ମୁକୁଳା ଡ୍ରେନ୍‌ ନେଉଛି ଜୀବନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର, କଟକ ସମେତ ରାଜ୍ୟର ଛୋଟବଡ଼ ସହରରେ ଅନେକ ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ସ୍ବେରେଜ ଓ ଡ୍ରେନେଜ କାମ ବାହାନାରେ ଠିକାଦାରମାନେ ଦୀର୍ଘଦିନ ଧରି ଖୋଲା ଛାଡ଼ି ଦେଉଛନ୍ତି। ଏଥିପାଇଁ କାହାରିକୁ ଉତ୍ତରଦାୟୀ କରାଯାଉ ନ ଥିବାରୁ ଡ୍ରେନ୍‌, ମ୍ୟାନ୍‌ହୋଲ ମୁକୁଳା ହୋଇ ପଡୁଛି। ନିକଟରେ ପୁରୀ ସହରର ଏକ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ରିକ୍ସାଚାଳକଙ୍କ ମୃତ୍ୟୁ ହୋଇଛି। ଆଗକୁ ବର୍ଷାଦିନ ଆସୁଛି । ସହରାଞ୍ଚଳର ଅନେକ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବା ସହ ଡ୍ରେନ୍‌ ଅବରୋଧକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏ ନେଇ ସମସ୍ତ ମହାନଗର ନିଗମ କମିଶନର, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ମାନଙ୍କୁ ଚିଠି ଲେଖିଛନ୍ତି। ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ବର୍ଷା ଯୋଗୁ ମୁକୁଳା ଡ୍ରେନ୍‌ ଓ ମ୍ୟାନ୍‌ହୋଲରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି। ସେଗୁଡ଼ିକୁ ତୁରନ୍ତ ତଦାରଖ କରି ପଦକ୍ଷେପ ନେବାକୁ କୁହାଯାଇଛି। ମୌସୁମୀ ସମୟରେ ପ୍ରବଳ ବର୍ଷା ଯୋଗୁ ରାସ୍ତା, ପାଦଚଲା ରାସ୍ତା ଏବଂ ଡ୍ରେନ ଉପରେ ବହୁ ପରିମାଣର ପାଣି ଚାଲିବ। କେଉଁ ଡ୍ରେନ ମୁକୁଳା ପଡ଼ିଛି ତାହା ଦୃଶ୍ୟମାନ ହେବ ନାହିଁ। ଫଳରେ ଯାତାୟାତ କରୁଥିବା ଲୋକମାନେ ସେଥିରେ ପଡ଼ି ଦୁର୍ଘଟଣାର ଶିକାର ହେବା ସହ ଜୀବନ ହାନି ହେବାର ମଧ୍ୟ ସମ୍ଭାବନା ରହିଛି। ମୌସୁମୀ ଆସିବା ପୂର୍ବରୁ ସମସ୍ତ ଡ୍ରେନ୍‌ ଓ ମ୍ୟାନ୍‌ହୋଲଗୁଡ଼ିକର ଶତ ପ୍ରତିଶତ ଯାଞ୍ଚ କରିବାକୁ କୁହାଯାଇଛି। ଯେଉଁ ଡ୍ରେନ୍‌ଗୁଡ଼ିକର କଭର ରହିଛି ସେଗୁଡ଼ିକ ଠିକ୍‌ ଅଛି କି ନାହିଁ ତାହା ଯାଞ୍ଚ କରି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ସହରାଞ୍ଚଳରେ ଥିବା ମ୍ୟାନ୍‌ହୋଲ ଓ ମୁକୁଳା ଡ୍ରେନ୍‌ଗୁଡ଼ିକୁ ତୁରନ୍ତ ବନ୍ଦ ଓ ମରାମତି କରିବାକୁ ମହାନଗର ନିଗମ କମିଶନର ଓ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନରେ ସାଇନବୋର୍ଡ ମାରିବା ସହ ମୌସୁମୀ ଆସିବା ପୂର୍ବରୁ ଡ୍ରେନ୍‌ଗୁଡ଼ିକୁ ସଫା କରିବାକୁ କୁହାଯାଇଛି। ମୌସୁମୀ ପୂର୍ବରୁ ଡ୍ରେନ୍‌ଗୁଡ଼ିକ ସଫା ହୋଇଛି କି ନାହିଁ, କେଉଁଠି ଚୋକ୍‌ ହେଉଛି ସେ ସବୁ ସ୍ଥାନରେ ଜଳସମ୍ପଦ ବିଭାଗ ଓ ଡ୍ରେନେଜ ଡିଭିଜନକୁ ନେଇ ମିଳିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳମଗ୍ନ ହେଉଥିବା ସମ୍ବେଦନଶୀଳ ତଳିଆ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ଜଳ ନିଷ୍କାସନ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଯେଉଁଠି ଡ୍ରେନ୍‌ଗୁଡ଼ିକୁ ଅବରୋଧ କରାଯାଇଛି ସେଗୁଡ଼ିକୁ ତୁରନ୍ତ ହଟାଇ ଜଳ ପ୍ରବାହକୁ ସୁଗମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ସ୍ଥାନରେ ଡ୍ରେନ୍‌ କଡ଼ରେ ଭଗ୍ନାବଶେଷ ଗଦାହୋଇ ରହିଛି। ଫଳରେ ଯାତାୟାତ ଓ ପାଣି ଯିବାରେ ବାଧା ଉପୁଜୁଛି। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି କିମ୍ବା ସଂସ୍ଥାଗୁଡ଼ିକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ପାଣି ଜମି ରହିଲେ ଜଳବାହିତ ରୋଗ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତି, ଜଣ୍ଡିସ, ଜାପାନିଜ ଏନ୍‌ସେଫାଲାଇଟ୍‌ସ ଭଳି ଜଳବାହିତ ରୋଗ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଯେପରି କେଉଁଠି ପାଣି ଜମି ନ ରହିବ ସେ ନେଇ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିଶନର କିମ୍ବା ସିଇଓଙ୍କ ଅଧ୍ୟକ୍ଷତାରେ ସମସ୍ତ ପୌର ସଂସ୍ଥା ୟୁନିଫାଏଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଗଠନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?