ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ, ରାସ୍ତାରେ ଆବର୍ଜନା

କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍‌ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍‌ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ ଡ୍ରେନ୍‌ରୁ କଢ଼ାଯାଇଥିବା ଆବର୍ଜନା ମୁଖ୍ୟରାସ୍ତାରେ ପଡ଼ିରହିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସିଏମ୍‌ସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି ବୋଲି ଓ୍ବାର୍ଡବାସିନ୍ଦା ଅଭିଯୋଗ କରିଛନ୍ତି।
ବାଉଁଶଗଳି, ଗେଡ଼ସାହି ଲେନ୍‌, ଗଙ୍ଗାମନ୍ଦିର, ଚୂନଭାଟି ଗଳି, ବାଙ୍କା ବଜାର, ଓଡ଼ିଆ ବଜାର, ଆଲାମଚାନ୍ଦ ବଜାର, ସୂତାହାଟକୁ ନେଇ ୧୮ ନମ୍ବର ୱାର୍ଡ ଗଠିତ। କିଛିଦିନ ହେଲା ସହରରେ ବର୍ଷା ଲାଗିରହିଥିବାବେଳେ ଏହି ୱାର୍ଡର ଡ୍ରେନ୍‌ଗୁଡ଼ିକରୁ ଆବର୍ଜନା କଢ଼ାଯିବା କାର୍ଯ୍ୟ ଶେଷ ହୋଇନାହିଁ। ଓଡ଼ିଆ ବଜାର ଗଉଡ଼ ସାହିରେ ଗତ ୫ ହେବ ଡ୍ରେନ୍‌ରୁ ଆବର୍ଜନା କଢ଼ାଯାଇଥିଲେ ବି ତାହା ରାସ୍ତାରେ ପଡ଼ିରହିଛି। ଫଳରେ ଦୁର୍ଗନ୍ଧ ହେବା ସହ ଏହି ବାଟଦେଇ ଯାତାୟାତ କରିବାରେ ସମସ୍ୟା ଉପୁଜୁଛି। ସେହିଭଳି ଗଙ୍ଗାମନ୍ଦିର ସମ୍ମୁଖ ରାସ୍ତାରେ ଆବର୍ଜନା ଗଦା ହୋଇଥିଲା। ତେବେ ବର୍ଷାରେ ତାହା ପୁଣି ନାଳକୁ ବୋହିଯାଇଛି। ରାସ୍ତା କର୍ଦ୍ଦମାକ୍ତ ହୋଇପଡ଼ିଥିବାରୁ ଓ୍ବାର୍ଡବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥା ସମୟରେ କାର୍ଯ୍ୟ ନ ସରିବାରୁ ଅଯଥାରେ ଅର୍ଥ ବରବାଦ୍‌ ହେଲା ବୋଲି ପୂର୍ବତନ କର୍ପୋରେଟର ଅରୁଣ ସେଠୀ କହିଛନ୍ତି। ସେହିପରି ଏଠାକାର ବାସିନ୍ଦା ମହମ୍ମଦ ତସିଲିଫ କହିଛନ୍ତି, ଅଧିକାଂଶ ଡ୍ରେନରେ ଆବର୍ଜନା ଜମି ରହିଥିବାରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଲୋକଙ୍କ ଘରେ ଉଦ୍‌ବୃତ୍ତ ପାଣି ପଶୁଛି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି। ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିିଛି। ତରବରିଆ ଭାବେ କାର୍ଯ୍ୟ ଚାଲିଛି। ଅନେକ ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ି ନ ଥିବା ତସିଲିଫ ଅଭିଯୋଗ କରିଛନ୍ତି। ତେବେ ୱାର୍ଡ ଅଫିସର ସରୋଜ ମଲିକ କହିଛନ୍ତି, ସମସ୍ତ ସ୍ଥାନରେ ଆବର୍ଜନା କଢ଼ାଯିବା ପ୍ରାୟ ଶେଷ ହୋଇଗଲାଣି। ଶନିବାର ଆବର୍ଜନା ଉଠାଇ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri