କୋଏଲରେ ମିଶୁଛି ଡ୍ରେନ୍‌ ପାଣି

ରାଉରକେଲା,୨୪।୧୨(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅଞ୍ଚଳର ବର୍ଜ୍ୟଜଳ ମୁଖ୍ୟ ଡ୍ରେନରେ ଆସି କୋଏଲ ନଦୀରେ ମିଶୁଛି। ଏହାଦ୍ୱାରା ନଦୀଜଳ ପ୍ରଦୂଷଣ ହେଉଛି। ଅନ୍ୟପକ୍ଷେ ଏହି ନଦୀଜଳକୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଫଳରେ ଝାଡ଼ାବାନ୍ତି ଭଳି ସଂକ୍ରାମକ ରୋଗ ମଧ୍ୟ ହେଉଛି।
ସରପଞ୍ଚ ଅଜିତ୍‌ ତିର୍କୀ ଅଭିଯୋଗ କରିଛନ୍ତି, କୋଏଲ ନଦୀର ଉପର ମୁଣ୍ଡ ଜନବସତିରୁ ବର୍ଜ୍ୟଜଳ ଡ୍ରେନରେ ଆସି ସିଧାସଳଖ ନଦୀରେ ମିଶୁଛି। ନଦୀର ତଳମୁଣ୍ଡରୁ ଝିରପାଣି, ଏନ୍‌ଆଇଟି କ୍ୟାମ୍ପସ ଓ ସେକ୍ଟରକୁ ଜଳଯୋଗାଣ କରାଯାଉଛି। ସେହିପରି ରାଉରକେଲା ସଂଲଗ୍ନ ଝିରପାଣି ପଞ୍ଚାୟତକୁ ମଧ୍ୟ ୱାଟକୋ ପକ୍ଷରୁ ଜଳ ଯୋଗାଣ ହେଉଛି। ଏହି ଜଳ ଉପରେ ପଞ୍ଚାୟତର ପ୍ରାୟ ୮ହଜାର ଲୋକ ଓ ୨ଟି ସରକାରୀ ସ୍କୁଲ ହଷ୍ଟେଲର ଅନ୍ତେବାସୀ ନିର୍ଭର କରୁଛନ୍ତି। ଇତିମଧ୍ୟରେ ଗ୍ରାମର ୪ ଜଣ ଝାଡାବାନ୍ତିରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏ ନେଇ ତିର୍କୀ ଶୁକ୍ରବାର ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଭାସୀ ବୈଠକରେ ଅଭିଯୋଗ କରିଛନ୍ତି। ସେହିପରି ୱାର୍ଡମେମ୍ବର ସୁଖରାମ ଲାକ୍ରା କହିଛନ୍ତି, ପଞ୍ଚାୟତରେ ମୁଖ୍ୟ ଡ୍ରେନ ନିର୍ମାଣ ନ ହେବା ଯୋଗୁ ବର୍ଜ୍ୟଜଳ ସିଧାସଳଖ ନଦୀରେ ମିଶୁଛି। ଏହି ଘାଟରୁ ଝିରପାଣି, ଏନ୍‌ଆଇଟି ରାଉରକେଲା କ୍ୟାମ୍ପସ ଓ ସେକ୍ଟର-୨୦ ବୈକୁଣ୍ଠଘାଟରେ ଆର୍‌ଏସ୍‌ପି ପକ୍ଷରୁ ପାନୀୟ ଜଳ ସଂଗ୍ରହ କରାଯାଉଛି। ତେବେ ନଦୀକୂଳରେ ଥିବା ଜନବସତିର ପ୍ରଦୂଷିତ ଜଳ ସିଧାସଳଖ ମିଶୁଥିଲେ ମଧ୍ୟ କେହି ଏହାର ଉପଚାର କରିବାକୁ ଚେଷ୍ଟା କରୁନାହାନ୍ତି। ଏ ନେଇ ବାରମ୍ବାର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଏହାଦ୍ୱାରା ନଦୀ ପ୍ରଦୂଷଣ ବୃଦ୍ଧି ସାଙ୍ଗକୁ ଲୋକଙ୍କ ଜୀବନ ବିପନ୍ନ ହେଉଛି ବୋଲି ଲାକ୍ରା କହିଥିଲେ। ଏ ସମ୍ପର୍କରେ ୱାଟକୋ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀଧର ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଲେ, ବିଶୋଧନ ପରେ ଜଳଯୋଗାଣ କରାଯାଉଛି। ଜଳବିଶୁଦ୍ଧୀକରଣ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବ୍ଲକ ଓ ପଞ୍ଚାୟତ ଡ୍ରେନ ସମସ୍ୟାର ସମାଧାନ କରିପାରିବେ। ଏଥିରେ ୱାଟକୋର ଭୂମିକା ନାହିଁ ବୋଲି ପଟ୍ଟନାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri