଜନର ଛୋଟ ସାଟେଲାଇଟ୍‌କୁ ଉତ୍‌କ୍ଷେପଣ କରାଇବା ଏହି ଆଇବୁଷ୍ଟର ସିଷ୍ଟମ୍‌କୁ ଡିଜାଇନ୍‌ କରାଯାଇଛି। ସାଟେଲାଇଟ୍‌ର କକ୍ଷ ଉତ୍ଥାନ, ସାଟେଲାଇଟକୁ କକ୍ଷର ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ଏବଂ କକ୍ଷରୁ ବାହାର କରିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏହି ସିଷ୍ଟମ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ପାରମ୍ପରିକ ପ୍ରପଲଶନ ସିଷ୍ଟମ୍‌ ତୁଳନାରେ ଆଇବୁଷ୍ଟର ଅଧିକ ନିରାପଦ, ପ୍ରଭାବୀ ଏବଂ ପରିବେଶ ଅନୁକୂଳ ବିକଳ୍ପ। ଏଥିରେ ହାଇଡ୍ରୋଜେନ୍‌ ପେରୋକ୍ସାଇଡ୍‌ ଆଧାରିତ ଇନ୍ଧନ ବ୍ୟବହୃତ ହୋଇଥାଏ। ଏହି ଅଭିନବ ଇନ୍ଧନ ଚୟନ ଯୋଗୁ ସିଷ୍ଟମ୍‌ର ମୋଟାମୋଟି ପ୍ରଦର୍ଶନ ବଢ଼ିବା ସହ ସ୍ଥାୟିତ୍ୱ ଏବଂ ମିତବ୍ୟୟିତାକୁ ସୁନିଶ୍ଚିତ କରିବ। ଏହି ସଫଳତା ପାଇଁ ମନସ୍ତୁ ସ୍ପେସ୍‌ର ସହପ୍ରତିଷ୍ଠାତା ତୁଷାର ଯାଦବ ଗର୍ବ ଅନୁଭବ କରୁଥିବା କହିଛନ୍ତି। ମହାକାଶ ଗବେଷଣା ନିମନ୍ତେ ଅଧିକ ପରିବେଶ ଅନୁକୂଳ, ସୁରକ୍ଷିତ ଏବଂ ପ୍ରଭାବଶାଳୀ ସମାଧାନ ବାହାର କରିବାର ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି। ମନସ୍ତୁ ସ୍ପେସ୍‌ର ଏହି ଇନୋଭେଶନ ଭାରତର ପ୍ରତିରକ୍ଷା ଓ ସାଟେଲାଇଟ୍‌ ସାମର୍ଥ୍ୟକୁ ମଜଭୁତ କରାଇବା ଲାଗି ଡିଆର୍‌ଡିଓ ମିଶନକୁ ଉଲ୍ଲେଖନୀୟ ଅବଦାନ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri