ମୁକୁଳା ଡ୍ରେନ୍‌ ନେଉଛି ଜୀବନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର, କଟକ ସମେତ ରାଜ୍ୟର ଛୋଟବଡ଼ ସହରରେ ଅନେକ ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ସ୍ବେରେଜ ଓ ଡ୍ରେନେଜ କାମ ବାହାନାରେ ଠିକାଦାରମାନେ ଦୀର୍ଘଦିନ ଧରି ଖୋଲା ଛାଡ଼ି ଦେଉଛନ୍ତି। ଏଥିପାଇଁ କାହାରିକୁ ଉତ୍ତରଦାୟୀ କରାଯାଉ ନ ଥିବାରୁ ଡ୍ରେନ୍‌, ମ୍ୟାନ୍‌ହୋଲ ମୁକୁଳା ହୋଇ ପଡୁଛି। ନିକଟରେ ପୁରୀ ସହରର ଏକ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ରିକ୍ସାଚାଳକଙ୍କ ମୃତ୍ୟୁ ହୋଇଛି। ଆଗକୁ ବର୍ଷାଦିନ ଆସୁଛି । ସହରାଞ୍ଚଳର ଅନେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବା ସହ ଡ୍ରେନ୍‌ ଅବରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏ ନେଇ ସମସ୍ତ ମହାନଗର ନିଗମ କମିଶନର, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ମାନଙ୍କୁ ଚିଠି ଲେଖିଛନ୍ତି। ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ବର୍ଷା ଯୋଗୁ ମୁକୁଳା ଡ୍ରେନ୍‌ ଓ ମ୍ୟାନ୍‌ହୋଲରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଗୁଡ଼ିକୁ ତୁରନ୍ତ ତଦାରଖ କରି ପଦକ୍ଷେପ ନେବାକୁ କୁହାଯାଇଛି। ମୌସୁମୀ ସମୟରେ ପ୍ରବଳ ବର୍ଷା ଯୋଗୁ ରାସ୍ତା, ପାଦଚଲା ରାସ୍ତା ଏବଂ ଡ୍ରେନ ଉପରେ ବହୁ ପରିମାଣର ପାଣି ଚାଲିବ। କେଉଁ ଡ୍ରେନ ମୁକୁଳା ପଡ଼ିଛି ତାହା ଦୃଶ୍ୟମାନ ହେବ ନାହିଁ। ଫଳରେ ଯାତାୟାତ କରୁଥିବା ଲୋକମାନେ ସେଥିରେ ପଡ଼ି ଦୁର୍ଘଟଣାର ଶିକାର ହେବା ସହ ଜୀବନ ହାନି ହେବାର ମଧ୍ୟ ସମ୍ଭାବନା ରହିଛି। ମୌସୁମୀ ଆସିବା ପୂର୍ବରୁ ସମସ୍ତ ଡ୍ରେନ୍‌ ଓ ମ୍ୟାନ୍‌ହୋଲଗୁଡ଼ିକର ଶତ ପ୍ରତିଶତ ଯାଞ୍ଚ କରିବାକୁ କୁହାଯାଇଛି। ଯେଉଁ ଡ୍ରେନ୍‌ଗୁଡ଼ିକର କଭର ରହିଛି ସେଗୁଡ଼ିକ ଠିକ୍‌ ଅଛି କି ନାହିଁ ତାହା ଯାଞ୍ଚ କରି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ସହରାଞ୍ଚଳରେ ଥିବା ମ୍ୟାନ୍‌ହୋଲ ଓ ମୁକୁଳା ଡ୍ରେନ୍‌ଗୁଡ଼ିକୁ ତୁରନ୍ତ ବନ୍ଦ ଓ ମରାମତି କରିବାକୁ ମହାନଗର ନିଗମ କମିଶନର ଓ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନରେ ସାଇନବୋର୍ଡ ମାରିବା ସହ ମୌସୁମୀ ଆସିବା ପୂର୍ବରୁ ଡ୍ରେନ୍‌ଗୁଡ଼ିକୁ ସଫା କରିବାକୁ କୁହାଯାଇଛି। ମୌସୁମୀ ପୂର୍ବରୁ ଡ୍ରେନ୍‌ଗୁଡ଼ିକ ସଫା ହୋଇଛି କି ନାହିଁ, କେଉଁଠି ଚୋକ୍‌ ହେଉଛି ସେ ସବୁ ସ୍ଥାନରେ ଜଳସମ୍ପଦ ବିଭାଗ ଓ ଡ୍ରେନେଜ ଡିଭିଜନକୁ ନେଇ ମିଳିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳମଗ୍ନ ହେଉଥିବା ସମ୍ବେଦନଶୀଳ ତଳିଆ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ଜଳ ନିଷ୍କାସନ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଯେଉଁଠି ଡ୍ରେନ୍‌ଗୁଡ଼ିକୁ ଅବରୋଧ କରାଯାଇଛି ସେଗୁଡ଼ିକୁ ତୁରନ୍ତ ହଟାଇ ଜଳ ପ୍ରବାହକୁ ସୁଗମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ସ୍ଥାନରେ ଡ୍ରେନ୍‌ କଡ଼ରେ ଭଗ୍ନାବଶେଷ ଗଦାହୋଇ ରହିଛି। ଫଳରେ ଯାତାୟାତ ଓ ପାଣି ଯିବାରେ ବାଧା ଉପୁଜୁଛି। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି କିମ୍ବା ସଂସ୍ଥାଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ପାଣି ଜମି ରହିଲେ ଜଳବାହିତ ରୋଗ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତି, ଜଣ୍ଡିସ, ଜାପାନିଜ ଏନ୍‌ସେଫାଲାଇଟ୍‌ସ ଭଳି ଜଳବାହିତ ରୋଗ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଯେପରି କେଉଁଠି ପାଣି ଜମି ନ ରହିବ ସେ ନେଇ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର କିମ୍ବା ସିଇଓଙ୍କ ଅଧ୍ୟକ୍ଷତାରେ ସମସ୍ତ ପୌର ସଂସ୍ଥା ୟୁନିଫାଏଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗଠନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୯ ମୁଣ୍ଡ ନେଲା କରୋନା: ଏହି ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ଶନିବାର କରୋନା ସଂକ୍ରମଣରେ ୯ଜଣଙ୍କ ମୃତ୍ୟୁ ଘଟିଛି। ସେଥିରୁ ଜଣେ କଟକ ଜିଲାର(୬୭...

ସ୍ତ୍ରୀଙ୍କୁ ମାଡ଼ମାରିବା ପରେ ନିଜ ଦେହରେ ନିଆଁ ଲାଗାଇଲେ ସ୍ବାମୀ

ଖଇରା,୧୧ା୯(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଅର୍ଜୁନପୁର ଗ୍ରାମର ଶିଶିର କୁମାର ପ୍ରଧାନ(୫୦) ନାମକ ବ୍ୟକ୍ତି ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦେହରେ...

ଠିକାଦାରଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କଟକରୋଡ,୧୬।୧୨(ଡି.ଏନ.ଏ.): ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଜଣେ ଠିକାଦାରଙ୍କ ଘର ଉପରକୁ ରବିବାର ରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଉକ୍ତ ଠିକାଦାର ହେଲେ ଏହି...

ଶୁଭଶ୍ରୀ ଆତ୍ମହତ୍ୟା ମାମଲା: ଲାଷ୍ଟ ସିନ୍‌ ଦେଖାଇଲେ ଚିତ୍ତ

ଭୁବନେଶ୍ୱର,୩।୯(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଶାସ୍ତ୍ରୀନଗରରେ ରହୁଥିବା ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଶନିବାର ଶାସ୍ତ୍ରୀନଗର ଘରେ ପୋଲିସ ସିନ୍‌ ରିକ୍ରେସନ କରିବ। ପୁରୁଷବନ୍ଧୁ ଚିତ୍ତ ଲାଷ୍ଟ ସିନ...

ଏଥର ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଚଳିତବର୍ଷ ପଞ୍ଚାୟତ ନିର୍ବାଚନର ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ। ଭୋଟ୍‌ ସରିବା ପରେ ଭୋଟ୍‌ ବାକ୍ସ ଗୁଡିକୁ ଷ୍ଟ୍ରଙ୍ଗ୍‌ ରୁମରେ ରଖାଯିବ। ସେଥିପାଇଁ ବ୍ଲକ୍‌...

ମହାପ୍ରଭୁଙ୍କୁ ୧ କୋଟି ଦାନ

ପୁରୀ ଅଫିସ,୧୨ା୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଏବେ ସଂକଟରେ। ଏହି ଅର୍ଥ ଫେରିବ କି ନାହିଁ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ। ବିରୋଧ...

କବଚ ସିଷ୍ଟମ କ’ଣ? ବାଲେଶ୍ୱର ଦୁର୍ଘଟଣାରେ ଏହାକୁ ନେଇ ହେଉଛି ଆଲୋଚନା…

ନୂଆଦିଲ୍ଲୀ,୩।୬:ଓଡିଶା ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା କିପରି ଏବଂ କେମିତି ହେଲା ଏନେଇ ଆଲୋଚନା ଏବଂ...

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶର,୧।୪(ବ୍ୟୁରୋ): ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଚାଉଳ। ଏ ନେଇ ଶୁକ୍ରବାର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

Advertisement
Archives

Model This Week